ଓଡିଶା

odisha

ପ୍ରଚାର ଆରମ୍ଭ କଲେ ସୁସ୍ମିତା ସିଂହଦେଓ, ବାଇକ ଶୋଭାଯାତ୍ରା କରି କଲେ ଶକ୍ତି ପ୍ରଦର୍ଶନ - Congress Election Campaign

By ETV Bharat Odisha Team

Published : Apr 30, 2024, 11:09 PM IST

Election Campaign in Dhenkanal: ଢେଙ୍କାନାଳର ଆରଧ୍ୟ ପ୍ରଭୁ ବଳରାମ ଜୀଉଙ୍କୁ ଦର୍ଶନ ପରେ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି ସୁସ୍ମିତା ସିଂହଦେଓ । ଅଧିକ ପଢ଼ନ୍ତୁ,

Election Campaign in Dhenkanal
Election Campaign in Dhenkanal

Election Campaign in Dhenkanal

ଢେଙ୍କାନାଳ: ପାଖେଇ ଆସୁଛି ନିର୍ବାଚନ । ସରଗରମ ଢେଙ୍କାନାଳ ରାଜନୀତି । ତେବେ ନିର୍ବାଚନ ପାଇଁ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ସୁସ୍ମିତା ସିଂହଦେଓଙ୍କୁ ପ୍ରାର୍ଥୀ କରିଛି। ଢେଙ୍କାନାଳର ଆରଧ୍ୟ ପ୍ରଭୁ ବଳରାମ ଜୀଉଙ୍କୁ ଦର୍ଶନ କରିବା ପରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରି ପ୍ରଚାର ଆରମ୍ଭ କରିଛନ୍ତି ସୁସ୍ମିତା । ପ୍ରଥମେ ଢେଙ୍କାନାଳ ପୌରାଞ୍ଚଳର କଲେଜ ବାଏ ପାସ ଛକରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ସମର୍ଥନ ମାନେ ଯୋଗାଦେଇଥିଲେ । କଂଗ୍ରେସ ରୋଡ଼ ଶୋ କରି ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି l

ଢେଙ୍କାନାଳରେ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡିଛନ୍ତି ସୁସ୍ମିତା । ଆଉ ଢେଙ୍କାନାଳରେ ବିଭିନ୍ନ ସମସ୍ୟାକୁ ନେଇ ସେ ଲୋକଙ୍କ ପାଖକୁ ଯାଇ ଢେଙ୍କାନାଳର ଉନ୍ନତି ପାଇଁ ଲୋକଙ୍କୁ ଭୋଟ ମାଗିବେ। ସେ ନିର୍ବାଚିତ ହେଲେ ଢେଙ୍କାନାଳର ସର୍ବାଙ୍ଗୀନ ଉନ୍ନତି ଦିଗରେ ଆଗେଇବେ ବୋଲି ପ୍ରକାଶ କରିଛନ୍ତି। ସୂଚନା ଥାଉକି, ସୁସ୍ମିତା ସିଂହଦେଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳର ରାଜା କାମାକ୍ଷା ପ୍ରସାଦ ସିଂଦେଓଙ୍କ ପୁତୁରା ବୋହୁ। ଏକଦା ଢେଙ୍କାନାଳକୁ କଂଗ୍ରେସର ଗଡ଼ କୁହାଯାଉଥିବା ବେଳେ ସ୍ବାଧୀନତା ପରେ ଗତ ୧୯୬୧ମସିହାରେ ଢେଙ୍କାନାଳର ରାଣୀ ଅର୍ଥାତ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେପି ସିଂହଦେଓ ମାତା ରାଣୀ ରତ୍ନପ୍ରଭା ଦେବୀ ପ୍ରଥମେ ବିଧାୟିକା ଭାବେ ନିର୍ବାଚିତ ହୋଇ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ରାଜ ପରିବାରର ରାଜନୀତିର ମୂଳଦୁଆ ପକାଇଥିଲେ । ପରେ ରାଣୀ ରତ୍ନପ୍ରଭା ପୁଣି ୧୯୬୭ ମସିହାରେ ଏପରି ଲଗାତାର ଦୁଇଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା: ଧର୍ମେନ୍ଦ୍ର ପ୍ରଧାନ - BJP Election Campaign In Athamallik

ତାଙ୍କ ସୁପୁତ୍ର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ୧୯୬୭ ମସିହାରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ସାଂସଦ ଭାବେ ନିର୍ବାଚିତ ହୋଇ ଢେଙ୍କାନାଳ ରାଜନୀତିରେ ରାଜପରିବାର ଦବ ଦବା ଜାହିର କରିଥିଲେ । କେପି ସିଂହଦେଓ ଛଅ ଛଅ ଥର ସାଂସଦ ଭାବେ କଂଗ୍ରେସରୁ ନିର୍ବାଚିତ ହୋଇ କଂଗ୍ରେସର ଗଡ଼ ମଜବୁତ କରିଥିଲେ। ଫଳରେ ଢେଙ୍କାନାଳକୁ ଏକଦା କଂଗ୍ରେସର ଗଡ଼ କୁହାଯାଉ ଥିଲା । ତେବେ କେପି ସିଂଦେଓଙ୍କ ଢେଙ୍କାନାଳବାସୀଙ୍କ ପ୍ରତି ଅନେକ ଅବଦାନ ଆଜି ମଧ୍ୟ ରାଜପରିବାରକୁ ଢେଙ୍କାନାଳ ରାଜନୀତିରେ ନିର୍ବିବାଦୀୟ , ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଓ ଲୋକପ୍ରିୟତା ହାସଲ କରିଥିଲା । ତେବେ ରାଜ୍ୟରେ କଂଗ୍ରେସର ଲୋକପ୍ରିୟତା ହ୍ରାସ ଓ ବିଜେଡି ହାୱାରେ ଏହି ରାଜପରିବାର ମଳିନ ପଡ଼ିଥିଲେ ମଧ୍ୟ ଆଜିର ଦିନରେ ରାଜପରିବାର ପ୍ରତି ଢେଙ୍କାନାଳବାସୀଙ୍କ ଦୁର୍ବଳତା ରହିଛି। ଫଳରେ ରାଜପରିବାରର ବୋହୁ ସୁସ୍ମିତା ସିଂହଦେଓ ଏହାକୁ ମୁଦ୍ଦା କରି ଢେଙ୍କାନାଳରେ ରାଜା କେପି ସିଂହଦେଓଙ୍କ ଅବଦାନକୁ ପାଥେୟ କରି ନିର୍ବାଚନ ରଣାଙ୍ଗନଙ୍କୁ ଓହ୍ଲାଇଛନ୍ତି। ତେବେ ସୁସ୍ମିତାଙ୍କ ପ୍ରାର୍ଥୀତ୍ବ ଉଭୟ ବିଜେଡି ଓ ବିଜେପି ପାଇଁ ଟକ୍କର ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details