ବେଙ୍ଗାଲୁରୁ:କର୍ଣ୍ଣାଟକ ରାଜଧାନୀ ସ୍ଥିତ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ଦୁଇ ଜଣଙ୍କୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି(NIA)। ଅବଗୁଲ ମଥିନ ତାହା ଏବଂ ମୁସାଭିର ହୁସେନ ଶାଜିବକୁ ଗିରଫ କରିଛି ଏନଆଇଏ । ଗତ ଏପ୍ରିଲ 5 ତାରିଖରେ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ତଦନ୍ତକାରୀ ସଂସ୍ଥା ଆଜି ପଶ୍ଚିମବଙ୍ଗ କୋଲକାତାରୁ ଦୁଇଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି । ପ୍ରକାଶଥାଉକି ମାର୍ଚ୍ଚ 1 ତାରିଖରେ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ପ୍ରାୟ 9ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ ।
ତେବେ ମୁସାଭିର ହୁସେନ ଶାଜିବ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି । କାରଣ ସେ ଆଇଇଡିକୁ କାଫେରେ ରଖିଥିଲେ । ଅନ୍ୟପଟେ ଯୋଜନାର ମାଷ୍ଟର ମାଇଣ୍ଡ ଥିଲା ଅବଗୁଲ ମଥିନ କାହା। ଆଜି ସକାଳୁ ଏନଆଇଏ ପକ୍ଷରୁ କୁହାଯାଇଛି, କୋଲକାତା ନିକଟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ଦୁଇଜଣ ମିଥ୍ୟା ପରିଚୟ ଦେଇ ଲୁଚି ରହିଥିଲେ । ତେବେ ଏନଆଇର ଏହି ସଫଳତା ପଛରେ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ କେରଳ ପୋଲିସ୍ ରହିଛନ୍ତି । ସମସ୍ତଙ୍କର ମିଳିତ ସହଯୋଗରେ ଏହା ସଫଳ ହୋଇପାରିଛି ।