ETV Bharat / state

ବଲାଙ୍ଗୀରରେ ବିଜେଡିର ବିଶାଳ ଶୋଭାଯାତ୍ରା, ନାମାଙ୍କନ ଭରିଲେ କଳିକେଶ ଓ ସୁରେନ୍ଦ୍ର - BJD Rally in Balangir

author img

By ETV Bharat Odisha Team

Published : May 1, 2024, 8:12 PM IST

BJD Rally in Balangir
BJD Rally in Balangir

BJD Rally in Balangir: ବଲାଙ୍ଗୀରରେ ବିଜେଡିର ଶକ୍ତି ପ୍ରଦର୍ଶନ । ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ବଲାଙ୍ଗୀର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ଅଧିକ ପଢ଼ନ୍ତୁ

BJD Rally in Balangir

ବଲାଙ୍ଗୀର: ବଲାଙ୍ଗୀରରେ ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଉଭୟ ନାମାଙ୍କନ ଦାଖଲ କରିଛନ୍ତି । ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଏବଂ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ବଲାଙ୍ଗୀରରେ ବିଜେଡି ଆଜି ଶକ୍ତି ପ୍ରଦର୍ଶନ ମଧ୍ୟ କରିଛି । ଯେଉଁଥିରେ ହଜାର ହଜାର ସମର୍ଥକ ସାମିଲ ହେବା ସହ ପାରମ୍ପରିକ ଆଦିବାସୀ ନୃତ୍ୟରେ ଏମାନେ ବିଶାଳ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ତେବେ ନବୀନ ବ୍ରାଣ୍ଡ ଆଗରେ ସବୁ ଫିକା ପଡିବ ଓ ବଲାଙ୍ଗୀର ଲୋକସଭା ସମେତ ସମସ୍ତ ବିଧାନସଭା କ୍ଷେତ୍ରରେ ବିଜେଡି ବିଜୟୀ ହେବ ବୋଲି ଉଭୟ ଦୃଢ଼ୋକ୍ତି ବାଢ଼ିଛନ୍ତି ।

ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନର ଆଜି ପଞ୍ଚମ ଦିନରେ ବଲାଙ୍ଗୀର ବିଜେଡି ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ବଲାଙ୍ଗୀର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଆଜି ତାଙ୍କର ନାମାଙ୍କନ ପତ୍ର ବଲାଙ୍ଗୀର ଉପଜିଲ୍ଲାପାଳଙ୍କ ଠାରେ ଦାଖଲ କରିଛନ୍ତି । ସେହିପରି ବଲାଙ୍ଗୀର ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ମଧ୍ୟ ତାଙ୍କର ନାମାଙ୍କନ ପତ୍ର ବଲାଙ୍ଗୀର ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି । ତେବେ ଏହି ଅବସରରେ ଉଭୟ ନେତା ହଜାର ହଜାର ସମର୍ଥକଙ୍କ ସହିତ ପାରମ୍ପାରିକ ଆଦିବାସୀ ନୃତ୍ୟ, ଢୋଲ ନାଗଡା ଇତ୍ୟାଦିକୁ ନେଇ ମିଳିତ ଭାବରେ ଏକ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଆଜି ନାମାଙ୍କନ ଭରିବା ପରେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, "ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ମୁଁ ଆଜି ହଜାର ହଜାର ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛି । ବଲାଙ୍ଗୀର ପାଇଁ ସ୍ବତନ୍ତ୍ର ଭିଜନ ନେଇ ମୁଁ ନିର୍ବାଚନ ଲଢ଼ିବାକୁ ଯାଉଛି । ଯେଉଁଥିରେ ମୁଁ ବଲାଙ୍ଗୀରକୁ ଏକ କ୍ରାଇମ ଫ୍ରିଜ୍‌ ଗ୍ରୀନ୍‌ ଓ କ୍ଲିନ୍‌ ତଥା ମରୁଡ଼ି ମୁକ୍ତ ଅଞ୍ଚଳ ଭାବରେ ଗଢି ତୋଳିବି । ସେହିପରି ଏଠାରେ ଶିଳ୍ପ ପ୍ରତିଷ୍ଠା କରିବା ଓ ନିଯୁକ୍ତି ସୃଷ୍ଟି କରିବା ସହ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବାର ମଧ୍ୟ ଲକ୍ଷ୍ୟ ରହିଛି ।" ଏହାଛଡ଼ା ସେ ଏଠିକାର ଗରିବ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ମଧ୍ୟ କରାଇବେ ବୋଲି କହିଛନ୍ତି । ତେବେ ଆଜିର ଜନ ସମାବେଶରେ ଲୋକଙ୍କ ବହୁଳମାତ୍ରାରେ ସାମିଲ ହେବା ତାଙ୍କ ବିଜୟର ସଙ୍କେତ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନାମାଙ୍କନ ଭରିଲେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଓ ବିଭୂତି ବଳବନ୍ତରାୟ - BJD Candidates Nomination

ସେପଟେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ନାମାଙ୍କନ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ତାଙ୍କୁ ଆଶୀର୍ବାଦ ଦେଇଥିବା କହିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାପରେ ଜିଲ୍ଲାର ସମସ୍ତ ୫ଟି ବିଧାନସଭା ଆସନ ଓ ସଂସଦୀୟ କ୍ଷେତ୍ରରେ ବିଜେଡି ବିଜୟୀ ହେବ ବୋଲି ସେ କହିଛନ୍ତି । ଏଠାରେ କୌଣସି ମୋଦି ଲହର ଚାଲିବ ନାହିଁ, କେବଳ ନବୀନ ବ୍ରାଣ୍ଡ ହିଁ ଚାଲିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.