ନୂଆଦିଲ୍ଲୀ:ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡିର 5ମ ସମନକୁ ଏଡାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ବେଆଇନ ଦର୍ଶାଇ ସମନକୁ ଏଡାଇ ଦେଇଛନ୍ତି । ଇଡିର ସମନ ବେଆଇନ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରି କୁହାଯାଇଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ସମନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଆମ ଆଦମୀ ପାର୍ଟି । ଦଳ ପକ୍ଷରୁ କୁହାଯାଇଛି ଯେ, ମୋଦିଙ୍କ ଉଦ୍ଦେଶ୍ୟ କେବଳ କେଜ୍ରିଓ୍ବାଲକୁ ଗିରଫ କରିବା । ଏହା କରି ସେ ଦିଲ୍ଲୀ ସରକାରକୁ ଟପି ଯିବାକୁ ଚାହୁଁଛନ୍ତି । ଆମେ ଏହା କଦାପି ହେବାକୁ ଦେବୁ ନାହିଁ । " ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ଅଭିଯୋଗର ପୁନରାବୃତ୍ତି କରି ଏକ୍ସରେ କହିଛନ୍ତି, "ଚଣ୍ଡିଗଡ ମେୟର ନିର୍ବାଚନରେ ଭୋଟ ଚୋରି କରିଥିଲେ ମୋଦି ସରକାର । ଏହାକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାକୁ ଆସୁଥିବା ଲୋକଙ୍କୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଟକାଇ ଦିଆଯାଉଛି ।"
ଏହା ମଧ୍ୟ ପଢନ୍ତୁ: ହାଜର ହେଉ ନାହାନ୍ତି କେଜ୍ରିଓ୍ୱାଲ, ମଦ ଦୁର୍ନୀତି ମାମଲାରେ ଇଡିର ପଞ୍ଚମ ସମନ