ETV Bharat / state

ବିଜେପି ଛାଡିଲେ ଅଭିମନ୍ୟୁ ମଲ୍ଲିକ, ନିଆଳିରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବେ ନିର୍ବାଚନ - Niali Independent Candidate

author img

By ETV Bharat Odisha Team

Published : May 1, 2024, 1:17 PM IST

ବିଜେପି ଛାଡିଲେ ଅଭିମନ୍ୟୁ ମଲ୍ଲିକ, ନିଆଳିରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବେ ନିର୍ବାଚନ
ବିଜେପି ଛାଡିଲେ ଅଭିମନ୍ୟୁ ମଲ୍ଲିକ, ନିଆଳିରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବେ ନିର୍ବାଚନ

Independent Candidate Abhimanyu Malick: ୨୦୨୪ ନିର୍ବାଚନ ନେଇ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ୩ ପ୍ରମୁଖ ଦଳ ମାନଙ୍କରେ ଜୋରଦାର ପ୍ରଚାର ଜାରି ରହିଥିବା ବେଳେ ଅନେକ ଦଳବଦଳ କରୁଛନ୍ତି । ଏପରି ପରିସ୍ଥିତିରେ ନିଆଳିର ଅଭିମନ୍ୟୁ ମଲ୍ଲିକ ବିଜେପି ଛାଡି ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ।

ବିଜେପି ଛାଡିଲେ ଅଭିମନ୍ୟୁ ମଲ୍ଲିକ, ନିଆଳିରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବେ ନିର୍ବାଚନ

ନିଆଳି: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି । କଟକ ଜିଲ୍ଲା ନିଆଳି ବିଧାନସଭା ଆସନରେ ସମିକରଣ ତରିକା ବି ବଦଳିବାରେ ଲାଗିଛି । ତିନି ଦଳ କଂଗ୍ରେସ, ବିଜେପି ଓ ବିଜେଡି ଦଳକୁ ଛାଡି ଦେଲେ ଏବେ ନିଆଳି ବିଧାନସଭାରେ ତିନି ଯୁବକ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବା ପାଇଁ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି । ନିଆଳିର ଅଭିମନ୍ୟୁ ମଲ୍ଲିକ ବିଜେପି ଛାଡି ଏବେ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ । ଅଭିମନ୍ୟୁ ଏନେଇ ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ।

ମଙ୍ଗଳବାର ଦିନ ସଂଧ୍ୟାରେ ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ଏକ ମଣ୍ଡପ ପରିସରରେ ଅଭିମନ୍ୟୁ ସଙ୍ଗଠନର ଅଧ୍ଯକ୍ଷ ଅଭିମନ୍ୟୁ ମଲ୍ଲିକ ଏକ ସାମ୍ୱାଦିକ ସମ୍ମୀଳନୀ ଆୟୋଜିତ କରିଥିଲେ । ଏହି ସମୟରେ ସେ ନିଆଳିରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବେ ବୋଲି ଘୋଷଣା କରିଛନ୍ତି । ଅଭିମନ୍ୟୁ ନିଜ ସମର୍ଥକ ଏବଂ ନିଜର ସଙ୍ଗଠନର କର୍ମକର୍ତ୍ତାଙ୍କୁ ଏକାଠି କରି ସ୍ବାଧୀନ ଭାବେ ଲଢିବା ପାଇଁ ଘୋଷଣା କରିବା ପରେ ବିଜେପି ଓ ବିଜେଡି ପାଇଁ ଅଡୁଆ ବଢିପାରେ ବୋଲି ଚର୍ଚ୍ଚା ହେଉଛି ।

କହିରଖୁଛୁ କି, ଅଭିମନ୍ୟୁ ମଲ୍ଲିକ ଗତ କିଛି ବର୍ଷ ହେବ ପ୍ରଥମେ ଅଭିମନ୍ୟୁ ସଙ୍ଗଠନ ମାଧ୍ୟମରେ ନିଜେ ଅଧ୍ୟକ୍ଷ ପଦରେ ରହି ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ ଅଞ୍ଚଳରେ ବିଭିନ୍ନ ସମସ୍ୟାରେ ଜଡ଼ିତ ହୋଇ ପ୍ରତିବାଦ କରିବା ସହ ଜିଲ୍ଲା ପ୍ରଶାସନକୁ ଅଡ଼ୁଆରେ ପକାଇବା ଏବଂ ଶାସକ ଦଳକୁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରଶ୍ନ କରି ଚର୍ଚ୍ଚାକୁ ଆସିଥିଲେ । ପରବର୍ତ୍ତୀ କାଳରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ୨୦୧୯ ମସିହାରେ କଂଗ୍ରେସ ଦଳରୁ ଟିକେଟ ରେସରେ ରହିଥିଲେ କିନ୍ତୁ କଂଗ୍ରେସ ଦଳ ଟିକେଟ ନଦେବାରୁ ସେ ବିଜେପିରେ ସାମିଲ ହୋଇଥିଲେ ।

ବିଜେପିରେ ସାମିଲ ହୋଇ ଲୋକଙ୍କ ବିଭିନ୍ନ ସମସ୍ୟା ଭାଗିଦାରୀ ହେବା ସହିତ ବିଜେପି ଦଳର ସାଙ୍ଗଠନିକ ଦାୟିତ୍ବ ନିର୍ବାହ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଭିମନ୍ୟୁ ବିଜେପି ଦଳରୁ ଟିକେଟ ରେସରେ ରହିବା ସହ ଟିକେଟ ପାଇଁ ଦାବିଦାର ଥିଲେ । ହେଲେ ବର୍ତ୍ତମାନ ଦଳ ଟିକେଟ ନଦେବାରୁ ଅଭିମନ୍ୟୁ ବିଜେପି ଦଳରୁ ନିଜର ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି ।

ସୂଚନା ଥାଉ କି, ନିଆଳି ଆଉ ଜଣେ ଚର୍ଚ୍ଚିତ ଚେହେରା ଚଷାପୁଅ ତୃପ୍ତି ରଞ୍ଜନ ବେହେରା ମଧ୍ୟ ବିଜେଡି ଟିକେଟ ରେସରେ ଥିଲେ ଟିକେଟରୁ ବାଦ ପଡିବା ପରେ ସେ ବି ନିଆଳିରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବା ପାଇଁ ଘୋଷଣା କରିଛନ୍ତି । ଆଉ ଜଣେ ଯୁବ ଚେହେରା ସୁବାଷ ମଲ୍ଲିକ ମଧ୍ୟ ସ୍ବାଧିନ ପ୍ରାର୍ଥୀ ଭାବରେ ଲଢିବା ପାଇଁ ସଜବାଜ ହେଉଥିବା ନେଇ ସୂଚନା ମିଳିଛି । ତେବେ ତିନି ଯୁବ ଚେହେରା ନିଆଳିରୁ ସ୍ବାଧିନ ପ୍ରାର୍ଥୀ ଭାବରେ ଲଢନ୍ତି ତେବେ କେଉଁ ଦଳର ଭୋଟ ପ୍ରଭାବିତ ହେବ ସେ ଦଳ ପାଇଁ ଅଡୁଆ ବଢିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.