ETV Bharat / politics

'ମହିଳାଙ୍କ ଚରିତ୍ର ସଂହାର କରୁଛି ବିଜେପି'; ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି - BJD meet CEO

author img

By ETV Bharat Odisha Team

Published : Apr 30, 2024, 8:08 PM IST

BJD Delegation meet CEO: ତୃଣମୂଳସ୍ତରରେ ଲୋକଙ୍କୁ ସେବା ଯୋଗାଉଥିବା ମହିଳାଙ୍କୁ ବିଜେପି ନେତା ଅସମ୍ମାନ କରୁଥିବା ଅଭିଯୋଗ । ବିଜେପି ବିରୋଧରେ ପୁଣି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଅଧିକ ପଢ଼ନ୍ତୁ

BJD Delegation meet CEO
BJD Delegation meet CEO

BJD Delegation meet CEO

ଭୁବନେଶ୍ବର: ବିଜେପି ବିରୋଧରେ ପୁଣି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ମହିଳାଙ୍କ ଚରିତ୍ର ସଂହାର କରୁଛି ବିଜେପି । ତୃଣମୂଳସ୍ତରରେ ସେବା ଯୋଗାଉଥିବା ମହିଳାଙ୍କୁ ବିଜେପି ନେତା ଅସମ୍ମାନ କରୁଥିବା ଅଭିଯୋଗ । ଯେଉଁମାନେ ସେବା ଯୋଗାଉଛନ୍ତି, ସେମାନଙ୍କୁ ଅସମ୍ମାନ କରୁଛି ବିଜେପି । ନିର୍ବାଚନ ଆଚରଣ ବିଦ୍ଧି ଉଲ୍ଲଙ୍ଘନ କରି ଧମକାଉଛି ବିଜେପି । ସଶକ୍ତ ହୋଇଥିବା 70 ଲକ୍ଷ ମହିଳାଙ୍କୁ ଘରେ ବସେଇବା ପାଇଁ ବିଜେପି ଚାହୁଁଥିବା ଅଭଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି ।

ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ବିଜେଡିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଅଭିଯୋଗ କରିଛୁ । ଏହି ଅଭିଯୋଗ ଆମେ ବାରମ୍ବାର ଦେଇଛୁ । ବିଜେପି ନେତା ଓ କର୍ମୀମାନେ ମହିଳାଙ୍କୁ ଅସଦାଚରଣ କରୁଛନ୍ତି । ଯେଉଁ ମହିଳାଙ୍କୁ ମିଶନ ଶକ୍ତି ଓ ଅଙ୍ଗନବାଡି ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇଛି, ଯେଉଁମାନେ ଆମକୁ ତୃଣମୂଳସ୍ତରରେ ସେବା ଯୋଗାଉଛନ୍ତି, ତାଙ୍କୁ ହଇରାଣ କରାଯାଉଛି । ସେହି ମହିଳାମାନେ ଗର୍ଭବତୀ ମହିଳା ଓ ଶିଶୁଙ୍କ ଲାଗି କାର୍ଯ୍ୟ କରିଛନ୍ତି, କୋଭିଡ ମହାମାରୀ ସମୟରେ ସେମାନେ ପରିବାରକୁ ପଛରେ ପକାଇ କାର୍ଯ୍ୟ କରିଛନ୍ତି । ନିଜ ଜୀବନକୁ ବାଜି ଲଗେଇ ସେବା ଯୋଗାଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରଦୀପ ମାଝୀ ନିର୍ବାଚନ ଆଚାରଣ ବିଧି ଉଲ୍ଲଂଘନ କରିଛନ୍ତି: ବଳଭଦ୍ର ମାଝୀ - Model Code of Conduct

ସେ ଆହୁରି ମଧ୍ୟ କହିଛନ୍ତି, "ସେବା ପାଇଁ ସେମାନଙ୍କୁ ପ୍ରଶଂସା କି ଶୁଭେଚ୍ଛା ମିଳୁନଥିବାବେଳେ ସମାଲୋଚନା କରୁଛନ୍ତି । ବିଜେପିର ନେତାମାନେ ମହିଳାଙ୍କୁ କିଭଳି ସମ୍ମାନ ଦିଅନ୍ତି, ତାହା ସମସ୍ତେ ଜାଣିଛନ୍ତି । ଯେଉଁମାନେ ଆମକୁ ସେବା ଯୋଗାଇଛନ୍ତି, ସେମାନଙ୍କ ବିରୋଧରେ ମିଛ ଅଭିଯୋଗ କରିବାକୁ ବିଜେପି ନେତା ପଛାଉନାହାନ୍ତି । ନିର୍ବାଚନ ଆସିବ ଓ ଯିବ । ନିର୍ବାଚନ ପରେ ସେ ମହିଳାଙ୍କ ଅବସ୍ଥା କଣ ହେବ ବିଜେପି ନେତା କେବେ ଚିନ୍ତା କରିଛନ୍ତି କି ? ବାରମ୍ବାର ଏଭଳି ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ଅନୁରୋଧ କରିଛୁ ।" ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିବା ସେ କହିଛନ୍ତି । ଏହି ପ୍ରତିନିଧି ଦଳରେ ସାଂସଦ ସସ୍ମିତ ପାତ୍ର, ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର, ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.