ଓଡିଶା

odisha

ଋଷରେ ପୁଣି ପୁଟିନ ରାଜ, ରେକର୍ଡ ବିଜୟ ସହ ପଞ୍ଚମଥର ପାଇଁ ହେଲେ ରାଷ୍ଟ୍ରପତି

By ETV Bharat Odisha Team

Published : Mar 18, 2024, 8:33 AM IST

Russia presidential Election: ଋଷ ରାଷ୍ଟ୍ରପତି ନିର୍ବାଚନରେ ଆଗରେ ରହିଛନ୍ତି ଭ୍ଲାଦିମିର ପୁଟିନ । ପଞ୍ଚମ ଥର ପାଇଁ ହେବେ ଋଷ ରାଷ୍ଟ୍ରପତି । ଅଧିକ ପଢନ୍ତୁ

Vladimir Putin
Vladimir Putin

ମସ୍କୋ: ପଞ୍ଚମ ଥର ପାଇଁ ଋଷର ରାଷ୍ଟ୍ରପତି ହେବେ ଭ୍ଲାଦିମିର ପୁଟିନ । ଆୟୋଜିତ ରାଷ୍ଟ୍ରପତି ନିର୍ବାଚନରେ 87.3 ପ୍ରତିଶତ ଭୋଟ ପାଇ ରାଷ୍ଟ୍ରପତି ରେସରେ ଆଗରେ ରହିଛନ୍ତି ପୁଟିନ । କ୍ରମାଗତ ଭାବେ ସେ ପଞ୍ଚମ ଥର ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଆଗାମୀ 6 ବର୍ଷ ପାଇଁ ଶାସନ କରିବେ । ଏନେଇ ଦେଶର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରବିବାର ଦିନ ସୂଚନା ଦେଇଛନ୍ତି ।

ପ୍ରାଥମିକ ଫଳାଫଳ ଅନୁଯାୟୀ ପୁଟିନ ରାଷ୍ଟ୍ରପତି ନିର୍ବାଚନ ରେସରେ ଆଗରେ ରହିଛନ୍ତି । ପଞ୍ଚମ ଥର ପାଇଁ ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଦେଶବାସୀଙ୍କୁ ମସ୍କୋରେ ଥିବା ମୁଖ୍ୟାଳୟରେ ବିଜୟ ଅଭିଭାଷଣ ଦେଇଥିଲେ ପୁଟିନ । ସେ କହିଥିଲେ, ଦେଶର ଏକମାତ୍ର ଶକ୍ତି ଉତ୍ସ ହେଉଛନ୍ତି ଋଷର ଲୋକେ । ଯେତେବେଳେ ଦେଶର ଭବିଷ୍ୟତ ନିର୍ମାଣ କଥା ଆସେ ସେତେବେଳେ ପ୍ରତ୍ୟେକ ନାଗରିକଙ୍କ ଭୋଟ୍ ମୂଲ୍ୟବାନ ।'' ବର୍ତ୍ତମାନ ସୁଦ୍ଧା 50 ପ୍ରତିଶତରୁ ଅଧିକ ଭୋଟ୍ ଗଣନା କରାଯାଇଛି ଏବଂ ପୁଟିନ ଆନୁମାନିକ 87.3 ପ୍ରତିଶତ ସହ ରାଷ୍ଟ୍ରପତି ରେସରେ ଆଗରେ ରହିଥିବା ସିଇସି ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନରେ କ୍ଷମତା ବଜାୟ ରଖିଲେ ଶେହଓ୍ବାଜ ସରିଫ, 2ୟ ଥର ପାଇଁ ହେଲେ ପ୍ରଧାନମନ୍ତ୍ରୀ

ସିଇସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ 9ଟା ସୁଦ୍ଧା ଏକ ଚତୁର୍ଥାଂଶ ଭୋଟ୍ ଗଣନା କରାଯାଇଥିଲା । ସେହି ସମୟରେ 87.3 ପ୍ରତିଶତ ଭୋଟ ସହ ଆଗରେ ରହିଥିଲେ ପୁଟିନ । ସେହିପରି 2004ରେ ପୁଟିନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ଦ୍ୱିତୀୟ ସ୍ଥାନରେ ଥିବା କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ନିକୋଲାଇ ଖାର୍ତ୍ତିନୋଭ 4.7 ପ୍ରତିଶତ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟ ପ୍ରତିଦ୍ବନ୍ଦ୍ବୀ ନ୍ୟୁ ପିପୁଲ୍ସ ପାର୍ଟିର ଭ୍ଲାଦିସ୍ଲାଭ ଡାଭାନକୋଭ 3.6 ପ୍ରତିଶତ ଏବଂ ଲିବରାଲ ଡେମୋକ୍ରାଟ୍ସର ଲିଓନିଡ ସ୍ଲୁଟସ୍କି 2.5 ପ୍ରତିଶତ ଭୋଟ ପାଇଛନ୍ତି । ପୂର୍ବରୁ ହୋଉଥିବା ଏକଜିଟ୍ ପୋଲ୍ ଏକଜାଟ ପୋଲ ହୋଇପାରେ ।

ଚଳିତ ବର୍ଷର ନିର୍ବାଚନରେ 74 ପ୍ରତିଶତରୁ ଅଧିକ ଭୋଟର ମତଦାନ କରିଥିଲେ । ମାର୍ଚ୍ଚ 15 ରୁ 17 ମଧ୍ୟରେ ତିନି ଦିନ ଧରି ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଏହାପର ଠାରୁ ଭୋଟଗଣନା ଆରମ୍ଭ ହୋଇଥିଲା । ଆଜି ବି ଭୋଟ ଗଣନା ଜାରି ରହିବ । ରାଷ୍ଟ୍ରପତି ଭାବେ ଭ୍ଲାଦିମିର ପୁଟିନ ପୁଣି ଥରେ ନିର୍ବାଚିତ ହୋଇଛନ୍ତି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।

ABOUT THE AUTHOR

...view details