ଓଡିଶା

odisha

ଜୈସଲମେରରେ ବଡ ଦୁର୍ଘଟଣା, ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ - Plane Crash In Jaisalmer

By ETV Bharat Odisha Team

Published : Apr 25, 2024, 11:30 AM IST

Updated : Apr 25, 2024, 11:51 AM IST

Jaisalmer Plane Crash: ପ୍ରଶିକ୍ଷଣ ସମୟରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ । ମୃତାହତ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ଗଠନ । ଅଧିକ ପଢନ୍ତୁ

Etv Bharat
Etv Bharat

ଜୟପୁର: ରାଜସ୍ଥାନରେ ବିମାନ ଦୁର୍ଘଟଣା । ନିୟମିତ ପ୍ରଶିକ୍ଷଣ ସମୟରେ ଭାରତୀୟ ବାୟୁସେନାର ବିମାନ କ୍ରାସ ହୋଇଛି । ଜୈସଲମେର ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ । କେଉଁ କାରଣରୁ ବିମାନଟି ଦୁର୍ଘଟଣାର ଶିକାର ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ବିମାନଟି ମାନବହିନ ହୋଇଥିବା ବେଳେ ରିମୋଟ ଦ୍ବାରା ପରିଚାଳିତ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ- ମଝି ଆକାଶରେ ଧକ୍କା ହେଲା ଦୁଇ ନୌସେନା ହେଲିକପ୍ଟର, ୧୦ ମୃତ - Malaysia Helicopter Crash

ଜୈସଲମେରର ଜିଲ୍ଲା ମୁଖ୍ୟାଳୟଠାରୁ 30 କିଲୋମିଟର ଦୂରରେ ଥିବା ରୋଜାନିର ଧାନି ଜଜିଆ ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଓ ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା । ଏହା ଜଜିଆ ଗ୍ରାମରେ ପଡିବା ପରେ ନିଆଁକୁ ଆୟତ କରିତିଲା ଅଗ୍ନିଶମ ବିଭାଗ । ବିମାନଟି ମାନବବିହୀନ ଅଟେ ଯାହା, ଗୁପ୍ତଚର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବ୍ୟବହୃତ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନରେ ସମରାଭ୍ୟାସ ବେଳେ କ୍ରାସ ହେଲା ‘ତେଜସ’, ପାଇଲଟ ସୁରକ୍ଷିତ

ଜଣେ ଅଧିକାରୀ କହିଛନ୍ତି ଯେ, ଆଜି ସକାଳେ ଭାରତୀୟ ବାୟୁସେନାର ଏକ ସର୍ଭିଲାନ୍ସ ବିମାନ ଜୈସେଲମରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖୁହୁରୀ ପୋଲିସ ଷ୍ଟେସନ ଅଧିକାରୀ ମେ ଜବତା ଘଟଣାସ୍ଥଳରେ ପହଞ୍ଚିଥିଲେ। ବାୟୁସେନା ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ- କ୍ରାସ୍ ପରେ ଜଳିଗଲା ଋଷ ସେନା ବିମାନ, 60 ୟୁକ୍ରେନ ଯୁଦ୍ଧବନ୍ଦୀଙ୍କ ମୃତ୍ୟୁ ଆଶଙ୍କା

ମାର୍ଚ୍ଚ 12 ତାରଖରେ ରାଜସ୍ଥାନ ପୋଖରାନରେ ସ୍ବଦେଶୀ ନିର୍ମିତ ଲଢୁଆ ବିମାନ ‘ତେଜସ’ କ୍ରାସ ହୋଇଥିଲା । ଜୈସେଲମର ନିକଟରେ ସମରାଭ୍ୟାସ ବେଳେବିମାନଟି କ୍ରାସ ହେବା ପରେ ଏକ ଗ୍ରାମ ନିକଟରେ ଖସିପଡିଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପାଇଲଟ ଜଣକ ସୁରକ୍ଷିତ ଇଜେକ୍ଟ କରିବାରେ ସଫଳ ହୋଇଥିଲେ । ଭାରତୀୟ ବାୟୁସେନା ଇତିହାସରେ ଏହା ପ୍ରଥମ ‘ତେଜସ’ ଦୁର୍ଘଟଣା ଘଟିଥିଲା । ଯାନ୍ତ୍ରିକ ତ୍ରୁଟିକୁ ପ୍ରାଥମିକ କାରଣ ଭାବେ ସନ୍ଦେହ କରାଯାଉଥିଲା ।

Last Updated : Apr 25, 2024, 11:51 AM IST

ABOUT THE AUTHOR

...view details