ଓଡିଶା

odisha

ମୁଜ୍ଜଫରନଗର ନିର୍ମାଣଧୀନ କୋଠା ଭୁଶୁଡିବା ଘଟଣା; ୧୫ଶ୍ରମିକ ଉଦ୍ଧାର, ଆହୁରି ଫସିଥିବା ଆଶଙ୍କା - Rescue From Muzaffarnagar Collapsed

By ETV Bharat Odisha Team

Published : Apr 15, 2024, 7:34 PM IST

Labourers Rescued From Collapsed Building: ମୁଜ୍ଜଫରନଗରରେ ନିର୍ମାଣାଧୀନ ଦୁଇ ମହଲା କୋଠା ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 15 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଭଗ୍ନାବଶେଷ ତଳେ ଆହୁରି ଅନେକ ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ

ଭୁଷୁଡିଥିବା କୋଠାରୁ ୧୫ ଶ୍ରମିକ ଉଦ୍ଧାର, ଆହୁରି ଫସିରହିଥିବା ଆଶଙ୍କା, ଉଦ୍ଧାରକାର୍ଯ୍ୟ ଜାରି
ଭୁଷୁଡିଥିବା କୋଠାରୁ ୧୫ ଶ୍ରମିକ ଉଦ୍ଧାର, ଆହୁରି ଫସିରହିଥିବା ଆଶଙ୍କା, ଉଦ୍ଧାରକାର୍ଯ୍ୟ ଜାରି

ଭୁଷୁଡିଥିବା କୋଠାରୁ ୧୫ ଶ୍ରମିକ ଉଦ୍ଧାର, ଆହୁରି ଫସିରହିଥିବା ଆଶଙ୍କା, ଉଦ୍ଧାରକାର୍ଯ୍ୟ ଜାରି

ମୁଜ୍ଜଫରନଗର: ଉତ୍ତର ପ୍ରଦେଶର ମୁଜ୍ଜଫରନଗର ଜିଲ୍ଲାରେ ଗତକାଲି (ରବିବାର) ଏକ ନିର୍ମାଣାଧିନ ୨ ମହଲା କୋଠା ଭୁଶୁଡି ଯାଇଥିଲା । ଯାହା ଫଳରେ ପ୍ରାୟ ୩୦ ଜଣ କାର୍ଯ୍ୟରତ ଶ୍ରମିକମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଗତକାଲି ୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି ମିଳିଥିବା ଶେଷ ସୂଚନା ଅନୁସାରେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକଙ୍କ ନାଁ ମୋହିତ ହୋଇଥିବା ବେଳେ ତାଙ୍କ ଘର ମୁରାଦାବାଦର ବିଲାରୀ ନିୟାମତପୁର ଗାଁ ବୋଲି ଜଣାପଡିଛି । ସେହିପରି ଉଦ୍ଧାର କରାଯାଇଥିବା ୧୧ ଜଣ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଅନେକ ଶ୍ରମିକ ଭଙ୍ଗା କୋଠା ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ ...ଭୁଶୁଡ଼ିଲା ନିର୍ମାଣାଧିନ କୋଠା, ଫସି ରହିଛନ୍ତି ପ୍ରାୟ ୩୦ କାର୍ଯ୍ୟରତ ଶ୍ରମିକ - Muzaffarnagar Building Collapsed

ସୂଚନାଯୋଗ୍ୟ ଯେ ଗତକାଲି ଦ୍ବିପହର ସମୟରେ ମୁଜ୍ଜଫରନଗର ଜିଲ୍ଲାର ଜାନସାଠ ଥାନା ଅନ୍ତର୍ଗତ ଅଞ୍ଚଳରେ ଏକ ୨ ମହଲା ନିର୍ମାଣାଧିନ କୋଠା ଭୁଶୁଡି ଯାଇଥିଲା । ସେହି ସମୟରେ ଘଟଣା ସ୍ଥଳରେ ଅନେକ ଶ୍ରମିକ ଉପସ୍ଥିତ ଥିଲେ । କୋଠାର ଛାତ ଭୁଶୁଡିବା ପରେ ତରବରିଆ ଭାବେ ସ୍ଥାନୀୟ ଲୋକମାନେ ନିକଟସ୍ଥ ପୋଲିସ ଥାନାକୁ ସୂଚନା ଦେଇଥିଲେ । ପୋଲିସ ସେଠାରେ ପହଞ୍ଚିବା ପରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା । ଏପରିକି ଭାଙ୍ଗିଯାଇଥିବା ଅଂଶଗୁଡିକୁ ହଟାଇବା ପାଇଁ ଜେସିବିର ସହାୟତା ନିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି । ସେଠାରେ ଡିଆଇଜି ଅଜୟ ସାହାଣୀ, ଡିଏମ ଅରବିନ୍ଦ ମଲ୍ଲପା ବଙ୍ଗାରୀ ଆଦି ଅଧିକାରୀ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ତେବେ ପାନିପତ-ଖଟିମା ଏନଏଚ ହାଇୱେର ନିର୍ମାଣ ଫଳରେ ଆଖପାଖର ସମସ୍ତ ଘରଗୁଡିକ ୨ରୁ ୩ ଫୁଟ ତଳକୁ ଦବି ଯାଇଛି । ରବିବାର ଦିନ ଉକ୍ତ ଦୁର୍ଘଟଣାଗ୍ରସ୍ତ କୋଠାର ମୂଳଦୁଆକୁ ଜ୍ୟାକ ଦ୍ବାରା ଉଠାଇ ତାର ନିମ୍ନ ଭାଗକୁ ମଜଭୁତ କରିବାର ଚେଷ୍ଟା କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଜ୍ଜଫରନଗରର ଏହି ଦୁର୍ଘଟଣା ସମ୍ପର୍କରେ ସଂଜ୍ଞାନ ନେଇଛନ୍ତି । ଏହା ସହ ଆହତ ଶ୍ରମିକମାନଙ୍କ ଉପଯୁକ୍ତ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details