ETV Bharat / politics

ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ-ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି - Rajgangpur Assembly Constituency

author img

By ETV Bharat Odisha Team

Published : Apr 30, 2024, 9:53 PM IST

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି
ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି

Rajgangpur Assembly Constituency: ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍କର । ସେହିପରି ବିଜେପି ମଧ୍ୟ ରାଜଗାଙ୍ଗପୁରକୁ ଜୟ କରିବା ପାଇଁ ଭରିଛି ହୁଙ୍କାର । ଦେଖନ୍ତୁ ଏହି ରିପୋର୍ଟ

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି

ରାଉରକେଲା: ମତଦାନର ତାରିଖ ପାଖେଇ ଆସୁଥିବା ବେଳେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ପାଇଁ ଆସନ୍ତା ମେ ୨୦ ତାରିଖରେ ହେବାକୁ ଯାଉଛି ଭୋଟଦାନ । ରାଜ୍ୟର ଅନ୍ୟ ନିର୍ବାଚନମଣ୍ଡଳୀଗୁଡ଼ିକରୁ ଏଠାରେ ରାଜନୈତିକ ସମୀକରଣ ଟିକିଏ ଅଲଗା । ଏଠାରେ ଆସନ ହାତେଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ହେଲେ ବିଜେପିର ପ୍ରାୟ ଅପେକ୍ଷାକୃତ କମ୍ ପ୍ରଭାବ ରହିଛି । ଏଥର ନିର୍ବାଚନରେ ବିଜେଡି ନିଜର ଭେଟେରାନ ନେତା ମଙ୍ଗଳା କିସାନଙ୍କ ସ୍ଥାନରେ ନୂଆ ମୁହଁ ଅନୀଲ ବରୁଆଙ୍କୁ ଟିକଟ ଦେଇଛି । ସେହିଭଳି କଂଗ୍ରେସ ନିଜର ବିଜୟୀ ବିଧାୟକ ରାଜନ ଏକ୍କାଙ୍କୁ ରିପିଟ କରିଥିବା ବେଳେ ବିଜେପି ନିଜର ବରିଷ୍ଠ ନେତା ନରସିଂହ ମିଞ୍ଜଙ୍କୁ ଭରସା କରିଛି । ଆସନ୍ତୁ ନଜର ପକାଇବା କଣ ରହିଛି ରାଜଗାଙ୍ଗପୁରର ରାଜନୈତିକ ସ୍ଥିତି ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି
ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ୧୯୫୧ ମସିହାରେ ପ୍ରତିଷ୍ଠିତ ଏହି ନିର୍ବାଚନ ମଣ୍ଡଳୀ ମୁଖ୍ୟତଃ ରାଜଗାଙ୍ଗପୁର ସହର, ରାଜଗାଙ୍ଗପୁର ବ୍ଲକ, ଲାଠିକଟା ବ୍ଲକ ଓ କୁଟରା ବ୍ଲକର କିଛି ଅଂଶକୁ ନେଇ ଗଠିତ । ଏଠାରେ କଂଗ୍ରେସ ଦଳ ମୋଟ ଛଅ ଥର ୧୯୬୧, ୧୯୭୪, ୧୯୮୦, ୨୦୦୪,୨୦୦୯ ଏବଂ ୨୦୧୯ରେ ନିର୍ବାଚନରେ ବିଜୟୀ ହୋଇଛି । ସେହିପରି ବିଜେଡି ଦୁଇ ଥର ୨୦୦୦ ଏବଂ ୨୦୧୪ରେ ବିଜୟୀ ହୋଇଛି ଏବଂ ଜନତା ଦଳ ପକ୍ଷରୁ ୧୯୮୫, ୧୯୯୦, ୧୯୯୫ ତିନିଥର ବିଜୟୀ ହୋଇଛନ୍ତି । ତେବେ ଜନତା ଦଳ ଏବଂ ବିଜେଡିରୁ ମଙ୍ଗଳା କିଷାନ ମୋଟ ୧୯୮୫, ୧୯୯୦, ୧୯୯୫, ୨୦୦୦ ଏବଂ ୨୦୧୪ରେ ବିଜୟୀ ହୋଇଥିଲେ । କିନ୍ତୁ ଗତ ନିର୍ବାଚନରେ ମଙ୍ଗଳାଙ୍କ ଗଡ଼ ବୋଲାଉଥିବା ରାଜଗାଙ୍ଗପୁରକୁ ଛଡେଇ ନେଇଥିଲେ କଂଗ୍ରେସର ରାଜନ ଏକ୍କା । ଏହି ନିର୍ବାଚନ ମଣ୍ଡଳୀରେ ୧,୨୨,୯୭୯ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧,୨୫,୩୩୯ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ୨୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି ।

