ETV Bharat / politics

ବିଜୟ ପାଲ୍ ଓଡ଼ିଶା ବିଜେପି ନିର୍ବାଚନ ପ୍ରଭାରୀ, ଲତା ସହପ୍ରଭାରୀ; ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ଦାୟିତ୍ବ

author img

By ETV Bharat Odisha Team

Published : Jan 27, 2024, 2:22 PM IST

Updated : Jan 27, 2024, 11:00 PM IST

BJP releases list of state in-charge: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରଭାରୀ ପରିବର୍ତ୍ତନ କଲା ବିଜେପି । ଶନିବାର 23 ରାଜ୍ୟ ପାଇଁ ନୂଆ ପ୍ରଭାରୀ ଏବଂ ସହ ପ୍ରଭାରୀ ନାଁ ଘୋଷଣା କରିଛି ବିଜେପି । ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶାର ଦାୟିତ୍ୱ ମିଳିଥିବା ବେଳେ, ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ମିଳିଛି ବୈଜୟନ୍ତ ପଣ୍ଡାଙ୍କୁ । ଅଧିକ ପଢନ୍ତୁ

Etv Bharat
Etv Bharat

ବିଜୟ ପାଲ୍ ଓଡ଼ିଶା ବିଜେପି ପ୍ରଭାରୀ, ଲତା ସହପ୍ରଭାରୀ; ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ଦାୟିତ୍ବ

ଭୁବନେଶ୍ବର: ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀ ଘୋଷଣା କରିଛି । ଓଡ଼ିଶା ପାଇଁ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି । ସେହିଭଳି ୨୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀଙ୍କ ନାଁ ଘୋଷଣା କରିଛି ଦଳ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ଏହି ଘୋଷଣା କରିଛନ୍ତି । ତେବେ ଉତ୍ତର ପ୍ରଦେଶ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଭାରୀ ଭାବେ ଗୁରୁ ଦାୟିତ୍ୱ ମିଳିଛି । ଓଡ଼ିଆ ପୁଅକୁ ଗୁରୁ ଦାୟିତ୍ବ ଦେଇଛି ଦଳ । ପୂର୍ବରୁ ଆସାମ ଏବଂ ଦିଲ୍ଲୀ ଭଳି ରାଜ୍ୟରେ ତାଙ୍କୁ ମିଳିଥିଲା ଗୁରୁ ଦାୟିତ୍ବ । ଆସାମରେ ସଫଳତା ହାସଲ କରିଥିବା ବେଳେ ଦିଲ୍ଲୀରେ କଡା ମୁକାବିଲା ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟାରେ କହିଛନ୍ତି,‘‘ନିଶ୍ଚୟ ଆମେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ । ସେ ଯଶସ୍ୱ ହୁଅନ୍ତୁ । କେନ୍ଦ୍ର ଓଡ଼ିଆଙ୍କୁ ଗୁରୁତ୍ଵ ଦେଉଛି । ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ବୈଜୟନ୍ତ ବାବୁଙ୍କ ଅନୁଭବ ଅଭିଜ୍ଞତାକୁ ବିଚାର ବିମର୍ଶ କରି କେନ୍ଦ୍ର ନେତୃତ୍ୱ ତାଙ୍କୁ ଏ ଦାୟିତ୍ୱ ଦେଇଛି । ନିଶ୍ଚୟ ଓଡ଼ିଶା ବିଜେପି ଓ ଓଡ଼ିଆ ଲୋକ ଗର୍ବିତ ହେବା ଉଚିତ । ପୂର୍ବରୁ ମଧ୍ୟ ଓଡ଼ିଶାର ଜନଜାତି ଵର୍ଗର ଜଣେ ମହିଳାଙ୍କୁ ରାଷ୍ଟ୍ରପତି କରିଛି ବିଜେପି । ବୈଜୟନ୍ତ ପଣ୍ଡା ପୂର୍ବରୁ ଆସାମ ଓ ଦିଲ୍ଲୀ ମୁନିସିପାଲ ନିର୍ବାଚନରେ ସଫଳ ହୋଇଛନ୍ତି । ଦିଲ୍ଲୀ ରେଜଲ୍ଟ ବହୁତ ଭଲ ହୋଇଛି ।’’

ଓଡ଼ିଶାର ନିର୍ବାଚନ ପୁରା ଦଳ ଓ ଲୋକ ଲଢ଼ିବେ । ପୁରା ଟିମ ଲଢ଼ିବେ, ଜିଲ୍ଲା ନେତୃତ୍ୱ ଲଢ଼ିବେ। ସମସ୍ତେ ସହଯୋଗ କରିବେ। ଯାହାକୁ ଯେଉଁଠି ଲଢ଼ିବାକୁ କୁହାଯିବ ସେ ଲଢ଼ିବେ। ବୈଜନ୍ତ ନିର୍ବାଚନ ଲଢ଼ିବେ ନା ନାହିଁ ତାହା କେନ୍ଦ୍ରୀୟ ପାର୍ଲିଆମେଣ୍ଟାରି ପାର୍ଟି ନିଷ୍ପତ୍ତି ନେବ ବୋଲି ମନମୋହନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଆଜି ଇସ୍ତଫା ଦେଇପାରନ୍ତି ନୀତିଶ; କାଲି ସନ୍ଧ୍ୟାରେ ଶପଥ ଗ୍ରହଣ ! ପାଟନାରେ ବିଜେପି ଓ ଆରଜେଡିର ମାନସମନ୍ଥନ
ସୂଚନା ଥାଉକି, ଓଡିଶା ସମେତ ବିହାର ପାଇଁ ବିନୋଦ ତାୱଡେ, ପଞ୍ଜାବ ଓ ଚଣ୍ଡିଗଡ ପାଇଁ ବିଜୟ ରୂପାନୀ ଓ ନରିନ୍ଦର ସିଂହ, ହରିୟାଣା ପାଇଁ ବିପ୍ଲବ କୁମାର ଦେବ, କେରଳ ପାଇଁ ପ୍ରକାଶ ଜାବଡେକରଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି । ସେହିପରି ପଶ୍ଚିମବଙ୍ଗ ପାଇଁ ମଙ୍ଗଲ ପାଣ୍ଡେ, ଅମିତ ମାଲବ୍ୟ, ଆଶା ଲକଡ଼ାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ତାମିଲନାଡୁ ପାଇଁ ଅରବିନ୍ଦ ମେନନ ଓ ସୁଧାକର ରେଡ୍ଡୀଙ୍କୁ ଦାୟିତ୍ୱ ଦେଇଛି ଦଳ ।


ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 27, 2024, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.