ଓଡିଶା

odisha

ଦିଲ୍ଲୀ ପୋଲିସର ବଡ଼ ସଫଳତା, ଲଶ୍କର ଆତଙ୍କୀ ଗିରଫ

By ETV Bharat Odisha Team

Published : Feb 6, 2024, 10:06 PM IST

Terrorist Riyaz Ahmed Arrested: ଦିଲ୍ଲୀ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଲଶ୍କର-ଏ-ତାଇବା ମଡ୍ୟୁଲର ଜଣେ ସଦସ୍ୟକୁ ଜାମ୍ମୁ କାଶ୍ମୀରରୁ ଗିରଫ କରାଯାଇଛି । ଅଧିକ ପଢ଼ନ୍ତୁ,

ଲଶ୍କର ଆତଙ୍କୀ ଗିରଫ
ଲଶ୍କର ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଲଶ୍କର-ଏ-ତାଇବା ମଡ୍ୟୁଲର ଜଣେ ସଦସ୍ୟକୁ ଜାମ୍ମୁ କାଶ୍ମୀରରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀରର କୁପୱାରା ଠାରେ କାର୍ଯ୍ୟ କରୁଥିଲା । ଏଲଓସି (LOC)ର ବିଭିନ୍ନ ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଆଣିବାରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଅଭିଯୁକ୍ତ ଜଣକ ରିୟାଜ ଅହମ୍ମଦ ବୋଲି ଜଣାପଡିଛି। ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଏବଂ ଏକ ସିମ କାର୍ଡ ଉଦ୍ଧାର କରାଯାଇଛି।

ଅଭିଯୁକ୍ତ ରିୟାଜ ଅହମ୍ମଦଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇଛି। ସେଏବେ ଜାମ୍ମୁ କାଶ୍ମୀରର ଏକ ପୋଲିସ ଷ୍ଟେସନରେ ଆଛନ୍ତି । ତେବେ ସମ୍ପୃକ୍ତ ପୋଲିସ ଷ୍ଟେସନର ପୋଲିସ ଅଧିକାରୀଙ୍କୁ ଅଭିଯୁକ୍ତ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି । ଜାମ୍ମୁ-କାଶ୍ମୀର କୁପୱାରାଠାରେ ବିସ୍ଫୋରଣ ହୋଇଥିଲା । ହୋଇଥିବା ବିସ୍ଫୋରଣରେ ଆତଙ୍କବାଦୀ ମଡ୍ୟୁଲର ଜଣେ ପ୍ରମୁଖ ଷଡ଼ଯନ୍ତ୍ରକାରୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଗତ 1 ଫେବୃଆରୀରେ ତାଙ୍କୁ ଗିରଫ କରାଯାଇଥିଲା। ଖୁରସିଦ ଅହମ୍ମଦ ଏବଂ ଗୁଲାମ ସରୱାର ସହିତ ମିଶି ଅଭିଯୁକ୍ତ ରିୟାଜ ଏଲଓସି (LOC)ରେ ଥିବା ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଆଣିବା ପାଇଁ ଯୋଜନା କରିଥିଲା । ଏହି ପରିପ୍ରେକ୍ଷୀରେ ଧାରା 120 ବି ଆଇପିସି, 7/25 ଭାରତୀୟ ଅସ୍ତ୍ରଶସ୍ତ୍ର ଆଇନ, 13, 18, 20, 23, 38, 39 ୟୁଏ (ପି) ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ତେବେ ଏହି ମାମଲାକୁ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରୀୟ ସଶସ୍ତ୍ର ବଳ ଓ ଆସାମ ରାଇଫଲରେ ନିଯୁକ୍ତି ପାଇଛନ୍ତି 41 ହଜାର ମହିଳା: କେନ୍ଦ୍ର

ଗତ ବର୍ଷ (2023)ରେ ବିଭିନ୍ନ ଆତଙ୍କବାଦ ନିରୋଧୀ ଅପରେସନରେ ସୁରକ୍ଷା ବଳ ଓ କାଶ୍ମୀର ପୋଲିସ ଦ୍ବାରା ଜମ୍ମୁ କାଶ୍ମୀରରେ ଗିରଫ ହୋଇଥିଲେ 36 ହାର୍ଡକୋର ଆତଙ୍କବାଦୀ । ଏହା ସହ 122 ଆତଙ୍କୀ ସହଯୋଗୀ ବା ‘ଓଭର ଗ୍ରାଉଣ୍ଡ ଓ୍ବାର୍କର୍ସ’ଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏମାନଙ୍କ ମଧ୍ୟରେ 7 ଜଣ ମହିଳା ଥିଲେ । ଏମାନେ ଆତଙ୍କବାଦୀ ସହଯୋଗ କରିବା ଓ ଆକ୍ରମଣକୁ ରୂପ ଦେବାରେ ପ୍ରଚ୍ଛନ୍ନ ସହାୟତା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ପୋଲିସର ସବିଶେଷ ତଥ୍ୟ ଅନୁସାରେ, ଗିରଫ 36 ଆତଙ୍କୀ ମଧ୍ୟରେ 15 ହାଇବ୍ରିଡ ବା କୁଖ୍ୟାତ ଆତଙ୍କୀ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details