ETV Bharat / bharat

ଭୁଶୁଡ଼ିଲା ନିର୍ମାଣାଧିନ କୋଠା, ଫସି ରହିଛନ୍ତି ପ୍ରାୟ ୩୦ କାର୍ଯ୍ୟରତ ଶ୍ରମିକ - Muzaffarnagar Building Collapsed

author img

By ETV Bharat Odisha Team

Published : Apr 14, 2024, 9:58 PM IST

Labourers Buried Under Collapsed Building: ଉତ୍ତର ପ୍ରଦେଶର ମୁଜ୍ଜଫରନଗର ଜିଲ୍ଲାରେ ଏକ ନିର୍ମାଣାଧିନ କୋଠା ଭୁଶୁଡ଼ି ଯାଇଛି । ଫଳରେ ପ୍ରାୟ ୩୦ ଜଣ କାର୍ଯରତ ଶ୍ରମିକ ଫସି ରହିଥିବାର ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ଭୁଷୁଡ଼ିଲା ନିର୍ମାଣାଧିନ କୋଠା, ଫସିରହିଛନ୍ତି ପ୍ରାୟ ୩୦ କାର୍ଯ୍ୟରତ ଶ୍ରମିକ
ଭୁଷୁଡ଼ିଲା ନିର୍ମାଣାଧିନ କୋଠା, ଫସିରହିଛନ୍ତି ପ୍ରାୟ ୩୦ କାର୍ଯ୍ୟରତ ଶ୍ରମିକ

ଲକ୍ଷ୍ନୌ: ଭୁଶୁଡ଼ିଲା ନିର୍ମାଣାଧିନ କୋଠା, ଫସିଛନ୍ତି ଅନେକ ଶ୍ରମିକ । ଏଭଳି ଅଘଟଣ ଘଟିଛି ଉତ୍ତର ପ୍ରଦେଶର ମୁଜ୍ଜଫରନଗର ଜିଲ୍ଲାରେ । ସୂଚନା ଅନୁସାରେ ମୁଜ୍ଜଫରନଗର ଜିଲ୍ଲାର ଜାନସାଠ ଥାନା ଅନ୍ତର୍ଗତ ଅଞ୍ଚଳରେ ଏକ ୨ ମହଲା ନିର୍ମାଣାଧିନ କୋଠା ଭୁଶୁଡି ଯାଇଛି । ସେହି ସମୟରେ ଘଟଣା ସ୍ଥଳରେ ଅନେକ ଶ୍ରମିକ ଉପସ୍ଥିତ ଥିଲେ । ଆଜି (ରବିବାର) ଦ୍ବିପହର ସମୟରେ କୋଠାର ନିର୍ମାଣ କାମ ଚାଲୁଥିବା ବେଳେ ଅଚାନକ କୋଠାର ଛାତ ଭୁଶୁଡ଼ି ଯାଇଥିଲା । ଫଳରେ ସେଠାରେ କାମ କରିଥିବା ପ୍ରାୟ ୩୦ ଜଣ ଶ୍ରମିକ ଏହାତଳେ ଦବି ଯାଇଥିବାର ଆଶଙ୍କା କରାଯାଉଛି ।

କୋଠାର ଛାତ ଭୁଶୁଡିବା ପରେ ତରବରିଆ ଭାବେ ସ୍ଥାନୀୟ ଲୋକମାନେ ନିକଟସ୍ଥ ପୋଲିସ ଥାନାକୁ ସୂଚନା ଦେଇଥିଲେ । ପୋଲିସ ସେଠାରେ ପହଞ୍ଚିବା ପରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା । ଏପରିକି ଭାଙ୍ଗିଯାଇଥିବା ଅଂଶଗୁଡିକୁ ହଟାଇବା ପାଇଁ ଜେସିବିର ସହାୟତା ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... ବୋରଓ୍ୱେଲ ଟ୍ରାଜେଡି: ଜୀବନ ଯୁଦ୍ଧରେ ହାରିଗଲା ମୟଙ୍କ, 46ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ମୃତ ଅବସ୍ଥାରେ ଉଦ୍ଧାର - Madhya Pradesh Borewell Accident

ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ୬ ଜଣ ଶ୍ରମିକଙ୍କୁ ଭଙ୍ଗା କୋଠା ତଳୁ ଉଦ୍ଧାର କରାଯାଇଥି୍ବା ବେଳେ ଉଦ୍ଧାରକାରୀ ଦଳ ଭିତରେ ଚାପି ହୋଇଥିବା ଅନ୍ୟ ଶ୍ରମିକ ମାନଙ୍କୁ ଖୋଜିବାରେ ଲାଗିଛନ୍ତି । ତେବେ ସଦ୍ୟ ମିଳିଥିବା ସୂଚନା ଅନୁସାରେ ଜଣଙ୍କ ମୃତଦେହ ଉଦ୍ଧାର କରାଯାିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ସ୍ଥିତିର ଗମ୍ଭୀରତାକୁ ଦେଖି ଏନଡିଆରଏଫ ଦଳ ମଧ୍ୟ ସେଠାରେ ପହଞ୍ଚିବା ପାଇଁ ବାହାରି ସାରିଲେଣି । ସେହିପରି ଘଟଣା ସ୍ଥଳରେ ଅନେକ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର ଅଭିଯାନର ସ୍ଥିତିକୁ ପରଖୁଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଖାଇକୁ ଖସିଲା କାର୍; ଚାଲିଗଲା ୬ ଜୀବନ, ୪ ଗୁରୁତର - Jammu Kashmir Road Accident

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଜ୍ଜଫରନଗରର ଏହି ଦୁର୍ଘଟଣା ସମ୍ପର୍କରେ ସଂଜ୍ଞାନ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଭାଗୀୟ ଅଧିକାରୀମାନଙ୍କୁ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଶୀଘ୍ରତା ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆହତ ଶ୍ରମିକମାନଙ୍କ ଉପଯୁକ୍ତ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଦେଶ କ୍ରମେ ଏସଡିଆରଏଫ ଓ ଏନଡିଆରଏଫର ଟିମ୍ ଭଙ୍ଗା କୋଠା ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.