ETV Bharat / politics

ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Apr 24, 2024, 7:36 PM IST

Bonai Assembly Constituency: ନା ନବୀନ ହାୱା ନା ମୋଦି ଲହର, ସବୁକୁ ଚେକମେଟ୍ ଦେଇ ବଣାଇ ବାସୀ ଲଗାତାର ୨ ଥର ସିପିଆଇଏମକୁ ଜୟଯୁକ୍ତ କରାଇଛନ୍ତି । ତେବେ ଏଥର ସିପିଆଇଏମର ହାଟ୍ରିକରେ ରୋକ୍ ଲଗାଇବା ଲକ୍ଷ୍ୟରେ ବିଜେପି । ସେହିପରି ନିଜର ଡେବ୍ୟୁ ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଛି ବିଜେଡି । ଅଧିକ ପଢନ୍ତୁ

ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !
ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !

ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !

ରାଉରକେଲା: ୨୦୨୪ ସାଧାରଣ ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଥିବା ବେଳେ ପ୍ରାର୍ଥୀ ମାନଙ୍କ ପ୍ରଚାରରେ କମ୍ପୁଛି ମୈଦାନ । ପଶ୍ଚିମ ଓଡିଶାର ସୁନ୍ଦରଗଡ ଜିଲ୍ଲାର ବଣାଇ ନିର୍ବାଚନ ମଣ୍ଡଳୀ ସବୁବେଳେ ରାଜ୍ୟ ନିର୍ବାଚନୀ ଲହରୀର ବିପରୀତ ଫଳାଫଳ ସୃଷ୍ଟି କରିବାର ଟ୍ରାକ ରେକର୍ଡ ରହିଛି । ଗତ ୨୦ ବର୍ଷ ମଧ୍ୟରେ ଏଠାରେ କେବଳ ସିପିଆଇଏମ୍ ଓ ବିଜେପିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ନିରଙ୍କୁଶ ୨୪ ବର୍ଷ ଧରି ଶାସନ କରି ଆସୁଥିବା ବିଜେଡି ଏଠାରେ ଖାତା ଖୋଲି ପାରିନାହିଁ । ଏଠାରେ ବିଜେପି ମହିଳା କାର୍ଡ ଖେଳି ସେବତୀ ନାୟକଙ୍କୁ ଟିକେଟ ଦେଇଥିବା ବେଳେ, କଂଗ୍ରେସ ସମର୍ଥନରେ CPIM ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ଏଠାରୁ ଛିଡା ହୋଇଛନ୍ତି । ସେହିପରି ବିଜେଡି ଭୀମସେନ ଚୌଧୁରୀଙ୍କୁ ମୈଦାନକୁ ଓହ୍ଲାଇଛି । ଆସନ୍ତା ୨୦ ମେ’ରେ ବଣାଇ ପାଇଁ ମତଦାନ ହେବ । ତେବେ ଆସନ୍ତୁ ନଜର ପକାଇବା ବଣାଇ ନିର୍ବାଚନ ମଣ୍ଡଳୀର ଏକ ସ୍ବତନ୍ତ୍ର ରିପୋର୍ଟ ଉପରେ ।

ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !
ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !

ବଣାଇ ନିର୍ବାଚନ ମଣ୍ଡଳୀ:

