ନୂଆଦିଲ୍ଲୀ:ଦିଲ୍ଲୀର କାଲକାଜୀ ମନ୍ଦିରରେ ଚାଲିଥିଲା ଭଜନ କୀର୍ତ୍ତନର ଆସର । ଭକ୍ତି ରସରେ ଭୁଜୁଥିଲେ ଭକ୍ତ । ହେଲେ କେହି କିଛି ଜାଣିବା ଆଗକୁ ହଠାତ୍ ଭୁଶୁଡି ପଡିଥିଲା ମଞ୍ଚ । ଭଙ୍ଗା ମଞ୍ଚ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣଙ୍କ ଜଣେ ମହିଳା ହୋଇଥିଲା ଜଣାପଡିଛି । କିନ୍ତୁ ତାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇନାହିଁ ।
ଏହା ମଧ୍ୟ ପଢନ୍ତୁ-ଭୁଶୁଡିଲା ସାଣ୍ଟା କ୍ରୁଜ ଚର୍ଚ୍ଚ, ଚାହୁଁ ଚାହୁଁ ଚାଲିଗଲା 7 ଜୀବନ
ଶନିବାର ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଥିଲା । କାଲକାଜୀ ମନ୍ଦିର ମହନ୍ତ ପରିସରରେ ଚାଲିଥିଲା ଭଜନ ସମାରୋହ । ଗାୟକ ମାନେ ମଞ୍ଚରେ ଭଜନ ଗାନ କରୁଥିଲେ । ଶହ ଶହ ଲୋକ ଜାଗରଣରେ ସାମିଲ ହୋଇଥିଲେ । ଭକ୍ତିମୟ ପରିବେଶରେ ନିଜକୁ ହଜାଇ ଦେଇଥିଲେ ଶ୍ରଦ୍ଧାଳୁ । ହଠାତ ଏହି ସମୟରେ ମଞ୍ଚ ଭୁଶୁଡି ପଡିଥିଲା । ଯାହା କାଠ ଓ ଲୁହାରେ ନିର୍ମିତ ଥିଲା । ମଞ୍ଚ ତଳେ ଚାପି ହୋଇଯାଇଥିଲେ ଏକାଧିକ ଲୋକ । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ 17 ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ଜାଗରଣ ଆୟୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ପୋଲିସ ।