ETV Bharat / international

କୋଭିସିଲ୍ଡ ଭ୍ୟାକସିନର ସାଇଡ ଇଫେକ୍ଟ: ରକ୍ତ ଜମାଟ ବାନ୍ଧିବା ସହ ହୋଇପାରେ ମସ୍ତିଷ୍କଘାତ ଓ ହୃଦଘାତ, କମ୍ପାନୀର ସ୍ୱୀକାର - covishield side effect

author img

By ETV Bharat Odisha Team

Published : Apr 30, 2024, 12:00 PM IST

covishield side effect
covishield side effect

covishield side effect: କୋଭିଡ ଟିକା କୋଭିସିଲ୍ଡ ଭ୍ୟାକସିନରେ ଦେଖିବାକୁ ମିଳୁଛି ସାଇଡ ଇଫେକ୍ଟ । ଏହି ଟିକାରେ ରକ୍ତ ଜମାଟ (ବ୍ଲଡ କ୍ଲଟ) ବିରଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଉଥିବା ନେଇ ଜଣାପଡିଛି । ଯାହାଦ୍ୱାରା ହୃଦଘାତ ( Heart attack) ଓ ମସ୍ତିଷ୍କ ଘାତ ( Brain stroke) ହୋଇପାରେ । କମ୍ପାନୀ ପକ୍ଷରୁ ପ୍ରଥମ ଥର ପାଇଁ ସ୍ୱୀକାର କରାଯାଇଛି । ଭାରତରେ ୧୭୪ କୋଟିରୁ ଅଧିକ ଡୋଜ ଦିଆଯାଇଛି । ଅଧିକ ପଢନ୍ତୁ

ଲଣ୍ଡନ: କୋଭିଡ ଟିକା କୋଭିସିଲ୍ଡରେ ଦେଖାଯାଉଛି ବିରଳ ସାଇଡ ଇଫେକ୍ଟ (ପାର୍ଶ୍ୱ ପ୍ରତିକ୍ରିୟା) । କରୋନା ମହାମାରୀ ସମୟରେ ସଞ୍ଜୀବନୀ ସାଜିଥିବା କୋଭିସିଲ୍ଡ ଟିକାକୁ ନେଇ ରୋଚକ ଖବର ସାମ୍ନାକୁ ଆସିଛି । ଏହି ଟିକାରେ ରକ୍ତ ଜମାଟ (ବ୍ଲଡ କ୍ଲଟ) ବିରଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଉଥିବା ନେଇ ଜଣାପଡିଛି । ଯାହାଦ୍ୱାରା ହୃଦଘାତ ( Heart attack) ଓ ମସ୍ତିଷ୍କ ଘାତ ( Brain attack) ହୋଇପାରେ । ରକ୍ତରେ ପ୍ଲେଟଲେଟର ପରିମାଣ ମଧ୍ୟ କମିପାରେ । ଏହି ଭ୍ୟାକସିନ ପ୍ରସ୍ତୁତକାରୀ ବ୍ରିଟିଶ କମ୍ପାନୀ ଆଷ୍ଟ୍ରାଜେନେକା ଏନେଇ କୋର୍ଟରେ ସତ୍ୟପାଠ ଦାଖଲ କରି ସ୍ୱୀକାର କରିଛି ।

କୋଭିଡ ଭ୍ୟାକସିନ କୋଭିସିଲ୍ଡରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଥିବା ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିବା ପରେ ମାମଲା ବ୍ରିଟେନ କୋର୍ଟରେ ପହଞ୍ଚିଥିଲା । କୋଭିଡ ଭ୍ୟାକସିନ ଯୋଗୁଁ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ ବୋଲି ପ୍ରଥମ ଥର ପାଇଁ କମ୍ପାନୀ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । କିନ୍ତୁ ଏହି ବିରଳ ସାଇଡ ଇଫେକ୍ଟ ଅଳ୍ପ କିଛି ବ୍ୟକ୍ତିଙ୍କଠାରେ ଦେଖାଯାଇପାରେ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. କୋରୋନା ପରେ ଚିନ୍ତା ବଢ଼ାଇଲାଣି WEE, ଜାଣନ୍ତୁ ଲକ୍ଷଣ

