ଓଡିଶା

odisha

ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ପାରିତ ହେଲା ‘ଏକକ ନାଗରିକ ସଂହିତା ବିଲ 2024’

By ETV Bharat Odisha Team

Published : Feb 7, 2024, 6:37 PM IST

Updated : Feb 7, 2024, 7:58 PM IST

UCC 2024 Bill passed in Uttarakhand assembly: ଉତ୍ତରାଖଣ୍ଡରେ ପାରିତ ହେଲା ‘ଏକକ ନାଗରିକ ସଂହିତା ବିଲ 2024’ । ଅଧିକ ପଢନ୍ତୁ

Etv Bhaଉତ୍ତରାଖଣ୍ଡରେ ପାରିତ ହେଲା ‘ଏକକ ନାଗରିକ ସଂହିତା ବିଲ 2024’rat
Etv Bharଉତ୍ତରାଖଣ୍ଡରେ ପାରିତ ହେଲା ‘ଏକକ ନାଗରିକ ସଂହିତା ବିଲ 2024’at

ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ପାରିତ ହେଲା ‘ଏକକ ନାଗରିକ ସଂହିତା ବିଲ 2024’

ଡେରାଡୁନ: ଦେଶର ପ୍ରଥମ ରାଜ୍ୟ ଭାବେ ବହୁଚର୍ଚ୍ଚିତ ‘ଏକକ ନାଗରିକ ସଂହିତା ବିଲ-2024’ ପାରିତ କରିବାରେ ସଫଳ ହୋଇଛି ଉତ୍ତରାଖଣ୍ଡ । ଗତକାଲି ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ କାର୍ଯ୍ୟଦିବସରେ ଏହି ବହୁଚର୍ଚ୍ଚିତ ବିଲକୁ ବିଧାନସଭାରେ ଆଗତ କରିଥିଲେ ଧାମି ସରକାର । ଦୁଇଦିନର ଚର୍ଚ୍ଚା ପରେ ଆଜି ଅପରାହ୍ନରେ ଏହି ବିଲ୍‌ ସଂଖ୍ୟା ବହୁମତରେ ପାରିତ ହୋଇଛି । ଏହାକୁ ପାରିତ କରି ଆଇନରେ ପରିଣତ କରିବାରେ ବିଜେପି ଶାସିତ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହୋଇଛି । ବିଲ ପାସ ହେବା ପରେ ମୁଖ୍ୟମନ୍ତ୍ରୀ ଧାମି ଏକ ପ୍ରେସମିଟ କରି ଏହି ବିଲ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି । ଏହି ପଦକ୍ଷେପକୁ ଐତିହାସିକ ବୋଲି କହିଛନ୍ତି । ପରେ ସେ ରୋଡ ସୋ’ ମଧ୍ୟ କରିଛନ୍ତି ।

ଉତ୍ତରାଖଣ୍ଡର ଧାମି ସରକାର ସର୍ବୋଚ୍ଚକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେସାଇଙ୍କ ନେତୃତ୍ୱରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) କାର୍ଯ୍ୟକାରିତା ନେଇ ଏକ 5ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି କମିଟି ଏହି ନିୟମକୁ ଲାଗୁ କରିବାର ସମସ୍ତ ଦିଗ ଉପରେ ଅନୁଧ୍ୟାନ କରିଥିଲା । ଏହା ପରେ ଏକ ଡ୍ରାଫ୍ଟ (ଚିଠା ପ୍ରସ୍ତାବ) ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀ ଧାମିଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲା କମିଟି । ଚଳିତ 5 ତାରିଖରେ ରାଜ୍ୟ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଗତକାଲି ଏହି ବିଲ୍‌ ଗୃହରେ ଆଗତ ହେବା ପରେ ଦୁଇଦିନ ଏହା ଉପରେ ସରଗରମ ଚର୍ଚ୍ଚା ହୋଇଥିଲା । ଆଜି ଭୋଟିଂ ମାଧ୍ୟମରେ ଏହା ପାରିତ ହୋଇଛି ।

ଏହି ବିଲରେ ରାଜ୍ୟରେ ବସବାସ କରୁଥିବା ସବୁ ଧର୍ମାବଲମ୍ବୀଙ୍କ ପାଇଁ ବିବାହ, ବିବାହ ବିଚ୍ଛେଦ, ମାଲିକାନା ସ୍ୱତ୍ତ୍ବ ଓ ଲିଭ-ଇନ ରିଲେସନସିପ ପରି କ୍ଷେତ୍ର ସମ୍ପର୍କରେ ସ୍ପଷ୍ଟ ପରିଭାଷା ଓ ନୂତନ ନିୟମ ରହିଛି । କୌଣସି ପ୍ରକାର ଧର୍ମୀୟ ନିୟମ ଅନୁସାରେ, ବିବାହ କିମ୍ବା ଛାଡପତ୍ର ହୋଇପାରିବ ନାହିଁ । ଏହି ସବୁ ମାମଲାରେ ନ୍ୟାୟିକ ବ୍ୟବସ୍ଥା ହିଁ ନିର୍ଣ୍ଣାୟକ ହେବ । କୌଣସି ସମ୍ପ୍ରଦାୟ କ୍ଷେତ୍ରରେ ପୂର୍ବରୁ ଲାଗୁ ହେଉଥିବା ଧାର୍ମିକ ଆଇନ ସମ୍ପୂର୍ଣ୍ଣ ବେଆଇନ ହୋଇଯିବ ।

ଏହା ମଧ୍ୟ ପଢନ୍ତୁ :- Uniform Civil Code: ୟୁସିସି ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ ଉତ୍ତରାଖଣ୍ଡ !

ସେହିପରି ସବୁଠାରୁ ଅଧିକ ଚର୍ଚ୍ଚାରେ ଲିଭ-ଇନ ରିଲେସନସିପ ବା ବିନା ବିବାହରେ ଏକତ୍ର ରହିବା ପ୍ରସଙ୍ଗରେ ଥିବା ନିୟମ ରହିଛି । ଏଥିପାଇଁ ଗୋପନୀୟତା ବଜାୟ ରଖିବା ଅପରାଧିକ ଶ୍ରେଣୀଭୁକ୍ତ ହେବ । କେହି ପ୍ରାପ୍ତବୟସ୍କ ଯୁବକ-ଯୁବତୀ କିମ୍ବା ପୁରୁଷ ମହିଳା ଲିଭ-ଇନରେ ରହିଲେ, ସେମାନଙ୍କୁ ପଞ୍ଜୀକରଣ କରିବାକୁ ହେବ । ଜିଲ୍ଲା ପ୍ରଶାସନ ନିକଟରେ ଏହି ପଞ୍ଜୀକରଣ କରିବାକୁ ପଡିବ । ବିନା ପଞ୍ଜୀକରଣରେ ଏକତ୍ର ରହିବାକୁ ବେଆଇନ ଓ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି । ଏଥିପାଇଁ 3 ମାସ ପର୍ଯ୍ୟନ୍ତ ଉଭୟଙ୍କୁ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ସେହିପରି ସମସ୍ତ ଧର୍ମ ପାଇଁ ବହୁବିବାହକୁ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରାଯାଇଛି । ଏହା ଏକ ସ୍ପଷ୍ଟ ଅପରାଧିକ ଶ୍ରେଣୀଭୁକ୍ତ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Feb 7, 2024, 7:58 PM IST

ABOUT THE AUTHOR

...view details