ଓଡିଶା

odisha

ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ଲମ୍ବିଲା ଅବକାରୀ ଘୋଟାଲା ମାମଲାର ତଦନ୍ତ, AAP ନେତାଙ୍କୁ ED ସମନ - ED summons AAP leaders from Goa

By ETV Bharat Odisha Team

Published : Mar 27, 2024, 10:51 PM IST

ED summons AAP leaders from Goa: ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ଲମ୍ବିଲା ଅବକାରୀ ଘୋଟାଲା ମାମଲାର ତଦନ୍ତ । ଗୋଆର AAP ନେତାଙ୍କୁ ED ସମନ । କାଲି ଦିଲ୍ଲୀରେ ହେବେ ଜେରା । ଅଧିକ ପଢନ୍ତୁ

ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗୋଆ AAP ନେତାଙ୍କୁ ED ସମନ, କାଲି ହେବେ ଜେରା
ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗୋଆ AAP ନେତାଙ୍କୁ ED ସମନ, କାଲି ହେବେ ଜେରା

ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଘୋଟାଲା ମାମଲାର ତଦନ୍ତ ଏବେ ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ଲମ୍ବିବାକୁ ଯାଉଛି । କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରାଡାରରେ ଗୋଆର କିଛି ଆମ ଆଦମୀ ପାର୍ଟି ନେତା ରହିଛନ୍ତି । କାରଣ କେଜ୍ରିଓ୍ବାଲଙ୍କ ପାର୍ଟି ସେଠାରେ ମଧ୍ୟ 2022 ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା । ସେହି ସମୟରେ ସେଠାରେ ମଧ୍ୟ ଏହି ଟଙ୍କା ବିନିଯୋଗ ହୋଇଥିବାର ସନ୍ଦେହ କରାଯାଉଛି । ତେଣୁ ଗୋଆରେ ଆମ ଆଦମୀ ପାର୍ଟିର କିଛି ନେତାଙ୍କୁ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । ଆସନ୍ତାକାଲି ଏହି ନେତାମାନେ ଦିଲ୍ଲୀ ଆସି କେନ୍ଦ୍ରୀୟ ସଂସ୍ଥାର ମୁଖ୍ୟାଳୟରେ ହାଜର ହେବେ ।

ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ହାଜର ହେବା ପାଇଁ ସମନ ପାଇଥିବା ସମସ୍ତ ଆମ ଆଦମୀ ପାର୍ଟି ନେତାମାନେ ବିଧାନସଭା ନିର୍ବାଚନ ସମୟରେ ଦଳ ସହ ଯୋଡି ହୋଇଥିଲେ । ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଓ ଅନ୍ୟ ବ୍ୟାପାରରେ ମଧ୍ୟ ସେମାନେ ନିୟୋଜିତ ଥିଲେ । ସାଉଥ ଗ୍ରୁପ କମ୍ପାନୀ ଠାରୁ ଆମ ଆଦମୀ ପାର୍ଟି ପ୍ରାୟ 100 କୋଟିର ଅର୍ଥରାଶି ସଂଗ୍ରହ କରିଛି । ସେଥିମଧ୍ୟରୁ ପ୍ରାୟ 45 କୋଟି ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ ହୋଇଥିଲା । ଏହି ସ୍ଥାନୀୟ ନେତାମାନେ ଏହି ଟଙ୍କା କାରବାର ସମ୍ପର୍କରେ ଜାଣନ୍ତି । 2022 ରେ ଶେଷ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ପ୍ରତିଦ୍ବନ୍ଦ୍ବିତା କରିଥିଲା । ମୋଟ 40 ଆସନ ମଧ୍ୟରୁ ପାର୍ଟି ମାତ୍ର 2ଟି ଆସନ ବିଜୟୀ ହୋଇଥିଲା । ରାଜ୍ୟରେ ଦଳର ମୋଟ ଭୋଟ ପ୍ରତିଶତ 6.77 ଥିଲା ।

ଏହା ମଧ୍ୟ ପଢନ୍ତୁ :- ହସ୍ପିଟାଲରୁ ଡିସଚାର୍ଜ ହେଲେ ସଦଗୁରୁ, 20ରେ ହୋଇଥିଲା ବ୍ରେନ ସର୍ଜରୀ - Sadhguru Discharged from Hospital

ଏବେ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ମାମଲାରେ ଏବେ ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ଅଛନ୍ତି । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ମାମଲାରେ ପ୍ରଥମେ ଗିରଫ ହୋଇ ଜେଲ ଯାଇଥିଲେ । ଏବେ ସୁଦ୍ଧା ମଧ୍ୟ ସେ ବେଲ ପାଇବାରେ ସଫଳ ହୋଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details