ETV Bharat / bharat

ନିର୍ବାଚନ ପାଇଁ ପଡିନି ଭୋଟ, ପରାଜୟ ଶୁଣି ଆଙ୍ଗୁଠି କାଟିଲେ ଆନ୍ନାମଲାଇଙ୍କ ସମର୍ଥକ - Annamalai supporter chopped finger

author img

By ETV Bharat Odisha Team

Published : Apr 18, 2024, 9:36 PM IST

Annamalai supporter chopped his finger: କୋଏମ୍ବାଟୁର ବିଜେପି ସାଂସଦ ପ୍ରାର୍ଥୀ ଆନ୍ନାମଲାଇଙ୍କ ଅଜବ ସମର୍ଥକ । ପ୍ରଚାର ଶେଷ ହେବା ପରେ କାଟିଲେ ହାତ ଆଙ୍ଗୁଠି । ଅଧିକ ପଢନ୍ତୁ

Annamalai supporter chopped his finger
Annamalai supporter chopped his finger

ଚେନ୍ନାଇ: ତାମିଲନାଡୁ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ପ୍ରାର୍ଥୀ ଆନ୍ନାମଲାଇଙ୍କ ଅଜବ ସମର୍ଥକ । ନିର୍ବାଚନ ପାଇଁ ମତଦାନ ହୋଇନଥିବା ବେଳେ ଆନ୍ନା ମଲାଇଙ୍କ ହାର ଖବର ଶୁଣି କାଟିଲେ ହାତର ଆଙ୍ଗୁଠି । ଆସନ୍ତାକାଲି ବା ଏପ୍ରିଲ 19 ତାରିଖରେ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବ । 18ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳର 102 ଆସନରେ ପଡ଼ିବ ଭୋଟ । ତାମିଲନାଡୁରେ ବୁଧବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁ ବିଜେପି ସଭାପତି ଆନ୍ନାମଲାଇ କୋଏମ୍ବାଟୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଏଥିଲାଗି ସେ ବଲନ ନଗର ଅଞ୍ଚଳରେ ଗତକାଲି ନିର୍ବାଚନୀ ପ୍ରଚାର ଶେଷ କରିଛନ୍ତି । ଏହି ସମୟରେ କେହି କିଛି ବୁଝିବା ଆଗରୁ ହଠାତ ଜଣେ ସମର୍ଥକ ଭିଡ଼ ଭିତରୁ ଆସି ନିଜ ହାତ କାଟି ଦେଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୋଏମ୍ବାଟୁର ସରକାରୀ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ଏବେ ସେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ଏହା ବି ପଢନ୍ତୁ- ଆନ୍ନାମଲାଇଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ

ପ୍ରାଥମିକ ତଦନ୍ତ ଅନୁସାରେ, ତାଙ୍କ ପରିଚୟ ଦୁରାଇ ରାମଲିଙ୍ଗମ ବୋଲି ଜଣାପଡ଼ିଛି । ସେ କୁଡ୍ଡାଲୋର ମୁଲ୍ଲିପାଲମ ଅଞ୍ଚଳର ଅଧିବାସୀ । ଗତ 2014ରେ ସେ ବିଜେପିରେ ଯୋଗଦାନ କରିଥିବା ବେଳେ କୁଡ୍ଡାଲୋର ଜିଲ୍ଲାର ରାଜ୍ୟ ଉପସଭାପତି ଭାବେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ଆଙ୍ଗୁଠି କାଟିବା ସମ୍ପର୍କରେ ଦୁରାଇ କହିଛନ୍ତି ଯେ ସେ ଗତ 10 ଦିନ ଧରି କୋଇମ୍ବାଟୁର ଆସିଛନ୍ତି । ଏଠାରେ ଡୋର-ଟୁ-ଡୋର ଯାଇ ବିଜେପି ସାଂସଦ ପ୍ରାର୍ଥୀ ଆନ୍ନାମଲାଇଙ୍କ ଲାଗି ଭୋଟ ମାଗୁଛନ୍ତି । ତାଙ୍କ ଆଙ୍ଗୁଠି କାଟିବାର କାରଣ ହେଉଛି କୋଏମ୍ବାଟୁରରେ ତାଙ୍କର ଜଣେ ସାଙ୍ଗ ଆନ୍ନାମଲାଇଙ୍କ ହାର ସମ୍ପର୍କରେ କହିଥିଲେ । ପ୍ରଚାର କାର୍ଯ୍ୟ ଶେଷ ହେବା ସମୟରେ ଆନ୍ନାମଲାଇ ଚଳିତ ନିର୍ବାଚନରେ ହାରିବେ ବୋଲି ସାଙ୍ଗ କହିବା ପରେ ସେ ଆଙ୍ଗୁଠି କାଟିଦେଇଥିବା କହିଛନ୍ତି ।

ସୂଚନା ଥାଉ କି ଆନ୍ନାମଲାଇ ତାମିଲନାଡୁ ଓ ସାଉଥରେ ବିଜେପିର ରାଇଜିଂ ପୋଷ୍ଟର ବୟ ଭାବେ ଜଣାଶୁଣା । ଚଳିତ ଥର କୋଏମ୍ବାଟୁର ସଂସଦୀୟ ଆସନରୁ ସେ ପ୍ରଥମ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତାମିଲନାଡୁର 39ଟି ଲୋକସଭା ଆସନ ପାଇଁ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ । ଜୁନ 4 ତାରିଖରେ ଭୋଟ ଗଣତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.