ETV Bharat / sports

T20 ବିଶ୍ବକପ ବ୍ରାଣ୍ଡ ଆମ୍ବାସଡର ଯୁବରାଜ ସିଂ, କହିଲେ SKY ଟିମ୍ ଇଣ୍ଡିଆର କି-ପ୍ଲେୟାର - T20 World Cup 2024

author img

By ETV Bharat Odisha Team

Published : Apr 27, 2024, 9:53 AM IST

Yuvraj Singh
Yuvraj Singh

T-20 World Cup 2024: ଟି-20 ବିଶ୍ବକପ ପାଇଁ ତୃତୀୟ ବ୍ରାଣ୍ଡ ଆମ୍ବାସଡର ହେଲେ ଯୁବରାଜ ସିଂ । ଭାରତୀୟ ଦଳ ଚୟନକୁ ନେଇ ରଖିଲେ ମତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଜୁନ ମାସରୁ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଆରମ୍ଭ ହେବ ଟି 20 ବିଶ୍ବକପ । ଏହି ଟୁର୍ଣ୍ଣାମେଣ୍ଟରେ ଯୋଡି ହୋଇଛନ୍ତି ଭାରତୀୟ ଦଳ ପୂର୍ବତନ କ୍ରିକେଟର ଯୁବରାଜ ସିଂ । ବିଶ୍ବକପର ବ୍ରାଣ୍ଡ ଆମ୍ବାସଡର ଭାବେ ଆଇସିସି ତାଙ୍କୁ ନିଯୁକ୍ତି କରିଛି । ତୃତୀୟ ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି ଯୁବରାଜ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓ୍ବେଷ୍ଟଇଣ୍ଡିଜ ଖେଳାଳି କ୍ରିସ ଗେ ଓ 8ଥର ଅଲମ୍ପିକ୍ସ ପଦକ ବିଜେତା ଉସେନ ବୋଲ୍ଟଙ୍କୁ ଆମ୍ବାସାଡର ଭାବେ ନିଯୁକ୍ତି କରାଯାଇଛି । ଏହି ତିନି ଜଣ ଟି 20 ବିଶ୍ବକପ ପାଇଁ ପ୍ରମୋସନାମଲ ଇଭେଣ୍ଟରେ ସାମିଲ ହେବେ ।

2007 ପ୍ରଥମ ଟି -20 ବିଶ୍ୱକପ ସମୟରେ ଯୁବରାଜ ସିଂ ଗୋଟିଏ ଓଭରରେ 6 ଟି ଛକା ମାରି 36 ରନ୍ କରିଥିଲେ ଏବଂ ପ୍ରଥମ ଟି -20 ବିଶ୍ୱକପ ଜିତିବାରେ ଭାରତରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ଯୁବରାଜଙ୍କୁ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା। ଯୁବରାଜ ଟି -20 ବିଶ୍ୱକପ ପୂର୍ବରୁ ଏବଂ ଖେଳ ସମୟରେ ଆମେରିକାରେ ଅନେକ ରୋମାଞ୍ଚକର ବିଶ୍ୱକପ ପ୍ରଚାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଜୁନ୍ 9 ରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ମଧ୍ୟ ଅନ୍ତର୍ଭୁକ୍ତ ।

ଟି 20 ବିଶ୍ବକପର ବ୍ରାଣ୍ଡ ଆମ୍ବାସଡର ହେବା ଭାଗ୍ୟର ବିଷୟ: ମୋର ସବୁଠାରୁ ଶ୍ରଷ୍ଟ ମୁହୁର୍ତ୍ତ ଟି 20 ବିଶ୍ବକପ ସହ ଯୋଡି ହୋଇ ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ସମୟରେ ଗୋଟିଏ ଓଭରରେ ମୁଁ 6ଟି ଛକା ମାରିଥିଲି । ଏହି ସଂସ୍କରଣରେ ସାମିଲ ହେବା ମୋ ପାଇଁ ଗର୍ବର ବିଷୟ । ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଖେଳିବା ପାଇଁ ଏକ ଭଲ ସ୍ଥାନ । କ୍ରୀଡା ପ୍ରେମି ମଧ୍ୟ ଏଠାକୁ ଖେଳ ଦେଖିବାକୁ ଆସିଥାନ୍ତି । ଏଠାକାର ଅନୁଭୁତି ସବୁଠାରୁ ଭିନ୍ନ। ଆମେରିକାରେ କ୍ରିକେଟ୍ ଖେଳ ମଧ୍ୟ ପହଞ୍ଚିଛି । ଟି 20 ବିଶ୍ୱକପ ମାଧ୍ୟମରେ କ୍ରିକେଟର ବିକାଶର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି ।

ଏହା ମଧ୍ୟ ପଢନ୍ତୁ-କୋଲକାତା-ପଞ୍ଜାବ ମ୍ୟାଚରେ ରେକର୍ଡ ବର୍ଷା, T20ରେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା - IPL 2024

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ କଡା ମୁକାବିଲା: ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମ୍ପର୍କରେ ଯୁବରାଜ କହିଛନ୍ତି, 'ନ୍ୟୁୟର୍କରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ଖେଳିବ । ଚଳିତ ବର୍ଷ ବିଶ୍ୱର ଏହା ସବୁଠୁ ବଡ କ୍ରୀଡା ଇଭେଣ୍ଟ ହେବାକୁ ଯାଉଛି, ତେଣୁ ଏହାର ଅଂଶ ହେବା ଏବଂ ଏକ ନୂତନ ଷ୍ଟାଡିୟମରେ ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କି ଦେଖିବା ସୌଭାଗ୍ୟର ବିଷୟ ।

କୋହଲି ଓ ରୋହିତ ଟୁର୍ଣ୍ଣାମେଣ୍ଟ ପାଇଁ ଗୁରୁତ୍ବପୂର୍ଣ୍ଣ: ଟି 20 ବିଶ୍ବକପ ପାଇଁ ଭାରତୀୟ ଦଳ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇନାହିଁ । ରୋହିତ ଓ କୋହଲି ଦଳରେ ରଖିବାର ଗୁରୁତ୍ବ ଉପରେ କହିଥିଲେ ଯୁବରାଜ । ଏହି ଦୁଇ ଖେଳାଳିଙ୍କ ଭୂମିକା ଟି 20 ବିଶ୍ବକପରେ ଗୁରୁତ୍ବପୂର୍ଣ୍ଣ ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ସେମାନେ ଏହି ଫର୍ମାଟରୁ ବିଦାୟ ନେଇ ଅନ୍ୟ ଫର୍ମାଟ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଏହି ଦୁଇ ଶ୍ରେଷ୍ଠ ଖେଳାଳି ତାଙ୍କ ଇଚ୍ଛା ମୁତାବକ ଅବସର ନେଇ ପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.