ଓଡିଶା

odisha

ଆନ୍ନାମଲାଇଙ୍କୁ ସୁପ୍ରିମ ଆଶ୍ବସ୍ତି; ହେଟ୍‌ସ୍ପିଚ୍‌ ମାମଲା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ବଳବତ୍ତର - SC Extends Stay on Proceedings

By PTI

Published : Apr 29, 2024, 5:57 PM IST

Hate Speech Case against Annamalai: ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି । ହେଟ୍‌ସ୍ପିଚ୍‌ ମାମଲା ଉପରେ ପୂର୍ବରୁ ଲଗାଯାଇଥିବା ସ୍ଥଗିତାଦେଶକୁ ବଳବତ୍ତର ରଖିଲେ ସର୍ବୋଚ୍ଚ ଅଦାଲତ । ଜାଣନ୍ତୁ କେଉଁ ଘୃଣ୍ୟ ମନ୍ତବ୍ୟ ଦେଇଥିଲେ ଏହି ଯୁବନେତା

Hate Speech Case against Annamalai
Hate Speech Case against Annamalai

ନୂଆଦିଲ୍ଲୀ:ତାମିଲନାଡୁ ବିଜେପି ସଭାପତି କେ. ଆନ୍ନାମଲାଇଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି । ତାଙ୍କ ବିରୋଧରେ ଲାଗୁ ହୋଇଥିବା ଏକ ଅପରାଧିକ ମାମଲା ସମ୍ବନ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକକୁ ବଳବତ୍ତର କରିଛନ୍ତି ସର୍ବୋଚ୍ଚ ଅଦାଲତ । ତାମିଲନାଡୁ ଯୁବ ରାଜନେତା ଆନ୍ନାମଲାଇ 2022 ଅକ୍ଟୋବରରେ ଏକ ୟୁଟ୍ୟୁବ ଚ୍ୟାନେଲର ସାକ୍ଷାତକାରରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ବିରୋଧରେ ଘୃଣ୍ୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।

ଆଜି ସୁପ୍ରିମକୋର୍ଟଙ୍କ 2 ଜଣିଆ ଖଣ୍ଡପୀଠ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦିପଙ୍କର ଦତ୍ତ ଏହି ମାମଲାର ଶୁଣାଣି କରିଥିଲେ । ବେଞ୍ଚ ଶୁଣାଣି କରି କହିଥିଲେ, "ଅନ୍ତରୀଣ ରାୟ ବଳବତ୍ତର ରହିବ ।"ବେଞ୍ଚ ଆହୁରି କହିଛନ୍ତି ୟେ ସେପ୍ଟେମ୍ବର 9ରୁ ଆରମ୍ଭ ହୋଇଥିବା ସପ୍ତାହରେ ଏହି ମାମଲା ପୁନଃ ତାଲିକାଭୁକ୍ତ ହେବ । ଏହା ଏକ ବ୍ୟକ୍ତିଗତ ଅଭିଯୋଗ ଏବଂ ଏହି ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇନାହାନ୍ତି । ଏହି ମାମଲାରେ ପ୍ରତିପକ୍ଷ ଜବାବ ଦାଖଲ କରିବାକୁ ସମୟ ମାଗିଥିଲେ । ଏହାପରେ କୋର୍ଟ ପ୍ରତିପକ୍ଷଙ୍କୁ 6 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ମାମଲାକୁ ସେପ୍ଟେମ୍ବର ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏହାପୂର୍ବରୁ ଫେବୃଆରୀ 26ତାରିଖରେ ଏହି ଅପରାଧିକ ମାମଲାରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ ।

ଣ ଥିଲା ମାମଲା? :-ଦୀପାବଳିର ଦୁଇ ଦିନ ପୂର୍ବରୁ କ୍ରାକର ବିସ୍ଫୋରଣ ସମ୍ପର୍କରେ ଏକ ୟୁଟ୍ୟୁବ ଚ୍ୟାନେଲ ସହ ସାକ୍ଷାତକାର ସମୟରେ 2022 ଅକ୍ଟୋବର 22 ତାରିଖ ଦିନ ଆନ୍ନାମଲାଇ ଖ୍ରୀଷ୍ଟିଆନଙ୍କ ବିରୋଧରେ ଘୃଣ୍ୟ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ସାକ୍ଷାତକାରରେ ଆନ୍ନାମଲାଇ କହିଥିଲେ, " ଜଣେ ଈସାଇ ଏନଜିଓ ସର୍ବପ୍ରଥମେ ଉତ୍ସବ ପୂର୍ବରୁ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ମାମଲା ଦାଏର କରିଥିଲେ ।" ଅଭିଯୋଗକାରୀ ପୀୟୁଷ ଅଭିଯୋଗ କରିଥିଲେ, " ବିଜେପି ନେତା ଜାଣିଶୁଣି ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି।" ଏହି ଅଭିଯୋଗକୁ ଭିତ୍ତି କରି ଟ୍ରାଏଲ କୋର୍ଟ ପକ୍ଷରୁ ଆନ୍ନାମଲାଇଙ୍କୁ ସମନ ଜାରି ହୋଇଥିଲା । ଏହାପରେ ଆନ୍ନାମଲାଇ ସମନ ଉପରେ ରୋକ ଲଗାଇବା ନେଇ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ ।

ଏହା ବି ପଢନ୍ତୁ- ନିର୍ବାଚନ ପାଇଁ ପଡିନି ଭୋଟ, ପରାଜୟ ଶୁଣି ଆଙ୍ଗୁଠି କାଟିଲେ ଆନ୍ନାମଲାଇଙ୍କ ସମର୍ଥକ

ମାଡ୍ରାସ ହାଇକୋର୍ଟ ମାମଲାର ଶୁଣାଣି କରିବା ସମୟରେ କହିଥିଲେ ଯେ ଘୃଣ୍ୟ ମନ୍ତବ୍ୟ ଦ୍ବାରା ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ଉପରେ ମାନସିକ ପ୍ରଭାବ ମଧ୍ୟ ବିଚାର କରାଯିବା ଆବଶ୍ୟକ । ଫେବୃଆରୀ 8ରେ ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଆନ୍ନାମଲାଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ABOUT THE AUTHOR

...view details