ଓଡିଶା

odisha

ରାୟଗଡାରୁ ବିଜେଡି ପ୍ରାର୍ଥୀ ଅନୁସୂୟା ମାଝୀ ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା - ODISHA ASSEMBLY ELECTION 2024

By ETV Bharat Odisha Team

Published : Mar 30, 2024, 10:10 PM IST

Anusuya Majhi Thank To BJD Supremo: ରାୟଗଡ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀ ଭାବେ ଅନୁସୂୟା ମାଝୀଙ୍କୁ ଚୟନ କରିଛି । ସେ ତାଙ୍କୁ ଟିକେଟ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢନ୍ତୁ

ରାୟଗଡାରୁ ବିଜେଡି ପ୍ରାର୍ଥୀ ଅନୁସୂୟା ମାଝୀ ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ରାୟଗଡାରୁ ବିଜେଡି ପ୍ରାର୍ଥୀ ଅନୁସୂୟା ମାଝୀ ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ରାୟଗଡାରୁ ବିଜେଡି ପ୍ରାର୍ଥୀ ଅନୁସୂୟା ମାଝୀ ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ରାୟଗଡା: ୨୦୨୪ ନିର୍ବାଚନ ପାଇଁ ବିଜେଡି ତରଫରୁ ୨ଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ୧୫ଟି ଲୋକସଭା ସିଟ ଓ ୭୨ଟି ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନୋଟି ବିଧାନସଭା ଆସନ ସହ କୋରାପୁଟ ଲୋକସଭା ଆସନ ପାଇଁ ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । କୋରାପୁଟ ଲୋକସଭା ଆସନ ନିମନ୍ତେ ଦଳ ପୁଣି ଥରେ ୨୦୧୯ର ପ୍ରାର୍ଥୀ କୌଶଲ୍ୟା ହିକକାଙ୍କ ଉପରେ ଆସ୍ଥା ପ୍ରକଟ କରି ନିର୍ବାଚନୀ ମଇଦାନରେ ଓହ୍ଲାଇବା ପାଇଁ ଟିକେଟ ପ୍ରଦାନ କରିଛି । ବିଷମକଟକ ଆସନରୁ ବିଜେଡିର ବରିଷ୍ଠ ନେତା ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା ପୁଣି ଥରେ ପ୍ରାର୍ଥୀ ହୋଇଥିବା ବେଳେ ଗୁଣପୁର ଆସନରୁ ଦ୍ବିତୀୟ ଥର ପାଇଁ ଦଳୀୟ ଟିକଟରୁ ଲଢିବେ ରଘୁନାଥ ଗମାଙ୍ଗ ।

ଏହା ମଧ୍ୟ ପଢନ୍ତୁ ...ରାୟଗଡା ବିଜେଡିରେ ରାଜନୈତିକ ଝଡ, ପ୍ରାର୍ଥୀ ନାଁ ଘୋଷଣା ପରେ 2 ଫାଳ ବିଜେଡି - Rayagada BJD Politics

ରାୟଗଡ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀକୁ ନେଇ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାକୁ ଅନ୍ତ ଘଟାଇ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୂୟା ମାଝୀଙ୍କୁ ରାୟଗଡ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ପ୍ରକାର କହିବାକୁ ଗଲେ ଏଥର ବିଜେଡି ରାୟଗଡା ନିର୍ବାଚନ ମଣ୍ଡଳୀ ନିମନ୍ତେ ମହିଳା କାର୍ଡ ଖେଳିଛି ବିଜେଡି । ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ଅନନ୍ତ ରାମ ମାଝୀଙ୍କ ଝିଅ ଓ ପୂର୍ବତନ କଂଗ୍ରେସ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଭଉଣୀ ଅଟନ୍ତି ଅନୁସୂୟା । ସେ ଯେତେବେଳେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ସେତେବେଳେ ତାଙ୍କର ରାଜନୈତିକ ଅନୁଭୂତିକୁ ଉପଯୋଗ କରି ଦଳର ଶୀର୍ଷ ନେତୃବୃନ୍ଦଙ୍କ ଦୃଷ୍ଟିକୁ ଆସିଥିବା ବେଳେ ପ୍ରଥମେ ସେ ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ଭାବେ ଦାୟିତ୍ବ ତୁଲାଇ ସମସ୍ତଙ୍କର ପ୍ରିୟର ପାତ୍ର ହୋଇପାରିଥିଲେ । ପରେ ଅନୁସୂୟାଙ୍କୁ ରାୟଗଡ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦ ଦିଆଯାଇଥିଲା ।

ଏନେଇ ଅନସୂୟା କହିଛନ୍ତି ଯେ, ମହିଳା ମାନଙ୍କୁ ସଶକ୍ତୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଦୃଷ୍ଟି ଦେଇଥାନ୍ତି । ତେବେ ରାୟଗଡ ନିର୍ବାଚନ ମଣ୍ଡଳୀରେ ପ୍ରଥମଥର ପାଇଁ ମହିଳା ପ୍ରାର୍ଥୀ ପାଇଁ ତାଙ୍କୁ ଚୟନ କରାଯାଇଛି । ଦୀର୍ଘ ୮ ବର୍ଷ ଧରି ଦଳରେ ସଭା ନେତ୍ରୀ ଭାବେ କାମ କରିଆସୁଛି । ଆଗାମୀ ନିର୍ବାଚନରେ ବିଜେଡି ସରକାରଙ୍କ ଜନହିତକର ଯୋଜନା ଓ କାମକୁ ଲୋକଙ୍କ ପାଖରେ ପହଞ୍ଚାଇ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି । ବିଜେଡ଼ି ସୁପ୍ରିମୋ ଅନୁସୟାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଟିକେଟ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details