ଓଡିଶା

odisha

ନିର୍ବାଚନ ନଲଢିବାକୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତଙ୍କ ଘୋଷଣା, ଭାଇରାଲ ହୋଇଛି ସାଂସଦଙ୍କ ଆପତ୍ତିଜନକ ଭିଡିଓ

By ETV Bharat Odisha Team

Published : Mar 4, 2024, 7:33 PM IST

BJP candidate Upendra Singh Rawat opts out of Lok Sabha polls: ଉତ୍ତର ପ୍ରଦେଶ ବାରବାଙ୍କୀରୁ ନିର୍ବାଚନ ନଲଢିବାକୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତଙ୍କ ଘୋଷଣା । ସାଂସଦଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ଥାନାରେ ହେଲେ ଦ୍ବାରସ୍ଥ । ଅଧିକ ପଢନ୍ତୁ

ନିର୍ବାଚନ ନଲଢିବାକୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତଙ୍କ ଘୋଷଣା, ଭାଇରାଲ ହୋଇଛି ସାଂସଦଙ୍କ ଆପତ୍ତିଜନକ ଭିଡିଓ
ନିର୍ବାଚନ ନଲଢିବାକୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତଙ୍କ ଘୋଷଣା, ଭାଇରାଲ ହୋଇଛି ସାଂସଦଙ୍କ ଆପତ୍ତିଜନକ ଭିଡିଓ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ନଲଢିବା ପାଇଁ ଆଉ ଜଣେ ଟିକେଟ ପାଇଥିବା ବିଜେପି ପ୍ରାର୍ଥୀଙ୍କ ଘୋଷଣା । ଉତ୍ତର ପ୍ରଦେଶ ବାରବାଙ୍କୀରୁ ଏବେ ସାଂସଦ ରହିଛନ୍ତି ଉପେନ୍ଦ୍ର ସିଂ ରାଓ୍ବତ । ତାଙ୍କ ସମ୍ପର୍କରେ ଏକ ଆପତ୍ତିଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ ମିଥ୍ୟା ଓ ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହିବା ସହ ସେ ଏହାର ସତ୍ୟତା ସାମ୍ନାକୁ ନଆସିବା ପର୍ଯ୍ଯନ୍ତ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଚଳିତ ନିର୍ବାଚନ ପାଇଁ ବିଜେପି ତାଙ୍କୁ ପ୍ରଥମ ପର୍ଯ୍ୟାୟରେ ଜାରି କରାଯାଇଥିବା ପାର୍ଥୀ ତାଲିକାରେ ଟିକେଟ ଦେଇଛି । ତେବେ ଏନେଇ ସେ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି । ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରଯାଇଛି ।

ସାଂସଦ ଉପେନ୍ଦ୍ର ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ତାଙ୍କ ବିରୋଧରେ ଭାଇରାଲ ହେଉଥିବା ଆପତ୍ତିଜନକ ଭିଡିଓ ଏକ ଷଡଯନ୍ତ୍ର । ଏହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସଫ୍ଟଓ୍ବେର ଡିପଫେକ୍‌ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଉଛି । ଏହାକୁ ନିର୍ବାଚନ ପୂର୍ବରୁ ଉଦ୍ଦଶ୍ୟମୂଳକ ଭାବେ ଭାଇରାଲ ମଧ୍ୟ କରାଯାଉଛି । ଏନେଇ ସେ ପୋଲିସରେ ଅଭିଯୋଗ ମଧ୍ୟ କରଛନ୍ତି । ଘଟଣାର ସତ୍ୟତା ପ୍ରମାଣିତ ନହେବା ପର୍ଯ୍ୟନ୍ତ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ । ତେବେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସନି ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜେପି ପ୍ରଥମ ପର୍ଯ୍ୟାୟରେ 18ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ 195 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ସର୍ବାଧିକ 51ପ୍ରାର୍ଥୀ ଉତ୍ତର ପ୍ରଦେଶରୁ ରହିଛନ୍ତି । ତାଲିକାରେ ଉପେନ୍ଦ୍ର ସିଂ ରାଓ୍ବତଙ୍କ ନାମ ମଧ୍ୟ ରହିଥିଲା । ଦଳ ତାଙ୍କୁ ତାଙ୍କ ପାରମ୍ପରିକ ଆସନ ବାରବାଙ୍କୀରୁ ପୁଣି ଥରେ ସୁଯୋଗ ଦେଇଛି । ହେଲେ ଭିଡିଓ ଭାଇରାଲ ମାମଲାରେ ସେ ଏବେ ବିବାଦ ଘେରରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବିରୋଧୀ କହିଲେ ପ୍ରଧାନମନ୍ତ୍ରୀଙ୍କ ପରିବାର ନାହିଁ, ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’

ଅନ୍ୟପଟେ ପଶ୍ଚିମମବଙ୍ଗର ଆସାନସୋଲରୁ ବିଜେପି ଟିକେଟ ପାଇଥିବା ଭୋଜପୁରୀ ଅଭିନେତା ପବନ ସିଂ ନିର୍ବାଚନ ଲଢିବାକୁ ମନା କରିଥିଲେ । କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ହୋଇନି ସ୍ପଷ୍ଟ । କିଛି ସ୍ଥାନରେ ଟିକେଟ ପାଇନଥିବା ବିଜେପି ନେତା ବିରୋଧ ଦର୍ଶାଇଥିବା ବେଳେ କିଛି ନେତା ଟିକେଟ ପାଇ ମଧ୍ୟ ନିର୍ବାଚନ ଲଢିବାକୁ ମନା କରିଛନ୍ତି । ଏହି ଆସନଗୁଡିକରେ ପରବର୍ତ୍ତୀ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details