ଓଡିଶା

odisha

ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରଦୀପ ପାଣିଗ୍ରାହୀ - Election 2024

By ETV Bharat Odisha Team

Published : Apr 10, 2024, 7:18 AM IST

Election 2024: ଆଗାମୀ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଇବା ପାଇଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବ୍ରହ୍ମପୁରରୁ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢ଼ନ୍ତୁ

Pradeep Panigrahi
Pradeep Panigrahi

Pradeep Panigrahi

ବ୍ରହ୍ମପୁର: ରାଜ୍ୟରେ ନିର୍ବାଚନ ଘୋଷଣା ହୋଇସାରିଛି । ଏଭଳି ସମୟରେ ଆଗାମୀ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଇବା ପାଇଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବ୍ରହ୍ମପୁରରୁ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ଦେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ପ୍ରଦୀପ କୁମାର ପାଣିଗ୍ରାହୀ ।

ବିଜେପିର ଅଭିଯୋଗ ପରେ ଗତ ସୋମବାର ନିର୍ବାଚନ କମିଶନର ରାଜ୍ୟର 5T ଅଧ୍ୟକ୍ଷ ପଦବୀରୁ ପୂର୍ବତନ ଆଇଏଏସ୍‌ ଅଧିକାରୀ ଭିକେ ପାଣ୍ଡିଆନଙ୍କୁ ହଟାଯାଇଥିବା ଦଳ ଦାବି କରିଥିଲା । ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ପ୍ରଦୀପ କହିଛନ୍ତି, "ରାଜ୍ୟରେ 5T ବ୍ୟବସ୍ଥା କୌଣସି ନୂତନତା ନୁହେଁ । ଏହା ପୂର୍ବରୁ ରହିଆସିଥିଲା । ପ୍ରଶାସନିକ ସେବା ହେଉ ବା କର୍ପୋରେଟ ଜଗତରେ କାର୍ଯ୍ୟର ମାନ ବୃଦ୍ଧି କରିବା ପାଇଁ ଏପରି କିଛି ମାନଦଣ୍ଡ ରଖାଯାଇଥାଏ । ଲାଲ ବାହାଦୂର ପ୍ରଶିକ୍ଷଣ କେନ୍ଦ୍ରରେ ଏନେଇ ତାଲିମ ଦିଆଯାଇଥାଏ । ତାହାକୁ ଆଧାର କରି ରାଜ୍ୟରେ 5T ନାମରେ ଯାହା ଆରମ୍ଭ କଲେ ଏବଂ ତାହାକୁ ନେଇ ରାଜ୍ୟରେ ଏକ ସଚିବ ପଦବୀ ସୃଷ୍ଟି କରିବା ପାଇଁ ଯାହା ସରକାରୀ ପ୍ରକ୍ରିୟା ରହିଛି ତାହାକୁ ଏଠାରେ ପାଳନ କରାଯାଇନାହିଁ ।" ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ସମୟରେ ସ୍ବେଚ୍ଛାକୃତ ଅବସର ନେବା ଏବଂ ତାହାର ୨୪ ଘଣ୍ଟା ମଧ୍ୟରେ ସେହି ସଚିବଙ୍କୁ ଅଧ୍ୟକ୍ଷ କରାଯିବା 'ନିୟମ ବର୍ହିଭୂତ' କାର୍ଯ୍ୟ ବୋଲି ପ୍ରଦୀପ କହିଛନ୍ତି । ପୁଣି କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯିବା ପରେ ଶପଥ ନେବାର ଏକ ପ୍ରକ୍ରିୟା ରହିଛି । ହେଲେ ପାଣ୍ଡିଆନ ସେ ପଦ ଗୋପନୀୟତାର ଶପଥ ନେଇନଥିବା ପ୍ରଦୀପ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅଭିଯୋଗ ପରେ ଆକ୍ସନ ! ସିଏମଓ ୱେବସାଇଟରୁ ହଟିଲା ପାଣ୍ଡିଆନଙ୍କ ନାଁ - VK PANDIAN

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଗତ ସୋମବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍‌ସାଇଟ୍‌ରୁ 5T ଅଧ୍ୟକ୍ଷ ପଦବୀରୁ ପାଣ୍ଡିଆନଙ୍କୁ ହଟାଯାଇଥିବା କହି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ପ୍ରଦୀପ । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେବା କଥା ବୋଲି ସେ କହିଛନ୍ତି । ସେହିପରି ପୁରୀର ବେଦାନ୍ତ ଜମି ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟ ଯେଉଁଭଳି ରାୟରେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ବେଆଇନ ବୋଲି କହିଲେ । ତାହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ବିଷୟକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । 5T ଅଧ୍ୟକ୍ଷ ନିଯୁକ୍ତି ମୁଖ୍ୟମନ୍ତ୍ରୀ କରିଥିଲେ । ଏହି ଭୁଲ ଭଟକା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି କହିଛନ୍ତି । ଏଣୁ ଏହି ସମସ୍ତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଆଉ କୌଣସି ଅଧିକାର ନାହିଁ ମୁଖ୍ୟମନ୍ତ୍ରୀ ପଦରେ ବସିବା ପାଇଁ ବୋଲି ସିଧାସଳଖ କହିଛନ୍ତି ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details