ETV Bharat / state

ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ୧୬୫୭୧.୮୮ ଲକ୍ଷ ଟଙ୍କା ଓ ସାମଗ୍ରୀ ଜବତ: ସିଇଓ - CEO

author img

By ETV Bharat Odisha Team

Published : May 1, 2024, 10:36 PM IST

ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ୧୬୫୭୧.୮୮ ଲକ୍ଷ ଟଙ୍କା ଓ ସାମଗ୍ରୀ ଜବତ: ସିଇଓ
ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ୧୬୫୭୧.୮୮ ଲକ୍ଷ ଟଙ୍କା ଓ ସାମଗ୍ରୀ ଜବତ: ସିଇଓ

Money And Goods Seized Between March And April Months: ନିର୍ବାଚନ ସମୟରେ ଅନିୟମିତ ଅର୍ଥ ବା ସାମଗ୍ରୀ ଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇ ମାର୍ଚ୍ଚ ୧ରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ମୋଟ ୧୬୫୭୧.୮୮ ଲକ୍ଷ ଟଙ୍କାର ଅର୍ଥ ଓ ସାମଗ୍ରୀ ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଲଗାତାର ଭାବେ ପଦକ୍ଷେପ ନିଆଯାଉଛି । ନିର୍ବାଚନ ସମୟରେ ଅନିୟମିତ ଅର୍ଥ ବା ସାମଗ୍ରୀ ଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏହାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ, ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥାଙ୍କ ସମନ୍ୱୟରେ ଅନିୟମିତ ଅର୍ଥ ଓ ସାମଗ୍ରୀ ଚଢ଼ାଉ ଜାରି ରହିଛି । ଗତ ମାର୍ଚ୍ଚ ୧ରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ମୋଟ ୧୬୫୭୧.୮୮ ଲକ୍ଷ ଟଙ୍କାର ଅର୍ଥ ଓ ସାମଗ୍ରୀ ଜବତ କରାଯାଇଛି । ଅନିୟମିତ ଅର୍ଥ ବା ସାମଗ୍ରୀ ଚାଲାଣ ଉପରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ତୀକ୍ଷ୍ଣ ନଜର ରଖାଯାଇଛି । ଏହାସହ ଚଢ଼ାଉକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି । ଜବତ ହୋଇଥିବା ଅର୍ଥ ବା ସାମଗ୍ରୀ ମଧ୍ୟରେ ୪୮୭.୬୫ ଲକ୍ଷ ଟଙ୍କାର ନଗଦ ଟଙ୍କା, ୨୪୭୧.୬୮ ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ, ୬୪୦୮.୨୨ ଲକ୍ଷ ଟଙ୍କାର ଡ୍ରଗ୍ସ, ୯୪୩.୫୦ ଲକ୍ଷ ଟଙ୍କାର ମୂଲ୍ୟବାନ ଧାତୁ, ୨୬.୩୫ ଲକ୍ଷ ଟଙ୍କାର ଲୋଭନୀୟ ଉପହାର ଏବଂ ୬୨୩୪.୪୭ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ; ମତଦାତାଙ୍କୁ ମିଳିବ ଜରୁରୀ ସୂଚନାପତ୍ର ଓ ମାର୍ଗଦର୍ଶିକା - Essential Information To Voters

ଓଡ଼ିଶା ପୋଲିସ, ଆୟକର ବିଭାଗ, ଅବକାରୀ ବିଭାଗ, ରାଜ୍ୟ ଜିଏସଟି, କେନ୍ଦ୍ର ଜିଏସଟି, ଡାଇରେକ୍ଟରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ, ଡାଇରେକ୍ଟରେଟ ଅଫ ଏନଫୋର୍ସମେଣ୍ଟ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ବର୍ଡର ସିକ୍ୟୁରିଟି ଫୋର୍ସ, ସଶସ୍ତ୍ର ସୀମା ବଳ, ଇଣ୍ଡୋ ତିବତାନ ବର୍ଡର ଫୋର୍ସ, ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ଆସାମ ରାଇଫଲ୍ସ, ଇଣ୍ଡିଆନ କୋଷ୍ଟ ଗାର୍ଡ, ଆରପିଏଫ, ଡାକ, ଜଙ୍ଗଲ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ, ଷ୍ଟେଟ ସିଭିଲ ଆଭିଏସନ ଡିପାର୍ଟମେଣ୍ଟ, ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି, ରାଜ୍ୟ ପରିବହନ ବିଭାଗ, ଫ୍ଲାଇଂ ସ୍କ୍ୱାଡ, ଷ୍ଟାଟିକ ସର୍ଭେଲାନ୍ସ ଟିମ, କଷ୍ଟମ ଡିପାର୍ଟମେଣ୍ଟ ଦ୍ୱାରା ଅନିୟମିତ ଅର୍ଥ ବା ସାମଗ୍ରୀ ଚାଲାଣ ବେଳେ ଚଢ଼ାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୬୫୭୧.୮୮ ଲକ୍ଷ ଟଙ୍କାର ଅର୍ଥ ବା ସାମଗ୍ରୀ ଜବତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.