ETV Bharat / state

ଜଟଣୀ ହତ୍ୟା ମାମଲା,ସ୍ତ୍ରୀହନ୍ତା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ - Man sentenced to life Imprisonment

author img

By ETV Bharat Odisha Team

Published : May 1, 2024, 2:13 PM IST

Man sentenced to life Imprisonment
Man sentenced to life Imprisonment

Man sentenced to life Imprisonment: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି । ପତ୍ନୀହତ୍ୟା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ । ଅଧିକ ପଢନ୍ତୁ

Man sentenced to life Imprisonment

ଭୁବନେଶ୍ୱର: ପତ୍ନୀହତ୍ୟା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ଘଟଣାର ଗତକାଲି(ମଙ୍ଗଳବାର) ରାୟ ପ୍ରକାଶ ପାଇଛି । ଜିଲ୍ଲା ଦୌରାଜଜ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ।

Man sentenced to life Imprisonment
Man sentenced to life Imprisonment

ଏହାମଧ୍ୟ ପଢନ୍ତୁ.. ସାମ୍ବାଦିକଙ୍କୁ ଗଳାକାଟି ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ - Kujanga Journalist Murder

ସୂଚନାଯୋଗ୍ୟ, ପିପିଲି ହାଟସାହି ଅଞ୍ଚଳରେ ରହୁଥିବା ଅଟୋ ଡ୍ରାଇଭର ସୁକାନ୍ତ ମଲ୍ଲିକଙ୍କ ପ୍ରେମରେ ପଡିଯାଇଥିଲେ ବମିଖାଲ ଅଞ୍ଚଳର ୧୯ ବର୍ଷିୟା ପୂଜା । ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ପାଳିତ ବାପା ଅନ୍ତର୍ଯ୍ୟାମୀ ଏହି ବିବାହରେ ରାଜି ନଥିଲେ । କିନ୍ତୁ ପୂଜା ସୁକାନ୍ତକୁ ବିବାହ କରିଥିଲେ । ବିବାହ ପରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅନ୍ତର୍ଗତ ପାଇକରାପୁର ଗାଁରେ ସୁକାନ୍ତ ମଲ୍ଲିକ ପତ୍ନୀ ପୂଜା ମଲ୍ଲିକ ଓ ୨ ଝିଅଙ୍କ ରହୁଥିଲେ । ପରେ ସୁକାନ୍ତ ପୂର୍ବରୁ ବିବାହ କରିଥିବା ନେଇ ଜାଣିବାକୁ ପାଇଥିଲେ ପୂଜା । ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଯାଇଥିଲା । ତେବେ ଆର୍ଥିକ ଅନଟନ ଓ ଚରିତ୍ରକୁ ସନ୍ଦେହ କରି ଉଭୟ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳିଝଗଡା ଲାଗି ରହୁଥିଲା । ୨୦୨୧ ମସିହା ଜୁନ ୨୫ତାରିଖରେ ନିଜ ୨ ଝିଅଙ୍କୁ ଘରେ ଉପସ୍ଥିତ ନଥିବାର ସୁଯୋଗ ନେଇ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସୁକାନ୍ତ । ପରେ ୨ ଝିଅ ଘରକୁ ଆସିବା ପରେ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା ଅଭିଯୁକ୍ତ ସ୍ୱାମୀ ।

ଏହାମଧ୍ୟ ପଢନ୍ତୁ.. ପାଣି ନଦେବାରୁ ସ୍ତ୍ରୀକୁ ହତ୍ୟା ମାମଲା, ଆଜୀବନ ଜେଲ୍ ଗଲା ପତ୍ନହନ୍ତା - Man Sentenced To Life Imprisonment

ଝିଅର ହତ୍ୟାକୁ ନେଇ ପୂଜା ମଲ୍ଲିକଙ୍କ ପାଳିତ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତତକାଳୀନ ଭାରପ୍ରାପ୍ତ ପୋଲିସ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ତଦନ୍ତ କରି ସୁକାନ୍ତ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋଟରେ ୧୩ ଜଣ ସାକ୍ଷୀ ଓ ଛୁରୀରେ ଥିବା ପିଙ୍ଗର ପ୍ରିଣ୍ଟ, କେମିକାଲ ରିପୋର୍ଟ ଦାଖଲ କରିଥିଲା ପୋଲିସ । ଏହି ବଳିଷ୍ଠ ପ୍ରମାଣକୁ ଆଧାର କରି ଜିଲ୍ଲା ଦୌରାଜଜ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଶୁଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.