ଓଡିଶା

odisha

ଉତ୍ତର ପ୍ରଦେଶରେ କଂଗ୍ରେସକୁ 11 ଆସନ ଛାଡିଲା ସମାଜବାଦୀ ପାର୍ଟି, ଅଖିଳେଶ କଲେ ଘୋଷଣା

By ETV Bharat Odisha Team

Published : Jan 27, 2024, 8:35 PM IST

Agreement done between sp-congress regarding seat sharing in up: ଉତ୍ତର ପ୍ରଦେଶରେ କଂଗ୍ରେସକୁ 11 ଆସନ ଛାଡିଲା ସମାଜବାଦୀ ପାର୍ଟି । ଅଖିଳେଶ ଯାଦବ ଦେଲେ ସୂଚନା । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ କଂଗ୍ରେସକୁ 11 ଆସନ ଛାଡିଲା ସମାଜବାଦୀ ପାର୍ଟି
ଉତ୍ତର ପ୍ରଦେଶରେ କଂଗ୍ରେସକୁ 11 ଆସନ ଛାଡିଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ଆସନ ବୁଝାମଣାକୁ ନେଇ ‘ଇଣ୍ଡିଆ’ ମେଣ୍ଟ ଉପରେ ସମସ୍ତଙ୍କ ନଜର ରହିଛି । ଆସନ ବୁଝାମଣା ସୁରୁଖୁରୁରେ ଶେଷ ହେଉଛି, ନା ଏହି କାରଣରୁ ନିର୍ବାଚନ ଲଢିବା ପୂର୍ବରୁ ମେଣ୍ଟରେ ଫାଟ ଦେଖାଯାଉଛି, ସେନେଇ ସମସ୍ତଙ୍କ ନଜର ଥିବା ବେଳେ ଉତ୍ତର ପ୍ରଦେଶର ସମୀକରଣ ନେଇ ଆଜି ଅଖିଳେଶ ଯାଦବ ବଡ ସୂଚନା ଦେଇଛନ୍ତି । ଅଖିଳେଶଙ୍କ ଦଳ ସମାଜବାଦୀ ପାର୍ଟି 11 ଟି ଆସନ ଛାଡିବ । ଏନେଇ ନିଜେ ଦଳ ସୁପ୍ରିମୋ ଅଖିଳେଶ ଯାଦବ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଅଖିଳେଶ କହିଛନ୍ତି, କଂଗ୍ରେସ ସହ ଗୁରୁତ୍ବପୂର୍ଣ୍ଣ 11 ଆସନ ନେଇ ବୁଝାମଣା ହୋଇଛି । ଏହା ମେଣ୍ଟର ଆସନ ବୁଝାମଣା ସମ୍ପର୍କରେ ଏକ ଭଲ ଆରମ୍ଭ । ଏହି ଆରମ୍ଭ ବିଜୟ ସମୀକରଣ ସହ ଆଗକୁ ବଢିବ ।ଏହି ବୁଝାମଣା ‘ଇଣ୍ଡିଆ’ ମେଣ୍ଟ ଓ ‘ପିଡିଏ’ ମେଣ୍ଟର ଇତିହାସ ବଦଳାଇ ଦେବ । ତେବେ ଆସନ ବୁଝାମଣା ନେଇ ବଙ୍ଗ ଓ ପଞ୍ଜାବରେ ମେଣ୍ଟରେ ଫାଟ ଦେଖାଯିବା ପରେ ଏବେ ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ସିଟ ସେୟାରିଂ ଆରମ୍ଭ ହୋଇଛି । ଅଖିଳେଶଙ୍କ ଘୋଷଣା ସମ୍ପର୍କରେ କଂଗ୍ରେସର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଏହା ମଧ୍ୟ ପଢନ୍ତୁ :- ବିଜୟ ପାଲ୍ ଓଡ଼ିଶା ବିଜେପି ପ୍ରଭାରୀ, ଲତା ସହପ୍ରଭାରୀ; ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ଦାୟିତ୍ବ

ଦେଶର ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ମୋଟ ସଂସଦୀୟ ଆସନ ସଂଖ୍ୟା 80 ରହିଛି । 2019 ରେ ଅଖିଳେଶଙ୍କ ନେତୃତ୍ବାଧୀନ ସମାଜବାଦୀ ପାର୍ଟି ମାତ୍ର 5 ଟି ଆସନରେ ବିଜୟ ଲାଭ କରିଥିଲା । ସେହିପରି କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତିବାରେ ସଫଳ ହୋଇଥିଲା । ରାହୁଲ ଗାନ୍ଧୀ ଆମେଠୀ ଆସନରୁ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ । କେବଳ ରାୟ ବରେଲୀରୁ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଜୟୀ ହେବାରେ ସଫଳ ହୋଇଛନ୍ତି । 80 ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ କଂଗ୍ରେସ ନିକଟରେ ଏବେ ମାତ୍ର ଗୋଟିଏ ଆସନ ରହିଛି । ଚଳିତ ନିର୍ବାଚନରେ ଦଳ କେତେ ସଂଖ୍ୟକ ଭୋଟରେ ଲଢିବ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ରାଜ୍ୟରେ ବିରୋଧୀ ଆସନରେ ଥିପା 11 ଆସନ ଛାଡିଥିବା ଅଖିଳେଶ ଘୋଷଣା କରିଛନ୍ତି । ଅନ୍ୟପଟେ କଂଗ୍ରେସ କ୍ୟାମ୍ପରୁ ଏହି ଘୋଷଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details