ପଶ୍ଚିମ ଓଡିଶାର ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇ ନିର୍ବାଚନ ମଣ୍ଡଳୀ ମୁଖ୍ୟତଃ ବଣାଇଗଡ, ଗୁରୁଣ୍ଡିଆ, ଲହୁଣୀପଡା ଓ କୋଇଡା ବ୍ଲକକୁ ନେଇ ଗଠିତ । ଏଠାରେ ମୋଟ ୨,୨୦,୯୮୨ ସଂଖ୍ୟକ ଭୋଟର ରହିଛନ୍ତି, ସେଥି ମଧ୍ୟରୁ ୧,୦୮,୭୯୦ ଜଣ ପୁରୁଷ ଭୋଟର, ୧,୧୨,୧୮୩ ଜଣ ମହିଳା ଭୋଟର ରହିଥିବା ବେଳେ ତୃତୀୟଲିଙ୍ଗୀ ଭୋଟର ସଂଖ୍ୟା ୯ ରହିଛି । ଗତ ୨୦୧୯, ୨୦୧୪ ଓ ୨୦୦୪ ନିର୍ବାଚନରେ ସିପିଆଇଏମ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜୟୀ ହୋଇଥିବା ବେଳେ ୨୦୦୯ ରେ ବିଜେପି ପ୍ରାର୍ଥୀ ଭୀମସେନ ଚୌଧୁରୀ ଓ ୨୦୦୦ରେ ବିଜେପି ପ୍ରାର୍ଥୀ ଦୟାନିଧି କିସାନ ବିଜୟୀ ହୋଇଥିଲେ । ତେବେ ୧୯୮୫ ମସିହାରେ ଶେଷ ଥର ପାଇଁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ 1951 ମସିହାର ପ୍ରଥମ ନିର୍ବାଚନ ଠାରୁ ଏଯାଏଁ ବିଜେଡି ନିଜର ଖାତା ଖୋଲି ପାରିନି।

ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !
ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !

୨୦୨୪ ନିର୍ବାଚନର ପ୍ରାର୍ଥୀଙ୍କ ପ୍ରୋଫାଇଲ :

ବିଜେଡି: ଚଳିତ ନିର୍ବାଚନରେ ବଣାଇ ଆସନ ପାଇଁ ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି । ତେବେ ୨୦୧୯ ନିର୍ବାଚନରେ ଦଳ ରଞ୍ଜିତ କିସାନଙ୍କୁ ପାର୍ଥୀ ଭାବେ ଛିଡା କରିଥିଲା । ତେବେ ଅନ୍ୟ ପକ୍ଷରେ ରାଜ୍ୟର ଶାସକ ଦଳ ବର୍ତ୍ତମାନ ଯାଏଁ ଏହି ବଣାଇ ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇନଥିବାରୁ ଏଠାରେ ଏହା ଏକ ବଡ଼ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟତା ଏବେ ବି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହୋଇ ରହିଛି କିନ୍ତୁ ତାହା ବଣାଇରେ ଫେଲ ମାରିଛି । ତେବେ ଆଗାମୀ ନିର୍ବାଚନକୁ ଆଖିରେ ରଖି ବର୍ତ୍ତମାନ ବିଜେପିରେ ବିଜୟୀ ହୋଇଥିବା ବିଧାୟକ ଭୀମସେନ ଚୌଧୁରୀ ବିଜେଡି ଟିକଟ ଦେଇଛି । ବିଧାୟକ ପ୍ରାର୍ଥୀ ଭୀମସେନ ଚୌଧୁରୀ କହିଛନ୍ତି, " ଏଥର ବଣାଇରେ ବିଜେଡିର ସମ୍ପୂର୍ଣ୍ଣ ଭାବରେ ଏକ ପାଖିଆ ବିଜୟ ହେବ । ବିଜେପି ସହ ବଣାଇରେ ଲଢେଇ ନାହିଁ । କେବଳ CPIM ହାଲୁକା ଟକ୍କର ଦେବ ନଚେତ ଲୋକେ ବିଜେଡିକୁ ବିଜୟୀ କରିବା ପାଇଁ ମନସ୍ଥ କରିଛନ୍ତି ଏବଂ ବଣାଇରେ ଏଥର ଶଙ୍ଖ ବାଜିବ । "

