ETV Bharat / technology

ହ୍ବାଟ୍ସଆପର ଧମକ ! କହିଲା ଛାଡିଦବୁ ଭାରତ, ଜାଣନ୍ତୁ ଏହା ପଛର କାରଣ - WHATSAPP TO DELHI HC

author img

By ETV Bharat Odisha Team

Published : Apr 26, 2024, 5:29 PM IST

WHATSAPP TO DELHI HC
WHATSAPP TO DELHI HC

WHATSAPP TO DELHI HC: ଆଜି ଦିଲ୍ଲୀ ହାଇକୋର୍ଟକୁ ଭାରତ ଛାଡିବା ନେଇ ଧମକ ଦେଇଛି ହ୍ବାଟ୍ସଆପ୍ । ଜାଣନ୍ତୁ କଣ ରହିଛି ଏହା ପଛର କାରଣ ।

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପର ଧମକ । ଯଦି ଏନକ୍ରିପ୍ସନ ହଟାଇବାକୁ କୁହାଯାଏ, ତେବେ ଭାରତରେ କାମ ବନ୍ଦ କରି ଚାଲିଯିବ ବୋଲି କହିଛି ହ୍ବାଟ୍ସଆପ୍ । ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ ପକ୍ଷରୁ ହାଜର ହୋଇଥିବା ଓକିଲ ଦିଲ୍ଲୀ ହାଇକୋର୍ଟରେ ଏହି ଯୁକ୍ତି କରିଛନ୍ତି । ଓକିଲ କହିଛନ୍ତି, "ପ୍ରାଇଭେସି ବଜାୟୀ ରଖିବା ପାଇଁ ଲୋକେ ହ୍ବାଟ୍ସଆପ୍‌ର ବ୍ୟବହାର କରିଥାଆନ୍ତି । ସେମାନେ ଜାଣନ୍ତି ଯେ, ହ୍ବାଟ୍ସଆପ ମେସେଜ୍ ଗୁଡିକ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥାଏ ।"

କଣ ଥିଲା ମାମଲା: ହ୍ବାଟ୍ସଆପ୍ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟା 2021 ମସିହାରେ ଆଇଟି ନିମୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ଦୁଇ ଯାଚିକା ପରେ ଗୁରୁବାର ହାଇକୋର୍ଟରେ ଶୁଣାଣି ହୋଇଥିଲା । ତେବେ ଆଇଟି ଆକ୍ଟ 2021 ଅନୁସାରେ, ହ୍ବାଟ୍ସଆପରୁ ଏଣ୍ଡ ଟୁ ଏଣ୍ଡ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । କାରଣ ଏହା ଦ୍ବାରା ଚାଟ୍‌ର ଯାଞ୍ଚ ଏବଂ କିଏ ଚାଟ୍ ମେସେଜ କରିଛନ୍ତି ତାହା ଜାଣିବା ସହଜ ହେବ ବୋଲି ସରକାର କହିଥିଲେ । କିନ୍ତୁ କମ୍ପାନୀ ଏହାକୁ ବିରୋଧ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଓ୍ବେବ ଭର୍ସନରେ ଆସିବ ଚାଟଲକ୍ ଫିଚର, ପ୍ରାଇଭେସି ରହିବ ଚାଟ୍

କେବେ ଲାଗୁ ହେଲା ଆଇଟି ନିୟମ: 2021 ମସିହା ଫେବୃଆରୀ 25 ତାରିଖରେ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏଥିରେ କୁହାଯାଇଛି ଯେ ଟ୍ୱିଟର (ବର୍ତ୍ତମାନ X), ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍ ଭଳି ବଡ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ନୂଆ ନିୟମ ମାନିବାକୁ ହେବ । କମ୍ପାନୀଗୁଡ଼ିକୁ ପ୍ରାଇଭେସି ପଲିସିକୁ ଫୋକସ କରିବାକୁ ହେବ ।

ଭାରତ ଛାଡିବ କହିଲା ହ୍ବାଟ୍ସଆପ: ହ୍ବାଟ୍ସଆପ ପକ୍ଷରୁ ଆଡଭୋକେଟ୍ ତେଜସ୍ କାରିଆ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଥିଲେ । ସେ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ସିଂ ଏବଂ ଜଷ୍ଟିସ ପ୍ରିତମ ସିଂ ଆରୋରାଙ୍କୁ କହିଛନ୍ତି, ଯଦି ଆମକୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହଟାଇବାକୁ କୁହାଯାଏ ତେବେ ଆମେ ଏଠାରୁ ଚାଲିଯିବୁ ।

ବିଶ୍ବରେ କେଉଁଠାରେ ଆଇଟି ନିୟମ ଭଳି ରୁଲ୍ ନାହିଁ: ହାଇକୋର୍ଟରେ ଶୁଣାଣି ସମୟରେ ବେଞ୍ଚ ସ୍ୱୀକାର କରିଛନ୍ତି ଯେ ସମସ୍ତ ପକ୍ଷଙ୍କୁ ଏହି ପ୍ରସଙ୍ଗରେ ବିତର୍କ କରିବାକୁ ପଡ଼ିବ । ଅନ୍ୟ କୌଣସି ଦେଶରେ ଏପରି ଆଇନ (ଆଇଟି ନିୟମ) ଅଛି କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏନେଇ ଓକିଲ କହିଛନ୍ତି, ବିଶ୍ବରେ କୌଣସି ଏଭଳି ସ୍ଥାନ ନାହିଁ ଯେଉଁଠାରେ ଏଭଳି ନିୟମ ରହିଛି । ବ୍ରାଜିଲରେ ମଧ୍ୟ ଏଭଳି ନିୟମ ନାହିଁ । ଅନ୍ୟପଟେ କେନ୍ଦ୍ରସରକାରଙ୍କ ପକ୍ଷରୁ ହାଇକୋର୍ଟରେ ହାଜର ହୋଇଥିବା ଓକିଲ କହିଛନ୍ତି, ସାମ୍ପ୍ରଦାୟିକ ହିଂସା ପରି ମାମଲାରେ ଆପତ୍ତିଜନକ ବିଷୟବସ୍ତୁ ପ୍ଲାଟଫର୍ମରେ ବ୍ୟାପିଥାଏ, ତେଣୁ ଆଇଟି ନିୟମର ଆବଶ୍ୟକତା ରହିଛି । ଅଗଷ୍ଟ 14 ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟର ବେଞ୍ଚ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.