ETV Bharat / state

ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ - JAGANNATH PRADHAN FILES NOMINATION

author img

By ETV Bharat Odisha Team

Published : May 1, 2024, 10:01 PM IST

ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ଜଗନ୍ନାଥ
ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ଜଗନ୍ନାଥ

JAGANNATH PRADHAN FILE NOMINATION: ନାମାଙ୍କନ ଭରିଲେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । କହିଲେ ତିନ ତିନି ଥର ହାରି ମଧ୍ୟ ମନୋବଳ ବଢିଛି । ଅଧିକ ପଢନ୍ତୁ

ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ଜଗନ୍ନାଥ

ଭୁବନେଶ୍ବର: ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅତିରିକ୍ତ ଜିଲ୍ଲପାଳ କାର୍ଯ୍ୟାଳୟ ଭୁବନେଶ୍ୱରର ଠାରେ ନାମାଙ୍କନ ଭରିଛନ୍ତି । ନାମାଙ୍କନ ସମୟରେ ବିଜେପିର ଭୁବନେଶ୍ୱର ସାଂସଦ ତଥା ଲୋକସଭା ଆସନ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିଲେ । ରାଜ୍ୟରେ ହେବାକୁ ଥିବା ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟର ନାମାଙ୍କନର ପ୍ରକ୍ରିୟା ଜାରି ରହିଥିବାବେଳେ ଏହି କ୍ରମରେ ଆଜି ଜଗନ୍ନାଥ ନିଜ ସମର୍ଥକ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ।

ଭୁବନେଶ୍ବର ମଧ୍ୟ ବିଜେପି କାର୍ଯ୍ୟାଳୟରୁ ଜଗନ୍ନାଥଙ୍କ ଶୋଭାଯାତ୍ରା ବାହାରି ରାଜ୍ୟ କାର୍ଯ୍ୟାଳୟ ଦେଇ କଳ୍ପନାରେ ଶେଷ ହୋଇଥିଲା । ପରେ ସେଠାରୁ ପଦଯାତ୍ରାରେ ଅପରାଜିତା ଷଡଙ୍ଗୀ ଓ ଜଗନ୍ନାଥ ପ୍ରଧାନ ଚାଲି ଚାଲି ଯାଇ ନାମାଙ୍କନ ଭରିଛନ୍ତି । ବାଜା ବାଣ ସହ ସମର୍ଥକଙ୍କ ନାରାବାଜିରେ କୋଳାହଳରେ ଜଗନ୍ନାଥଙ୍କ ବିରାଟ ପଟୁଆର ସହର ସାରା ବୁଲିବା ପରେ ନାମାଙ୍କନ ଭରିଥିଲେ ।

ତେବେ ନାମାଙ୍କନ ଭରିବା ପରେ ମତ ରଖିଛନ୍ତି ଜଗନ୍ନାଥ ପ୍ରଧାନ । ସେ କହିଛନ୍ତି," ମୁଁ ଆଜିର ନାମାଙ୍କନ ଶୋଭାଯାତ୍ରାରେ ସାଧାରଣ ଲୋକଙ୍କ ଅଦ୍ଭୂତପୂର୍ବ ସମର୍ଥନ ପାଇଁ ଅତ୍ୟନ୍ତ ଖୁସି ଅଛି । ତିନି ତିନି ଥର ହାରିବା ପରେ ବି ପରେ ଦଳ ମୋ ଉପରେ ଆସ୍ଥା ରଖି ଟିକଟ ଦେଇଛି । ଦଳର ଆସ୍ଥାକୁ ମୁଁ ବଜାୟ ରଖିବି, ଲୋକଙ୍କ ଆଶୀର୍ବାଦ ଭଲପାଇବା ସ୍ନେହ ଶ୍ରଦ୍ଧାକୁ ନେଇ ଏଥର ବିଜୟୀ ହେବି ।"

ଏହା ମଧ୍ୟ ପଢନ୍ତୁ .....ହଜାର ହଜାର ସମର୍ଥକଙ୍କ ଆସି ନାମାଙ୍କନ ଭରିଲେ ତାଳଚେର ବିଧାୟକ ବ୍ରଜକିଶୋର - BRAJAKISHORE FILES NOMINATION


ସେ ଆହୁରି କହିଛନ୍ତି,"ପୂର୍ବ ଥର ମୁଁ ବହୁତ କମ୍ ପ୍ରତିଶତରେ ହାରିଥିଲି । ହାରିବା ପରେ ଅନ୍ୟ ନେତାଙ୍କ ମାନସିକ ସ୍ଥିତି କିପରି ଥାଏ, ହେଲେ ମୋର ମାନସିକତା ସ୍ଥିତି ଦୃଢ଼ ହୋଇଯାଇଛି । ଲୋକମାନଙ୍କ ହାତ ମୁଁ ଛାଡ଼ିନି । ସବୁବେଳେ ସବୁ ସମୟରେ ସମସ୍ତ ସହ ରହିଛି ଠିଆ ହୋଇଛି, ଯେଉଁଥିପାଇଁ ମୋ ମନୋବଳ ବଢିଛି । ମଧ୍ୟ ବିଜେଡିରେ ସ୍ଥିତି ଠିକ ନାହିଁ । ଜନସାଧାରଣ ପରିବର୍ତ୍ତନ ଚାଁହୁଛନ୍ତି । ମୋର ଆଶା ଲୋକମାନେ ମୋତେ ବିଶ୍ୱାସ କରିବେ ଓ ଥରେ ସେବା କରିବା ପାଇଁ ସୁଯୋଗ ଦେବେ । ମୋର ଲକ୍ଷ୍ୟ ସରସ, ସୁନ୍ଦର ଓ ବିକଶିତ ଭୁବନେଶ୍ୱର । ମୁଁ ସେହି ଅନୁସାରେ କାମ କରିବି । ଆଜିର ନାମାଙ୍କନରେ ବିପୁଳ ସମର୍ଥନ ମିଳିଛି, ଏହା ନିର୍ବାଚନରେ ପ୍ରତିଫଳିତ ହେବ ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.