ETV Bharat / bharat

ବିରୋଧୀ କହିଲେ ପ୍ରଧାନମନ୍ତ୍ରୀଙ୍କ ପରିବାର ନାହିଁ, ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’

author img

By ETV Bharat Odisha Team

Published : Mar 4, 2024, 5:29 PM IST

'Modi ka Parivaar':ସୋସିଆଲ ମିଡିଆରେ ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’ । ଗତକାଲି ଇଣ୍ଡିଆ ମେଣ୍ଟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପରିବାର ନାହିଁ କହି ସମାଲୋଚନା କରିଥିଲେ ଆରଜେଡି ମୁଖ୍ୟ ଲାଲୁ ଯାଦବ । ଅଧିକ ପଢନ୍ତୁ

ବିରୋଧୀ କହିଲେ ପରିବାର ନାହିଁ, ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’
ବିରୋଧୀ କହିଲେ ପରିବାର ନାହିଁ, ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପରିବାର ସମ୍ପର୍କରେ ବିରୋଧୀଙ୍କ କଟାକ୍ଷକୁ ନେଇ ନୂଆ ନିର୍ବାଚନୀ ପ୍ରୟୋଗ ଆରମ୍ଭ କରିଛି ଶାସକ ଦଳ ବିଜେପି । ଗତକାଲି ପାଟନାରେ ‘ଇଣ୍ଡିଆ’ ମେଣ୍ଟର ପ୍ରଥମ କାର୍ଯ୍ୟକ୍ରମ ‘ଜନବିଶ୍ବାସ ରାଲି’ରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବାର ନେଇ ପ୍ରଶ୍ନ ଉଠାଇଥିଲେ । ଲାଲୁ ପ୍ରଧାନମନ୍ତ୍ରୀଙ୍କ ପରିବାର ନଥିବା କହିବା ସହ ପ୍ରଧାନମନ୍ତ୍ରୀ ମୋଦି ପ୍ରକୃତ ହିନ୍ଦୁ ନୁହନ୍ତି ବୋଲି ମଧ୍ୟ କହିଥିଲେ । ଏହାକୁ ନେଇ ବିଜେପି ନେତମାନେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଆଜି ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ଟିପ୍ପଣୀକୁ ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି ।

ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’
ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ମୋ ପରିବାର ଯୋଗୁଁ ବିରୋଧୀ ମୋତେ ଟାର୍ଗେଟ କରିଥିଲେ, କିନ୍ତୁ ବର୍ତ୍ତମାନ ସମଗ୍ର ଦେଶ କହୁଛି ଯେ ମୁଁ ମୋଦିଙ୍କ ପରିବାର । ମୋ ଜୀବନ ଏକ ଖୋଲା ପୁସ୍ତକ ସଦୃଶ । ଦେଶବାସୀ ଏହା ବିଷୟରେ ଜାଣନ୍ତି । ମୁଁ ଯେତେବେଳେ ପିଲାଦିନେ ଘର ଛାଡିଥିଲି, ସେତେବେଳେ ମୁଁ ଏକ ସ୍ୱପ୍ନ ଦେଖିଥିଲି । ମୁଁ କେବଳ ଦେଶବାସୀଙ୍କ ପାଇଁ ବଞ୍ଚିବି । ଏହି ଦେଶର 140 କୋଟି ଦେଶବାସୀ ମୋର ପରିବାର, ଭାରତ ମୋର ପରିବାର ।’’

ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’
ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’

ବିରୋଧୀଙ୍କ ଏହି ଟିପ୍ପଣୀ ଓ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିଉତ୍ତର କେବଳ ନିର୍ବାଚନୀ ସଭାମଞ୍ଚରେ ସୀମିତ ନାହିଁ । ଏହାକୁ ନେଇ ବିଜେପିର ବରିଷ୍ଠ ନେତାମାନେ ନିଜ ‘ଏକ୍ସ’ ହ୍ୟାଣ୍ଡଲର ବାୟୋରେ ମୋଦି ପରିବାର ବୋଲି ଲେଖିଛନ୍ତି । ପାର୍ଟି ମୁଖ୍ୟ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ନିଜ ବାୟୋରେ ‘ମୋଦି କା ପରିବାର’ ବୋଲି ଉଲ୍ଲେଖ କରିଛନ୍ତି । ତେବେ ବିଜେପିର ବିରୋଧୀଙ୍କୁ ଏହି ପ୍ରତିଉତ୍ତର ଏବେ ବ୍ୟାପକ ଅଭିଯାନ ହେବାକୁ ଯାଉଛି । ଦେଶବ୍ୟାପି ଦଳୀୟ କାର୍ଯ୍ୟକର୍ତ୍ତା ଏବେ ସୋସିଆଲ ମିଡିଆରେ ‘ମୋଦି କା ପରିବାର’ କ୍ୟାମ୍ପେନ ଆରମ୍ଭ କରିବାରେ ଲାଗିଲେଣି ।

ଆଜି ତେଲେଙ୍ଗାନାର ଆଦିଲାବାଦରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି ଯେ ଟିଆରଏସ (ତେଲେଙ୍ଗାନା ରାଷ୍ଟ୍ର ସମିତି) ବିଆରଏସ (ଭାରତ ସମିତି) ହେଲା, କିନ୍ତୁ ତେଲେଙ୍ଗାନା ପାଇଁ ଏହା କିଛି ପରିବର୍ତ୍ତନ କରିପାରିବନାହିଁ । ରାଜ୍ୟରେ ବର୍ତ୍ତମାନ ଏହି ଆଞ୍ଚଳିକ ଦଳ ବଦଳରେ କଂଗ୍ରେସ କ୍ଷମତାକୁ ଆସିଛି କିନ୍ତୁ, କିଛି ପରିବର୍ତ୍ତନ ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ :- ସନାତମ ଧର୍ମ ବିରୋଧୀ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, 'ଏହାର ପରିଣାମ ଜାଣିବା ଉଚିତ୍'

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2014 ରେ ଜାତୀୟ ରାଜନୀତିରେ ଏଣ୍ଟ୍ରି ବେଳେ ବିରୋଧୀ ନରେନ୍ଦ୍ର ମୋଦିଙ୍କୁ ଚା’ ବାଲା କହି ସମାଲୋଚନା କରିଥିଲେ । ଏହାକୁ ନେଇ ବିଜେପି ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହା ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ପରେ 2019 ରେ ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ଚୌକିଦାର ମନ୍ତବ୍ୟକୁ କଟାକ୍ଷ କରି ‘ଚୌକିଦାର ଚୋର ହୈ’ କହିଥିଲେ । ଏହାକୁ ନେଇ ମଧ୍ୟ ବିଜେପି ନିର୍ବାଚନୀ ପ୍ରୟୋଗ କରିଥିଲା । ‘ମେ ଭି ଚୌକିଦାର’ ନାମରେ ବିଜେପି ନିର୍ବାଚନୀ କ୍ୟାମ୍ପେନିଂ ଆରମ୍ଭ କରିଥିଲା । ଏବେ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପରିବାର ପ୍ରସଙ୍ଗ ନିର୍ବାଚନୀ ମାହୋଲକୁ ଆସିଛି । ବିଜେପି ନେତାମାନେ ‘ମୋଦି କା ପରିବାର’ ଲେଖି ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.