ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟତିଳକ ଆରମ୍ଭ, ଦେଖନ୍ତୁ LIVE - Ram Lala Surya Tilak

By ETV Bharat Odisha Team

Published : Apr 17, 2024, 12:21 PM IST

Updated : Apr 17, 2024, 12:30 PM IST

thumbnail

ଲକ୍ଷ୍ନୌ: ଆଜି ପବିତ୍ର ରାମ ନବମୀ । ଏନେଇ ଉତ୍ସବ ମୁଖର ସାରା ଦେଶ । କାରଣ ଶତାବ୍ଦୀ ପରେ ରାମ ଲାଲା ନିଜ ଜନ୍ମମାଟିକୁ ଫେରିଥିବା ବେଳେ ରାମ ନବମୀ ପାଳିତ ହେବ । ଚଳିତ ବର୍ଷ ଜାନୁୟାରୀ 22 ରେ ରାମ ମନ୍ଦିରର ଉଦଘାଟନ ଏବଂ ପ୍ରଭୁଙ୍କ ସ୍ଥାପନା ପରେ ଏହା ପ୍ରଥମ ଉତ୍ସବ ହେବ । ଆଜି ପାଇଁ ଅଯୋଧ୍ୟାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲାଲାଙ୍କର ହେବ ସୂର୍ଯ୍ୟତିଳକ ଆରମ୍ଭ ହୋଇସାରିଛି  । ଦ୍ବିପହର 12ଟା 16 ମିନିଟ ସମୟରେ ପ୍ରାୟ 4 ମିନିଟ ଧରି ମସ୍ତକରେ ଶୋଭା ପାଇବ । ଭକ୍ତମାନେ ଏହି ଅପୂର୍ବ ଦର୍ଶନର ଶୋଭା ପାଇବେ । ତେବେ ଏହା ବିଶ୍ବର ପ୍ରଥମ ରାମ ମନ୍ଦିର ହେବ, ଯେଉଁଠାରେ ମହାପ୍ରଭୁ ରାମଚନ୍ଦ୍ରଙ୍କ ମସ୍ତକରେ ଶୋଭା ପାଇବ ସୂର୍ଯ୍ୟ ତିଳକ । ଏହି ସମୟରେ ରାମ ଜନ୍ମଭୂମି ପରିସର, ରୈମ କି ପେଡି, ରାମକୋଟ, ସରାୟୁ ତଟ ଏବଂ ରାମପଥ ସମେତ ବିଭିନ୍ନ ସ୍ଥାନରେ ହେଲିକପ୍ଟର ଯୋଗେ ଫୁଲ ବର୍ଷା ହେବ ।

Last Updated : Apr 17, 2024, 12:30 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.