ଓଡିଶା

odisha

ଅଦାଲତ ନିଷ୍ପତ୍ତିରେ ଅସନ୍ତୋଷ; ଓକିଲଙ୍କ ଆତ୍ମହତ୍ୟା ଉଦ୍ୟମ

By ETV Bharat Odisha Team

Published : Feb 2, 2024, 10:45 PM IST

Patna High Court: ପାଟନା ହାଇକୋର୍ଟର ଜଣେ ଓକିଲ କୋର୍ଟରୁ ଡେଇଁ ପଡିଥିଲେ । ପରେ ସେ ରେଲିଂରେ ଅଟକି ଯାଇଥିଲେ । ସେଠାରୁ ତାଙ୍କୁ ଅନ୍ୟ ଆଇନଜୀବୀ ଏବଂ ପୋଲିସ ସେଠାରୁ ଉଦ୍ଧାର କରିଥିଲେ । ଅଧିକ ପଢ଼ନ୍ତୁ,

ଓକିଲଙ୍କ ଆତ୍ମହତ୍ୟା ଉଦ୍ୟମ
ଓକିଲଙ୍କ ଆତ୍ମହତ୍ୟା ଉଦ୍ୟମ

ଓକିଲଙ୍କ ଆତ୍ମହତ୍ୟା ଉଦ୍ୟମ

ପାଟନା: ଅଦାଲତର ନିଷ୍ପତ୍ତିରେ ଅନେକ ଥର ସାଧାରଣ ଜନତାଙ୍କର ଅସନ୍ତୋଷକୁ ଦେଖାଯାଇଛି । ଏବଂ ଏହିଭଳି ଘଟଣା ଅତି ସାଧାରଣ । କିନ୍ତୁ କ‘ଣ କେବେ ଶୁଣିଛନ୍ତି ଜଣେ ଓକିଲ ଅଦାଲତର ନିଷ୍ପତ୍ତିରେ ଅସନ୍ତୋଷ ହେବାର । ସମଗ୍ର କୋର୍ଟ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ ବାରିଷ୍ଟର ବାବୁ । କଥାଟି ଶୁଣିବାକୁ ଯେପରି ଆଶ୍ଚର୍ଯ୍ୟ ଜନକ ସେତିକି ମଜାଦାର ମଧ୍ୟ । ଓକିଲଙ୍କ ହାଇ ଭୋଲଟେଜ୍ ଡ୍ରାମା ଦୀର୍ଘ ସମୟ ଧରି ଲୋକଙ୍କୁ ଅସୁବିଧାରେ ମଧ୍ୟ ପକାଇଥିଲା । ଆଉ ସେହି ଖବର ଏବେ ପାଲଟିଛି ଚର୍ଚ୍ଚାର ବିଷୟ ।

ପାଟନା ହାଇକୋର୍ଟରେ ବାରିଷ୍ଟର ବାବୁଙ୍କ ହାଇ ଭୋଲଟେଜ୍ ଡ୍ରାମା :

ପାଟନା ହାଇକୋର୍ଟର ଜଣେ ଓକିଲ କୋର୍ଟରୁ ଡେଇଁ ପଡିଥିଲେ । ପରେ ସେ ରେଲିଂରେ ଅଟକି ଯାଇଥିଲେ । ସେଠାରୁ ତାଙ୍କୁ ଅନ୍ୟ ଆଇନଜୀବୀ ଏବଂ ପୋଲିସ ସେଠାରୁ ଉଦ୍ଧାର କରିଥିଲେ । ଶିବ ପୂଜନ ଝା ନାମକ ଜଣେ ଓକିଲ କୋର୍ଟ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ହାଇକୋର୍ଟ ପରିସରରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ବିଷୟରେ ସୂଚନା ପାଇ ହାଇକୋର୍ଟ ପରିସରରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ଓକିଲଙ୍କୁ ଠିକ୍ ସମୟରେ ଉଦ୍ଧାର କରିଥିଲେ।

ସୂଚନା ଆନୁଯାଇ ଏହି ଘଟଣା ହାଇକୋର୍ଟ ପରିସରରେ ଘଟିଥିଲା ​​ଯେତେବେଳେ କୋର୍ଟ କାର୍ଯ୍ୟ ଚାଲିଥିଲା । ଓକିଲ ଶିବ ବିଚାରପତିଙ୍କ ନିଷ୍ପତ୍ତିରେ କ୍ରୋଧିତ ହୋଇଥିଲେ । ଓକିଲ ଚିତ୍କାର କରିବା ଆରମ୍ଭ କରି କହିଥିଲେ ଯେ କୋର୍ଟ ଆମ ପାଇଁ, ଆମେ କୋର୍ଟ ପାଇଁ ନୁହେଁ। ଯୌତୁକ ସମ୍ପର୍କରେ ଓକିଲ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଏକ ମାମଲା ଚାଲିଥିଲା। ଯେଉଁଥିରେ ହାଇକୋର୍ଟ 2.5 ଲକ୍ଷ ଟଙ୍କାର ଜରିମାନା ଶିବଙ୍କ ଉପରେ ଲଗାଇଥିଲେ । ଘଟଣା ପରେ ହାଇକୋର୍ଟ ପରିସରରେ ଉପସ୍ଥିତ ଓକିଲଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଘଟଣାସ୍ଥଳରେ ଉପସ୍ଥିତ ଓକିଲ ତାଙ୍କ ଜୀବନ ଶେଷ କରିବାକୁ ଯୋଜନା କରିଥିଲେ। କିନ୍ତୁ ବିଫଳ ହୋଇ ବାଲକୋନୀରେ ଅଟକି ରହିଥିଲେ । ହାଇକୋର୍ଟ ପରିସରରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ଶିବ ପୂଜନଙ୍କୁ ଅଟକାଇଥିଲେ। କିନ୍ତି ସେ ତାଙ୍କ ଜିଦିରେ ଅଟକ ରହି ଦ୍ୱିତୀୟ ମହଲାରୁ ଡ଼େଇଁ ପଡ଼ିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ପେଟ୍ ସିଟି ସ୍କାନ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାଇ କୌଣସି ସମୟରେ ଓକିଲ ଏପରି ଆତ୍ମହତ୍ୟା କରିନାହାନ୍ତି । ଏହିଭଳି ଘଟଣା ମାଧ୍ୟମରେ ହାଇକୋର୍ଟ ପରିସରରେ ବିଶୃଙ୍ଖଳା ଦେଖାଦେଇଛି । ତେବେ ଏନେଇ ପ୍ରତ୍ୟକ୍ଷଦର୍ଶୀ ସଞ୍ଜୟ କୁମାର କହିଛନ୍ତି ଯେ,‘‘ ଆଇନଜୀବୀ ଶିବ ପୂଜନ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । ଠିକ୍‌ ସମୟରେ ତାଙ୍କୁ ଅଟକାଇ ଦିଆଯାଇଛି । ସେ ଛାତ ଉପରେ ଥିବା ରେଲିଂରୁ ବାଲକୋନୀକୁ ଡେଇଁପଡିଥିଲେ ।’’

ABOUT THE AUTHOR

...view details