ଓଡିଶା

odisha

ପ୍ରଚାର ମୈଦାନକୁ ଓହ୍ଲାଇଲେ କି କିଙ୍ଗ ଖାନ ? ଭିଡ଼ିଓ ଦେଖି ଆପଣଙ୍କ ବି ଉଡିଯିବ ହୋସ୍ - Lok Sabha Election 2024

By ETV Bharat Odisha Team

Published : Apr 19, 2024, 5:06 PM IST

Doppelganger Of Shahrukh Khan: ନିର୍ବାଚନ ପ୍ରଚାରରେ ଫିଲ୍ମ ତାରକାଙ୍କୁ ମୈଦାନକୁ ଓହ୍ଲାଇବା ସାଧାରଣ କଥା, କିନ୍ତୁ ପ୍ରଥମ ଥର ପାଇଁ ନିର୍ବାଚନ ପ୍ରଚାରରେ 'ଶାହାରୁଖ ଖାନ' ମଇଦାନକୁ ଓହ୍ଲାଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିବା ପରେ ଆପଣଙ୍କର ବି ହୋସ୍ ଉଡିଯିବ ।

ପ୍ରଚାର ମୈଦାନକୁ ଓହ୍ଲାଇଲେ କି କିଙ୍ଗ ଖାନ? ଭିଡ଼ିଓ ଦେଖି ଆପଣଙ୍କ ବି ଉଡିଯିବ ହୋସ୍
ପ୍ରଚାର ମୈଦାନକୁ ଓହ୍ଲାଇଲେ କି କିଙ୍ଗ ଖାନ? ଭିଡ଼ିଓ ଦେଖି ଆପଣଙ୍କ ବି ଉଡିଯିବ ହୋସ୍

ହାଇଦ୍ରାବାଦ: ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତରେ ଆଜି ଏପ୍ରିଲ 19ରେ ଲୋକସଭା ନିର୍ବାଚନ 2024 ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଦେଶର 21 ଟି ରାଜ୍ୟରେ 102 ଟି ଆସନରେ ସକାଳ 7 ଟାରୁ ମତଦାନ ଚାଲିଛି । ତେବେ ବର୍ତ୍ତମାନ ଏହି ନିର୍ବାଚନରେ ଅନେକ ରାଜନୈତିକ ଦଳ ବଲିଉଡ ତାରକାଙ୍କୁ ଟିକେଟ ଦେଇଛି । ଯେଉଁଥିରେ କଙ୍ଗନା ରାଣାୱତଙ୍କ ଭଳି ତାରକାଙ୍କ ନାଁ ସାମିଲ । ଏଥିସହ କିଛି ତାରକା କ୍ୟାମ୍ପେନିଂ କରୁଥିବା ମଧ୍ୟ ନଜର ଆସିଥାନ୍ତି । ବର୍ତ୍ତମାନ ନିର୍ବାଚନ ଲହରୀ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ 'ଶାହାରୁଖ ଖାନ' ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସତରେ ପ୍ରଚାର କରୁଛନ୍ତି କି ଶାହାରୁଖ?

ଭାଇରାଲ ଭିଡିଓରେ 'ଶାହାରୁଖ ଖାନ' ପ୍ରଚାର କରୁଥିବା ନଜର ଆସିଛନ୍ତି । ଯେଉଁଥିରେ ସେ ମହାରାଷ୍ଟ୍ରର କୋଲହାପୁରରେ କଂଗ୍ରେସ ନେତା ପ୍ରଣୀତି ସିନ୍ଦେଙ୍କ ପାଇଁ ପ୍ରଚାର କରୁଥିବା ନଜର ଆସିଛନ୍ତି। ପ୍ରଣୀତି ସିନ୍ଦେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ଝିଅ । ପ୍ରକୃତରେ, କଂଗ୍ରେସର ନିର୍ବାଚନ ପ୍ରଚାରରେ ଦେଖାଯାଇଥିବା ଏହି ବ୍ୟକ୍ତି ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ନୁହଁନ୍ତି ବରଂ ଶାହାରୁଖ ଖାନଙ୍କ ଡୁପ୍ଲିକେଟ ଅଟନ୍ତି । ଯାହାଙ୍କୁ ଦେଖି ଆପଣ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ ।

ଇବ୍ରାହିମ କାଦ୍ରି କିଏ?

