ETV Bharat / technology

ଓ୍ବେବ ଭର୍ସନରେ ଆସିବ ଚାଟଲକ୍ ଫିଚର, ପ୍ରାଇଭେସି ରହିବ ଚାଟ୍

author img

By ETV Bharat Odisha Team

Published : Feb 2, 2024, 12:23 PM IST

WhatsApp Chat Lock Feature: ଅଧିକ ପ୍ରାଇଭେସି ରହିବ ଚାଟ୍ । ଆଣ୍ଡ୍ରୋଏଡ ପରେ ଓ୍ବେବ ଭର୍ସନରେ ଆସିବ ଚାଟଲକ୍ ଫିଚର । ଅଧିକ ପଢନ୍ତୁ

Chat Lock Feature
Chat Lock Feature

ହାଇଦ୍ରାବାଦ: ୟୁଜର ଏକ୍ସପେରିୟନ୍ସକୁ ବୃଦ୍ଧି କରିବା ସହିତ ୟୁଜର୍ସଙ୍କ ଚାଟକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା କାର୍ଯ୍ୟ କରିଥାଏ ହ୍ବାଟ୍ସଆପ । ଏହାରି ଭିତରେ ଆଉ ଏକ ଫିଚର ରୋଲଆଉଟ କରିଛି କମ୍ପାନୀ । ନିକଟରେ ଓ୍ବେବ ଭର୍ସନ ପାଇଁ ଚାଟ ଲକ ଫିଚର ରୋଲଆଉଟ ହୋଇଛି । ମୋବାଇଲ ଭର୍ସନ ପାଇଁ ଏହା ରୋଲଆଉଟ ହୋଇଥିବା ବେଳେ ଓ୍ବେବ ଭର୍ସନ ପାଇଁ ଏହା ଟେଷ୍ଟ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ଏନେଇ WABetaInfo ପକ୍ଷରୁ ସୂଚନା ଦିଆଯାଇଛି ।

WABetaInfoର ସୂଚନା ଅନୁସାରେ, ଖୁବଶୀଘ୍ର ଓ୍ବେବ ଭର୍ସନ ପାଇଁ ଚାଟ ଲକ ଫିଚର ରୋଲଆଉଟ କରାଯିବ । ଏହା ପ୍ୟାଡଲକ୍ ଭଳି କାର୍ଯ୍ୟ କରିବ । ଆପର ସାଇଡ୍ ବାରରେ ଦେଖାଯିବ ଏହି ଅପ୍ସନ । ତେବେ ଏହି ଫୋଲ୍ଡରରେ ଚାଟକୁ ପ୍ରାଇଭେସି ରଖିପାରିବା ସହିତ ନୂଆ ଚାଟକୁ ମଧ୍ୟ ଯୋଡିପାରିବେ । ଏହା ଦ୍ବାରା ଚାଟରେ ପ୍ରାଇଭେସି ବଜାଇ ରହିପାରିବ ।

ଏହା ମଧ୍ୟ ପଢନ୍ତୁ: WhatsApp Chat Lock: ଏଣିକି ପ୍ରାଇଭେସି ରହିବ ଚାଟ୍‌, ଆସିଲା ଚାଟ ଲକ୍ ଫିଚର

ଚାଟଲକ ଫିଚର ହେଉଛି ଏକ ନୂଆ ଟୁଲ୍ସ ଯାହା, ବ୍ୟକ୍ତିଗତ ଚାଟକୁ ପ୍ରାଇଭେସି ରଖିଥାଏ । ଏହା ଦ୍ବାରା ଜଣେ ୟୁଜର୍ସ ଏକ ଚାଟକୁ ପ୍ରାଇଭେସି ରଖି ନୂଆ ଫୋଲ୍ଡରରେ ରଖିପାରିବେ । ହ୍ବାଟ୍ସଆପର ସାଇଡ ବାରରେ ଏକ ନୂଆ ଆଇକନ ରହିବ । ଯାହାକୁ ପ୍ୟାଡଲକ୍ କୁହାଯାଏ । ଏହା କେବଳ ଆଣ୍ଡ୍ରୋଏଡ ଭର୍ସନ ନୁହେଁ ବରଂ ଓ୍ବେବ ଭର୍ସନରେ ମଧ୍ୟ ବ୍ୟବହାର କରିପାରିବେ ।

ଥରେ ଚାଟ୍ ଲକ୍ ଅନ୍ କଲେ ଚାଟ୍ ସ୍କ୍ରିନରେ ଦେଖାଯିବନି ଚାଟ୍ । ଏହାକୁ ପ୍ରାଇଭେସି ଫୋଲ୍ଡରରେ ରଖାଯାଇପାରିବ । ଏହି ଲକ୍ ହୋଇଥିବା ଚାଟକୁ ଆକ୍ସେସ କରିବାକୁ ହେଲେ ଫୋନରେ ସ୍କ୍ରିନ ଲକ୍ କିମ୍ବା ଓ୍ବେବରେ ଏକ ପାସକୋଡ ବ୍ୟବହାର କରିବାକୁ ପଡିବ । ଓ୍ବେବ ଭର୍ସନରେ ମଧ୍ୟ ପାସକି ସିଷ୍ଟମ ରହିବ । ପାସଓ୍ବାର୍ଡ ଦେବା ପରେ ହିଁ ପ୍ରାଇଭେସି ହୋଇ ରହିପାରିବ ଚାଟ୍ । ବର୍ତ୍ତମାନ ଏହି ଫିଚର ଡେଭଲପମେଣ୍ଟ ଷ୍ଟେଜରେ ରହିଥିବା ବେଳେ ଖୁବଶୀଘ୍ର ଓ୍ବେବ ଭର୍ସନ ପାଇଁ ରୋଲଆଉଟ ହେବ ବୋଲି କୁହାଯାଇଛି । ଯଦି ଜଣେ ୟୁଜର ନିଜ ସାଥୀ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଏକ ବ୍ୟକ୍ତିଗତ ଚାଟ୍ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଇଁ ଚାଟ୍‌ ଲକ ଫିଚର କାମରେ ଆସିପାରେ । ଏହି ଫିଚର ଟର୍ଣ୍ଣ ଅନ୍‌ କରି ପାସଓ୍ବାର୍ଡ୍‌ ବ୍ୟବହାର କରି ଚାର୍ଟକୁ ସୁରକ୍ଷିତ ରଖିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.