୨୦୨୪ ନିର୍ବାଚନର ପ୍ରାର୍ଥୀଙ୍କ ପ୍ରୋଫାଇଲ :

Rajgangpur
Rajgangpur

କଂଗ୍ରେସ: ଗତ ୨୦ ବର୍ଷ ମଧ୍ୟରେ ତିନୋଟି ପାଳିରେ କଂଗ୍ରେସ ଏହି ଆସନକୁ ହାତେଇବାରେ ସଫଳ ହୋଇଛି । ଗତ ନିର୍ବାଚନରେ ମାତ୍ର ୯୪୬ ଭୋଟରେ କଂଗ୍ରେସର ଯୁବ ଓ ଉଚ୍ଚଶିକ୍ଷିତ ଚେହେରା ରାଜନ ଏକ୍କା ବିଜେଡିର ହେଭିୱେଟ ମଙ୍ଗଳା କିସାନଙ୍କୁ ହରାଇଥିଲେ, ଯାହା ସେ ସମୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ପୁଣି ଥରେ କଂଗ୍ରେସ ରାଜନଙ୍କୁ ଟିକଟ ଦେଇଛି । କଂଗ୍ରେସ ପ୍ରାର୍ଥୀ ରାଜନ ବିକଶିତ ରାଜଗାଙ୍ଗପୁର ସ୍ବପ୍ନକୁ ସାକାର କରିବାର କଥା କହୁଥିବା ବେଳେ ସମସ୍ୟା ବେଳେ ଲୋକଙ୍କ ସହ ଜଡିତ ଥିବାରୁ ୧୫ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତିବାର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କଂଗ୍ରେସ ଦଳ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଶାସନର କଥିତ ବିଫଳତା, ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ,ଦୁର୍ନୀତି ,ବେରୋଜଗାରୀ ଆଦିକୁ ମୁଦ୍ଦା କରି ମୈଦାନକୁ ଓହ୍ଲାଇବ ବୋଲି ରାଜନ କହିଛନ୍ତି ।

ବିଜେଡି: ବିଜେଡିର ଟାଣୁଆ ନେତା ମଙ୍ଗଳା କିସାନଙ୍କ ବଦଳରେ ଦଳ ଏଥର ନୂଆ ମୁହଁ ଅନୀଲ ବରୁଆଙ୍କୁ ପ୍ରାର୍ଥୀ କରିଛି । ଗତ ପାଞ୍ଚ ବର୍ଷର ଭୋଟରଙ୍କ ଅସନ୍ତୋଷକୁ ପୁଞ୍ଜି କରି ରାଜ୍ୟ ସରକାରଙ୍କ ଯୋଜନା ଓ ଉନ୍ନତିକୁ ସିଧାସଳଖ ଲୋକଙ୍କ ଦ୍ୱାରସ୍ଥ କରିବାକୁ ଲକ୍ଷ୍ୟ ରଖିଛି ବିଜେଡ଼ି । ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ଅନୀଲ । ଏହି ଆସନ ପାଇଁ ମୁଖ୍ୟତଃ କଂଗ୍ରେସ ସହ ଟକ୍କର ହେବ ବୋଲି କହିବା ସହ ବିଜେଡି ଏଠାରେ ବୃହତ୍ ବ୍ୟବଧାନରେ ବିଜୟୀ ହେବ ବୋଲି ଆଶା ପ୍ରକଟ କରିଛନ୍ତି ବିଜେଡି ପ୍ରାର୍ଥୀ ଅନୀଲ ।

ବିଜେପି: ରାଜଗାଙ୍ଗପୁରରେ ଗତ ୨ଟି ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହିଆସିଛି । ଏଥର ଦଳ ୨୦୧୯ରେ ଲଢିଥିବା ପ୍ରାର୍ଥୀ ନରସିଂହ ମିଞ୍ଜଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି । ବିଜେପି ପ୍ରାର୍ଥୀ ନରସିଂହ କହିଛନ୍ତି ଯେ, ଏଥର ଅଞ୍ଚଳରେ ସାଙ୍ଗଠନିକ ସ୍ଥିତି ବେଶ ଭଲ ରହିଥିବା ବେଳେ ବିଜେଡି ମୋଦି ସରକାରଙ୍କ ଯୋଜନାଗୁଡିକୁ ହାଇଜାକ୍ କରୁଛି । ସ୍ଥାନୀୟ କଂଗ୍ରେସ ବିଧାୟକଙ୍କୁ ଉପାନ୍ତ ଅଞ୍ଚଳର ଲୋକମାନେ ଦେଖି ନାହାଁନ୍ତି । ତେବେ ଏଥର ବିଜେପି ଏଠାରେ ଏକ ତରଫା ବିଜୟ ଲାଭ କରିବ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ନରସିଂହ ମିଞ୍ଜ ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି
ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି

ଏହା ମଧ୍ୟ ପଢନ୍ତୁ... ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ - ODISHA ASSEMBLY ELECTION 2024

ପୂର୍ବ ନିର୍ବାଚନ ଫଳାଫଳ:

୨୦୧୯ ବିଧାନସଭା ନିର୍ବାଚନ:

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି
ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି

୨୦୧୯ରେ କଂଗ୍ରେସ ପ୍ରାର୍ଥୀ ରାଜନ ଏକ୍କା ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ମଙ୍ଗଳା କିସାନଙ୍କୁ ମାତ୍ର ୯୪୬ ଖଣ୍ଡ ଭୋଟରେ ହରାଇଥିଲେ । ରାଜନ ୫୩,୯୧୮ ଖଣ୍ଡ ଭୋଟ ଓ ମଙ୍ଗଳା ୫୨,୯୭୨ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ନରସିଂହ ମିଞ୍ଜ ୫୨,୮୯୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୧୪ ବିଧାନସଭା ନିର୍ବାଚନ:

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି
ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି

୨୦୧୪ରେ ବିଜେଡି ପ୍ରାର୍ଥୀ ମଙ୍ଗଳା କିସାନ ନିଜର ପ୍ରତିଦ୍ବନ୍ଦୀ କଂଗ୍ରେସର ଗ୍ରେଗୋରୀ ମିଞ୍ଜଙ୍କୁ ୧୦,୦୩୬ ଖଣ୍ଡ ଭୋଟରେ ହରାଇଥିଲେ । ମଙ୍ଗଳା ୫୪,୫୯୬ ଖଣ୍ଡ ଭୋଟ ଓ ଗ୍ରେଗୋରୀ ୪୪,୫୬୦ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ୨୮,୬୯୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୦୯ ବିଧାନସଭା ନିର୍ବାଚନ:

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି
ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ: ଆସନ ହାତେଇବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକାପଞ୍ଝା, କରିସ୍ମା କରିବା ଅପେକ୍ଷାରେ ବିଜେପି

୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରୀ ମିଞ୍ଜ ନିଜର ପ୍ରତିଦ୍ବନ୍ଦୀ ବିଜେଡିର ବେନେଡିକ୍ଟ ତିର୍କୀଙ୍କୁ ୪,୧୧୫ ଖଣ୍ଡ ଭୋଟରେ ହରାଇଥିଲେ । ଗ୍ରେଗୋରୀ ୩୫,୫୯୨ ଖଣ୍ଡ ଭୋଟ ଓ ବେନେଡିକ୍ଟ ୩୧,୪୭୭ ଖଣ୍ଡ ଭୋଟ ପାଇଥିଲେ । ସେହିପରି ଜେଏମଏମ ପ୍ରାର୍ଥୀ ହାଲୁ ମୁଣ୍ଡାରୀ ୧୭,୬୯୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ଚାଷୀ ବହୁଳ ଏବଂ କାରଖାନା ସମ୍ପନ୍ନ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଅପ୍ରତ୍ୟାଶିତ ଭାବେ ବିଜେଡିକୁ ଚେକମେଟ୍ ଦେଇଥିଲା । ଏଥର ରାଜଗାଙ୍ଗପୁରରେ ବିଜୟର ଶଙ୍ଖନାଦ ହେଉଛି ନା ହାତର ପତିଆରା କାୟମ୍ ରହୁଛି ତାହା ଦେଖିବାକୁ ବାକି ରହିଛି । ସେହିଭଳି ବିଜେପି ମଧ୍ୟ ନିଜେ ଫୁଲ୍ ଦମରେ ଲଢେଇର ମୈଦାନରେ ଓହ୍ଲାଇଛି । ତେବେ ରାଜଗାଙ୍ଗପୁରରେ କାହାର ରାଜୁତି ଚାଲିବ ତାହା ଜୁନ ୪ରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.