ବିଜେପି: ଏଥର ବଣାଇକୁ ଜିତିବା ପାଇଁ ଦଳ ମହିଳା ପ୍ରାର୍ଥୀ ସେବତୀ ନାୟକଙ୍କୁ ମୈଦାନକୁ ଓହ୍ଲାଇଛି । ବିଜେପି ମଧ୍ୟ ନିଜର ପୂର୍ବ ଗୌରବ ଏହି ନିର୍ବାଚନ ମଣ୍ଡଳୀରେ ଫେରାଇ ଆଣିବାକୁ ଚେଷ୍ଟା କରିବ । ଜୁଏଲ ଓରାମ ଏବଂ ଭୀମସେନ ଚୌଧୁରୀଙ୍କ ପରେ ଏହି ଅଞ୍ଚଳରେ ପଦ୍ମ ଫୁଟିବାରେ ଅଙ୍କୁଶ ଲାଗିଛି । ତେବେ ବିଜେପି ଗତ ନିର୍ବାଚନରେ ଲୋକଙ୍କ ପ୍ରିୟଭାଜନ ହୋଇପାରିନଥିବା ଯୋଗୁ ପରାଜୟ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି । ବିଜେପି ପ୍ରାର୍ଥୀ ସେବତୀ ନାୟକ କହିଛନ୍ତି ଯେ ସେ ତୃଣମୂଳ ସ୍ତରରେ ଲୋକଙ୍କୁ ଜାଣିଛନ୍ତି ଓ ସଂଗଠନକୁ ସୁଦୃଢ କରିଛନ୍ତି । ସେ ବର୍ତ୍ତମାନର ବିଧାୟକଙ୍କ କାର୍ଯ୍ୟଶୈଳୀ ଉପରେ ଟାର୍ଗେଟ କରି କହିଛନ୍ତି ଯେ, "ଲୋକେ ତିନି ତିନି ଥର ଦେଖି ସାରିଲେଣି ଯେ ଲକ୍ଷ୍ମଣ ମୁଣ୍ଡା ବିଜୟୀ ହୋଇ କିଭଳି ଭାବରେ କାମ କରିଛନ୍ତି ଏବଂ ଯାହା ଯୋଗୁଁ ବଣାଇ ଆଜି ସବୁଠାରୁ ପଛରେ ରହିଛି ।" ଲୋକ ଏଥର ପରିବର୍ତ୍ତନକୁ ବାଛିବେ ଓ ବଣାଇରେ ନିଶ୍ଚିତ ପଦ୍ମ ଫୁଟିବ ବୋଲି ଆଶା ପ୍ରକଟ କରିଛନ୍ତି ।

ସିପିଆଇଏମ ଓ କଂଗ୍ରେସ ମେଣ୍ଟ: ଏଥର ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ CPIM କଂଗ୍ରେସ ସହ ମେଣ୍ଟ କରି ପ୍ରାର୍ଥୀ ଦେଇଛି ଏବଂ ଲକ୍ଷ୍ମଣ ମୁଣ୍ଡାଙ୍କୁ ପ୍ରାର୍ଥୀ ଭାବରେ ଟିକଟ ଦେଇଛି । ତେବେ ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଲଗାତାର ଦୁଇ ଥର ଏବଂ ମୋଟ ତିନି ଥର ବିଜୟ ଲାଭ କରିଛନ୍ତି ଏବଂ ବିଧାୟକ ଭାବେ ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି । ସେ କହିଛନ୍ତି," ଏଥର ତାଙ୍କ ଲଢେଇ ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟ ବିରୋଧରେ ଅଛି । ସେ ତାଙ୍କ ସମୟରେ ଚାଷୀ ଓ ଶ୍ରମିକ ମାନଙ୍କ ସମସ୍ୟାକୁ ନେଇ ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ଓ ସମାଧାନ କରିଛନ୍ତି ।" ତେଣୁ ଏଥର ମଧ୍ୟ ବଣାଇବାସୀ ତାଙ୍କୁ ଜୟଯୁକ୍ତ କରାଇ ବିଜୟୀ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ଲକ୍ଷ୍ମଣ ।

ପୂର୍ବ ନିର୍ବାଚନ ଫଳାଫଳ

ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !
ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !

୨୦୧୯ ବିଧାନସଭା ନିର୍ବାଚନ: ୨୦୧୯ରେ ସିପିଆଇଏମ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ନିଜର ନିକଟତମ ପ୍ରାର୍ଥୀ ବିଜେଡିର ରଞ୍ଜିତ କିସାନଙ୍କୁ ୧୨୦୩୦ ଖଣ୍ଡ ଭୋଟରେ ହରାଇଥିଲେ । ଲକ୍ଷ୍ମଣ ୫୯୯୩୯ଖଣ୍ଡ ଭୋଟ ଓ ରଞ୍ଜିତ ୪୭୯୦୯ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପି ପ୍ରାର୍ଥୀ ଅନିଲ କୁମାର ବାର୍ଲା ୩୭୨୬୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୧୪ ବିଧାନସଭା ନିର୍ବାଚନ:

ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !
ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !

୨୦୧୪ରେ ସିପିଆଇଏମ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ନିଜର ନିକଟତମ ପ୍ରାର୍ଥୀ ବିଜେଡିର ଦୟାନିଧି କିସାନଙ୍କୁ ୧୮୧୮ ଖଣ୍ଡ ଭୋଟରେ ହରାଇଥିଲେ । ଲକ୍ଷ୍ମଣ ୩୯୧୨୫ ଖଣ୍ଡ ଭୋଟ ଓ ଦୟାନିଧି ୩୭୩୦୭ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଭୀମସେନ ଚୌଧୁରୀ ୩୭୧୮୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଓ ବିଜେପି ପ୍ରାର୍ଥୀ ଲୁଥର ଓରାମ ୨୫୭୬୬ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନ ରହିଥିଲେ ।

୨୦୦୯ ବିଧାନସଭା ନିର୍ବାଚନ:

ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !
ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !

୨୦୦୯ରେ ବିଜେପି ପ୍ରାର୍ଥୀ ଭୀମସେନ ଚୌଧୁରୀ ନିଜର ନିକଟତମ ପ୍ରାର୍ଥୀ ସିପିଆଇଏମର ଲକ୍ଷ୍ମଣମୁଣ୍ଡାଙ୍କୁ ୩୩୫୬ ଖଣ୍ଡ ଭୋଟରେ ହରାଇଥିଲେ । ଭୀମସେନ ୩୦୪୯୫ ଖଣ୍ଡ ଭୋଟ ଓ ଲକ୍ଷ୍ମଣ ୨୭୧୩୯ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ରଞ୍ଜିତ କିସାନ ୨୫୦୪୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଓ ସ୍ବାଧୀନ ପ୍ରାର୍ଥୀ ଦୟାନିଧି କିସାନ ୧୮୧୫୪ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନ ରହିଥିଲେ ।

ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !
ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ !

କଣ ରହିଛି ବଣାଇର ସମସ୍ୟା:

ଖଣି ଖାଦାନ, କାରଖାନା ତଥା ଆଦିବାସୀ ବହୁଳ ବଣାଇ ନିର୍ବାଚନ ମଣ୍ଡଳୀରେ ରହିଛି ଅନେକ ମୌଳିକ ସମସ୍ୟା । ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ସହ ଅନ୍ୟାନ୍ୟ ରାସ୍ତା ଘାଟ ,ଗମନାଗମନ ସହ ଯୋଗାଯୋଗ ସବୁଠାରେ ପଛୁଆ ରହିଛି ଏହି ନିର୍ବାଚନ ମଣ୍ଡଳୀ । ଶିଳ୍ପାଞ୍ଚଳ ହୋଇ ମଧ୍ୟ ଏଠାରେ କୌଣସି ବୈଷୟିକ ଶିକ୍ଷାନୁଷ୍ଠାନ ନାହିଁ । ଡାକ୍ତରୀ ସେବା ଶୋଚନୀୟ ହେବା ସହ କଳକାରଖାନା ଭରା ଅଞ୍ଚଳରେ ଯୁବବର୍ଗଙ୍କୁ ମିଳୁନି ରୋଜଗାର । ପାନୀୟ ଜଳ ପାଇଁ ସମ୍ପୂର୍ଣ୍ଣ ବଣାଇ ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଅସୁବିଧା ଭୋଗୁଛି । ୫ ବର୍ଷରେ କେବଳ ନିର୍ବାଚନ ସମୟରେ ଏହି ଅବହେଳିତ ଅଞ୍ଚଳରେ ରାଜନେତାଙ୍କ ଦେଖା ମିଳୁଛି । ସମସ୍ୟା ଘେରରେ ଥିବା ବଣାଇ ପାଇଁ ବିଭିନ୍ନ ଦଳ ବିକାଶର ସୂର୍ଯ୍ୟୋଦୟର ପ୍ରତିଶୃତି ଦେଇଚାଲିଛନ୍ତି । ତେବେ ବଣାଇର ବାଦଶାହା କିଏ ହେବ ତାହା ମତଦାନ ଗଣନା ପରେ ଜଣାପଡିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.