ETV Bharat / politics

ଅଭ୍ୟାସଗତ ଆଇନ ଉଲ୍ଲଙ୍ଘନକାରୀରେ ପରିଣତ ହୋଇଛି ବିଜେପି: ବିଜେଡି - BJD meet CEO

author img

By ETV Bharat Odisha Team

Published : Apr 30, 2024, 10:03 PM IST

BJD Delegation meet CEO
BJD Delegation meet CEO

BJD Delegation meet CEO: ନିମାପଡ଼ା ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ବିରୋଧରେ ସିଇଓଙ୍କୁ ଭେଟିଲା ବିଜେଡି । ଶିଶୁଙ୍କ ବେକରେ ବିଜେପି ଉତ୍ତରୀୟ ପକାଇ ନିର୍ବାଚନ ପ୍ରଚାରରେ ନିୟୋଜିତ କରାଯାଉଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

BJD Delegation meet CEO

ଭୁବନେଶ୍ବର: ନିମାପଡ଼ା ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡ଼ା ରାଜନୈତିକ ସଭାରେ ଶିଶୁଙ୍କୁ ନିୟୋଜିତ କରୁଛନ୍ତି । ନିମାପଡ଼ାରେ ଶିଶୁଙ୍କ ବେକରେ ବିଜେପି ଉତ୍ତରୀୟ ପକାଇ ନିର୍ବାଚନ ପ୍ରଚାରରେ ନିୟୋଜିତ କରୁଛନ୍ତି ପ୍ରଭାତୀ । ଏଭଳି ଅଭିଯୋଗ ସହ ପ୍ରଭାତୀଙ୍କ ବିରୋଧରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏହା କେବଳ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନୁହେଁ, ବରଂ ଶିଶୁ ଆଇନ ଅଧିକାର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛି ବିଜେଡି । ପ୍ରଭାତୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ମହାକ୍ଷିତା ମିଶ୍ର । ମହାକ୍ଷିତା କହିଛନ୍ତି, "ଆମେ ପ୍ରତ୍ୟେକ ଦିନ ପ୍ରାୟତଃ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବାକୁ ଆସୁଛୁ । ଏହାର କାରଣ ହେଉଛି ବିଜେପିର ଓଡିଶା ଶାଖା ଏକ ଅନାବଶ୍ୟକ ରେକର୍ଡ କରିବାରେ ଲାଗିଛି । ତାହା ହେଉଛି ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ । ଏବେ ସେମାନେ ଅଭ୍ୟାସଗତ ଆଇନ ଉଲ୍ଲଙ୍ଘନକାରୀରେ ପରିଣତ ହୋଇଛନ୍ତି । ଆମେ ପୂର୍ବରୁ ମଧ୍ୟ ପ୍ରତିକ୍ରିୟା ଦେଇଛୁ । ଏଥର ମଧ୍ୟ କହୁଛୁ, ଚଳିତ ନିର୍ବାଚନରେ ଅଦ୍ଭୁତ ଜିନିଷ ଦେଖିବାକୁ ମିଳୁଛି । ଶିଶୁମାନଙ୍କୁ ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...'ମହିଳାଙ୍କ ଚରିତ୍ର ସଂହାର କରୁଛି ବିଜେପି'; ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି - BJD meet CEO

ସେ ଆହୁରି ମଧ୍ୟ କହିଛନ୍ତି, "ପୂର୍ବରୁ ଆମେ ଆସିଥିଲୁ ବ୍ରହ୍ମପୁରର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କୁ ଭେଟିଥିଲୁ । ସମ୍ବଲପୁରରେ ଶିଶୁଙ୍କୁ ରାଧାକୃଷ୍ଣ କରି ଧର୍ମେନ୍ଦ୍ର ପ୍ରଧାନ ଶିଶୁଙ୍କୁ ବୁଲାଉଥିଲେ । ଆଜି ବିଜେପିର ନିମାପଡ଼ା ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା ସମାନ କାର୍ଯ୍ୟକ୍ରମ କରିଛନ୍ତି । ରାଜନୈତିକ ସଭାରେ ଶିଶୁଙ୍କ ବେକରେ ବିଜେପିର ଉତ୍ତରୀୟ ପକାଇ ଗୀତ ମାଧ୍ୟମରେ ପ୍ରଚାର ପ୍ରସାର କରାଇଛନ୍ତି । ଶିଶୁଙ୍କ ଉପରେ ଚାପ ପକାଇ ଏପରି ପ୍ରଚାର ପ୍ରସାର କରିବା ଅର୍ଥାତ ଶିଶୁ ଅଧିକାର କ୍ଷୁର୍ଣ୍ଣ କରିବା । ସେଥିପାଇଁ ଆଜି ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତାଙ୍କୁ ଏ ବିଷୟରେ ଅବଗତ କରାଇଛୁ । ସେ ଏହା ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆମର ବିଶ୍ବାସ ।" ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.