ଶାହାରୁଖ ଖାନଙ୍କ ପରି ଦେଖାଯାଉଥିବା ବ୍ୟକ୍ତି ଜଣକ ହେଲେ ଇବ୍ରାହିମ କାଦ୍ରି । ନିର୍ବାଚନ ପ୍ରଚାରରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କଂଗ୍ରେସ ଇବ୍ରାହିମ କାଦ୍ରିଙ୍କୁ ମୈଦାନକୁ ଓହ୍ଲାଇଛି । ଇବ୍ରାହିମ କାଦ୍ରି ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ ଏବଂ ସେ ଶାହାରୁଖ ଖାନଙ୍କ ବଡ ଫ୍ୟାନ ହୋଇଥିବା ବେଳେ ସେ ତାଙ୍କ ଷ୍ଟାଇଲକୁ ଚୋରି କରିଛନ୍ତି । ତେବେ ସୋସିଆଲ ମିଡିଆରେ ସର୍ବଦା କିଙ୍ଗ ଖାନଙ୍କ ଶୈଳୀରେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ:କୋଲକାତାକୁ ୨ ୱିକେଟରେ ହରାଇଲା ରାଜସ୍ଥାନ, ଷ୍ଟାଡିୟମରେ କାନ୍ଦିଲେ ଶାହାରୁଖ

ଶାହାରୁଖ ଖାନଙ୍କ ଡୁପ୍ଲିକେଟ ଇବ୍ରାହିମ କାଦ୍ରି

ଇବ୍ରାହିମ କାଦ୍ରି ମଧ୍ୟ ଅନେକ ଥର ଦୁବାଇ ଯାଇଛନ୍ତି ଏବଂ ଶାହାରୁଖଙ୍କ ପରି ସେଠାରେ ଶୈଳୀ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଇବ୍ରାହିମ କାଦ୍ରି ଗୁଜୁରାଟର ଜୁନାଗଡର ବାସିନ୍ଦା ଯିଏ ପୂର୍ବରୁ ଚିତ୍ରକଳା ଭାବରେ କାମ କରୁଥିଲେ । ଆଜି ଇବ୍ରାହିମ କାଦ୍ରିଙ୍କ ଭାଗ୍ୟ ବଦଳିଛି କାରଣ ସେ ଦୁନିଆର ସବୁଠାରୁ ଧନୀ ଅଭିନେତା ଶାହାରୁଖ ଖାନଙ୍କ ପରି ଦେଖାଯାଉଛନ୍ତି। କାଦ୍ରି କହିଥିଲେ ଯେ ସେ ଶାହାରୁଖ ଖାନଙ୍କ ଫିଲ୍ମ ରେସ୍ ଦେଖିଥିଲେ । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ଲୁକ କାଦ୍ରିଙ୍କ ଭଳି ସମାନ ଦେଖାଯାଉଥିଲେ । ଏହା ପରେ କାଦ୍ରି ସୋସିଆଲ ମିଡିଆରେ ତାଙ୍କ ଭିଡିଓ ସେୟାର କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନା ଥାଉ କି, ଆଜି କାଦ୍ରି ତାଙ୍କ ଆଇକନ୍ ଶାହାରୁଖ ଖାନଙ୍କ ଶୈଳୀରେ ବିବାହ ଭୋଜିରେ ଯୋଗ ଦେଇ ୯୦ ହଜାରରୁ ୧ ଲକ୍ଷ ଟଙ୍କା ଆଦାୟ କରିଥାନ୍ତି ।

ABOUT THE AUTHOR

...view details