ETV Bharat / state

ନିମାପଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, କର୍ମୀ ସମ୍ମିଳନୀରେ ରୋଡମ୍ୟାପ୍‌ ତିଆରି କଲେ ପ୍ରାର୍ଥୀ - Congress workers Meeting

author img

By ETV Bharat Odisha Team

Published : May 1, 2024, 9:40 PM IST

Congress workers Meeting
Congress workers Meeting

Congress workers Meeting: ନିମାପଡ଼ାରେ କଂଗ୍ରେସର କର୍ମୀ ସମ୍ମିଳନୀ । କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଯୋଗଦେଇ ଦଳ ସପକ୍ଷରେ ଭୋଟ ମାଗିଲେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡକ୍ଟର ରବୀନ୍ଦ୍ର କୁମାର ସେଠୀ । ଅଧିକ ପଢ଼ନ୍ତୁ

Congress workers Meeting

ନିମାପଡ଼ା (ପୁରୀ): ନିର୍ବାଚନ ପୂର୍ବରୁ ନିମାପଡ଼ାରେ କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ନିମାପଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟଙ୍କ ନେତୃତ୍ବରେ ଆୟୋଜିତ ଏହି ବୈଠକରେ ଜଗତସିଂହପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଡକ୍ଟର ରବୀନ୍ଦ୍ର କୁମାର ସେଠୀ ଉପସ୍ଥିତ ରହି କଂଗ୍ରେସ ସପକ୍ଷରେ ଭୋଟ ମାଗିବା ସହ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ନିମାପଡ଼ା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଉପସ୍ଥିତ ରହି ଦଳ ପାଇଁ ବହୁମତ ଆଣିବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ।

ବିଶେଷ କରି କୃଷକ ମାନଙ୍କୁ ଭତ୍ତା ପ୍ରଦାନ, ବେକାରୀ ଯୁବକ ଯୁବତୀ ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ, ଝିଅ ବାହାଘର ଆଦି ପାଇଁ ସହାୟତା ଯୋଗାଇଦେବାକୁ କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ କହିଥିବାବେଳେ ବିଜେପି ବିଜେଡିର ମ୍ୟାଚ୍‌ ଫିକ୍ସିଂର ଫାଇଦା କଂଗ୍ରେସ ନେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା । ନିର୍ବାଚନ ମୈଦାନରେ ବାଜିମାତ କରିବ ବୋଲି କହିଛନ୍ତି ନିମାପଡ଼ା ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଓ ଜଗତସିଂହପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଡକ୍ଟର ରବୀନ୍ଦ୍ର କୁମାର ସେଠୀ । ଅନେକ ଦିନ ପରେ କଂଗ୍ରେସ କର୍ମୀ ଏକଜୁଟ ହୋଇ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଲୋକଙ୍କ ସେବା କରିବା ଓ ଲୋକଙ୍କ ପାଇଁ ଲଢ଼ିବାକୁ ରାଜନୀତିକୁ ଆସିଛି: ସୁଜିତ୍ ମହାପାତ୍ର - Puri Assembly Congress

ସାଂସଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ ଅନେକ ବର୍ଷ ପରେ ନିର୍ବାଚନ ଲଢ଼ୁଥିବାରୁ ତାଙ୍କ ସମର୍ଥକ ଓ କଂଗ୍ରେସ କର୍ମୀ ଖୁସି ପ୍ରକାଶ କରିଥିଲେ । ପୁଣି କଂଗ୍ରେସ ନିମାପଡ଼ା ବିଧାନସଭା କ୍ଷେତ୍ରରେ ଜିତିବା ସହିତ ସାଂସଦ ଭାବେ ନିର୍ବାଚିତ ହେବୁ ବୋଲି କହିଛନ୍ତି ରବୀନ୍ଦ୍ର ସେଠୀ । ସେହିଭଳି ନିମାପଡ଼ା ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ କହିଛନ୍ତି, "ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଅନେକ ମୁଦ୍ଦା ଅଛି । ବହୁ ପୁରାତନ ବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି । ସେ ଗୁଡିକ ତୁରନ୍ତ ନୂତନ ଭାବେ କରିବା ଆବଶ୍ୟକ । ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଆବଶ୍ୟକ । ଏଭଳି ଅନେକ ସମସ୍ୟା ରହିଛି । କଂଗ୍ରେସ ଆସିଲେ କେହି ଦାଦନ ଖଟିବାକୁ ସୁରଟ ଯିବେନି ।" ବିଜେପି ଓ ବିଜେଡିରେ କନ୍ଦଳ ଯୋଗୁଁ କଂଗ୍ରେସକୁ ବେଶ ଫାଇଦା ହେବ ବୋଲି ଆଶାବାଦୀ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.