ETV Bharat / politics

କଂଗ୍ରେସ ଛାଡିଲେ କାର୍ଯ୍ୟକାରୀ ଜିଲ୍ଲା ସଭାପତି, ଶୀର୍ଷ ନେତୃତ୍ବଙ୍କ ସ୍ବାର୍ଥ ପାଇଁ ଟିକଟ ନ ମିଳିବା ଅଭିଯୋଗ - Binod Patra Quits Congress

author img

By ETV Bharat Odisha Team

Published : May 1, 2024, 5:14 PM IST

କଂଗ୍ରେସ ଛାଡିଲେ କାର୍ଯ୍ୟକାରୀ ଜିଲ୍ଲା ସଭାପତି, ଶୀର୍ଷ ନେତୃତ୍ବଙ୍କ ସ୍ବାର୍ଥ ପାଇଁ ଟିକଟ ନ ମିଳିବା ଅଭିଯୋଗ
କଂଗ୍ରେସ ଛାଡିଲେ କାର୍ଯ୍ୟକାରୀ ଜିଲ୍ଲା ସଭାପତି, ଶୀର୍ଷ ନେତୃତ୍ବଙ୍କ ସ୍ବାର୍ଥ ପାଇଁ ଟିକଟ ନ ମିଳିବା ଅଭିଯୋଗ

Binod Patra Resigns From Sonepur Congress: ସୋନପୁରର କାର୍ଯ୍ୟକାରୀ ଜିଲ୍ଲା ସଭାପତି ବିନୋଦ ପାତ୍ର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ସୋନପୁରର ବିଧାୟକ ଥିବା ବିନୋଦ ରାଜ୍ୟର ଶୀର୍ଷ ନେତୃତ୍ବଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଦଳ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

କଂଗ୍ରେସ ଛାଡିଲେ କାର୍ଯ୍ୟକାରୀ ଜିଲ୍ଲା ସଭାପତି, ଶୀର୍ଷ ନେତୃତ୍ବଙ୍କ ସ୍ବାର୍ଥ ପାଇଁ ଟିକଟ ନ ମିଳିବା ଅଭିଯୋଗ

ସୁବର୍ଣ୍ଣପୁର: ସୂବର୍ଣ୍ଣପୁର ଜିଲ୍ଲା କଂଗ୍ରେସକୁ ପୁଣି ଏକ ଶକ୍ତ ଝଟକା । ପୂର୍ବରୁ ତୃଣମୂଳ ସ୍ତରର ଅନେକ କର୍ମୀ ଓ ଜିଲ୍ଲା କଂଗ୍ରେସ ପଦାଧିକାରୀ ଦଳ ପରିତ୍ୟାଗ କରିବା ପରେ ଆଜି ପୁଣି ଦଳ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ବିନୋଦ ପାତ୍ର । ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର କାର୍ଯ୍ୟକାରୀ ଜିଲ୍ଲା ସଭାପତି ବିନୋଦ ପାତ୍ର ଦଳୀୟ ନିଷ୍ପତ୍ତିକୁ ପ୍ରତିବାଦ କରି ଦଳ ଛାଡିବା ସହ ସହିତ ଇସ୍ତଫା ପ୍ରଦାନ କରିଛନ୍ତି । ଜିଲ୍ଲାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ଟିକଟ ଆବେଦନ କରିଥିଲେ । ହେଲେ ଦଳ ତାଙ୍କ ନିଷ୍ଠା ଓ ଶ୍ରମ ପ୍ରତି ଅବମାନନା ପ୍ରଦର୍ଶନ କରିବା ସହିତ ତାଙ୍କୁ ଅବହେଳା କରି ଟିକେଟ ପ୍ରଦାନ ନ କରିବାରୁ ସେ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ୫ବର୍ଷ ପରେ ଫେରୁଛନ୍ତି ନେତା, ସୋନପୁର ଭୋଟରଙ୍କ ହାତରେ ସମସ୍ୟାର ଲମ୍ବା ତାଲିକା

ବିନୋଦ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତିଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟିର ଅନ୍ୟାନ୍ୟ ପଦାଧିକାରୀଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ କର୍ମୀ ଓ ବିନୋଦଙ୍କ ସମର୍ଥକ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ଦଳକୁ ବିଦାୟ କରିଛନ୍ତି । ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଓ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ସ୍ବାର୍ଥ ପୂରଣ ଦୃଷ୍ଟିରେ ରଖି ତାଙ୍କୁ ଟିକେଟ ଦେଇ ନ ଥିବା ବେଳେ ତାଙ୍କ ପାଇଁ ଦଳ ନୁହେଁ ନିଜ ସ୍ବାର୍ଥ ବଡ ବୋଲି ଅଭିଯୋଗ କରିଛନ୍ତି । ତାଙ୍କୁ ପୂର୍ବରୁ ଟିକଟ ଦିଆଯିବ ବୋଲି କୁହାଯାଇଥିଲା । ସେଥିପାଇଁ ସେ ନିଷ୍ଠାର ସହିତ ଦଳର ସାଂଗଠନିକ କାର୍ଯ୍ୟ କରୁଥିଲ । ହେଲେ ଶେଷରେ ତାଙ୍କ ପ୍ରତି କଂଗ୍ରେସ ଅନ୍ୟାୟ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବିନୋଦ ପାତ୍ର ବିଭିନ୍ନ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ଓ ପ୍ରଦେଶ କଂଗ୍ରେସ କମିଟିର ଭିନ୍ନ ଭିନ୍ନ ପଦରେ ରହି କାର୍ଯ୍ୟ କରିଛନ୍ତି । ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ପ୍ରାର୍ଥୀ କୁନ୍ଦୁରୁ କୁଶଲଙ୍କୁ ପରାଜିତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ତେବେ ଏହା ପରେ ସେ କେଉଁ ଦଳରେ ଯୋଗ ଦେବେ ବା ତାଙ୍କ ପରବର୍ତ୍ତୀ ଯୋଜନା ଉପରେ କିଛି କହିନାହାଁନ୍ତି ବିନୋଦ ପାତ୍ର ।

ଇଟିଭି ଭାରତ, ସୂବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.