କୋଭିସିଲ୍ଡ ଓ ଭ୍ୟାକ୍ସଜେଭରିୟା ନାମରେ ହୋଇଥିଲା ବିକ୍ରି: କରୋନା ମହାମାରୀ ସମୟରେ ସାରା ବିଶ୍ୱରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ ଭ୍ୟାକସିନ କୋଭିସିଲ୍ଡ ଓ ଭ୍ୟାକ୍ସଜେଭରିଆ ସମେତ ଅନ୍ୟାନ୍ୟ ନାଁ ଗୁଡିକରେ ବିକ୍ରି ହୋଇଥିଲା । ଏହି ଭ୍ୟାକସିନ କାରଣରୁ ହୋଇଥିବା ମୃତ୍ୟୁ କିମ୍ୱା ସାଂଘାତିକ ରୋଗ ହେଉଥିବା ନେଇ ଆଷ୍ଟ୍ରାଜେନେକା କମ୍ପାନୀ ବିରୋଧରେ ମାମଲା ଦାୟର ହୋଇଥିଲା । କ୍ଷତିପୂରଣ ଦାବିରେ ଅନେକ ବ୍ୟକ୍ତି କମ୍ପାନୀ ବିରୋଧରେ ମାମଲା ଦାୟର କରିଥିଲେ । ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିବା କୋଭିଡ ଭ୍ୟାକସିନ ଟିକାରେ ବିରଳ ସାଇଡ ଇଫେକ୍ଟ ଦେଖାଯାଉଥିବା ନେଇ ଅଭିଯୋଗ ହୋଇଛି ।

କୋଭିସିଲ୍ଡରୁ ଦେଖାଯାଉଛି ବିରଳ ପାର୍ଶ୍ୱ ପ୍ରତିକ୍ରିୟା: ଏହି ଭ୍ୟାକସିନ ନେବା ପରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଥିବା ନେଇ କିଛି ବ୍ୟକ୍ତି ଓ ସେମାନଙ୍କ ପରିବାର ଅଭିଯୋଗ ଆଣିଥିଲେ । ଏହି ଭ୍ୟାକସିନ ନେବା ପରେ ଟିଟିଏସ ଅର୍ଥାତ୍ ଥ୍ରମ୍ବୋସାଇଟୋପେନିଆ ସିଣ୍ଟ୍ରୋମ ସହ ଥ୍ରୋମ୍ବୋସିସ ନାମକ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଥିବା ସାମ୍ନାକୁ ଆସିଛି । ଏହି ସିଣ୍ଡ୍ରୋମ କାରଣରୁ ଶରୀରର ବିଭିନ୍ନ ସ୍ଥାନ ଯେପରିକି ମୁଣ୍ଡ, ପେଟ ଆଦିରେ ବ୍ଲଡ କ୍ଲଟ (ରକ୍ତ ଜମାଟ) ବାନ୍ଧିବା ଭଳି ସମସ୍ୟା ଦେଖାଯାଇଥାଏ । ଆଉମଧ୍ୟ ପ୍ଲେଟଲେଟ କମିବା ଭଳି ସମସ୍ୟା ଦେଖାଯାଇଥାଏ । ଯାହାଦ୍ୱାରା ହୃଦଘାତ ( Heart attack) ଓ ମସ୍ତିଷ୍କ ଘାତ ( Brain stroke) ହୋଇପାରେ । ତେବେ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏହି ଲକ୍ଷଣ ଅର୍ଥାତ୍ ପେଟରେ ଯନ୍ତ୍ରଣା, ଗୋଡ ଫୁଲିବା, ଦୁର୍ବଳ ଲାଗିବା, ଇଞ୍ଜେକସନ ନେଇଥିବା ସ୍ଥାନରେ ଲାଲ ଦାଗ ଦେଖାଯିବା କିମ୍ବା କୁଣ୍ଡାଇ ହେବା, ଛାତିରେ ଯନ୍ତ୍ରଣା ହେବା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା କିମ୍ବା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ପ୍ରଥମ ଡୋଜ ଭ୍ୟାକସିନ ନେବାର ୪ରୁ ୪୨ ଦିନ ମଧ୍ୟରେ ଦେଖିବାକୁ ମିଳିଥାଏ ।

ଭାରତରେ ଦିଆଯାଇଛି ୧୭୪ କୋଟିରୁ ଉର୍ଦ୍ଧ୍ୱ କୋଭିସିଲ୍ଡ ଡୋଜ: ବର୍ତ୍ତମାନ ୟୁକେରେ ଏହି ଭ୍ୟାକସିନ ବ୍ୟବହାର ଉପରେ ରୋକ ଲଗାଯାାଇଛି । ଏହି ସାଇଡ ଇଫେକ୍ଟ କାରଣରୁ କମ୍ପାନୀ ନାଁରେ ମାମଲା ଦାୟର ହେବା ସହ ମକଦ୍ଦମା ଚାଲିଛି । ଅନ୍ୟପଟେ କୋଭିଡ ସମୟରେ ଭାରତରେ ଏହି ମଧ୍ୟ ଏହି ଭ୍ୟାକସିନ ବହୁଳ ବ୍ୟବହାର ହୋଇଥିଲା । ସେରମ ଇଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII) ସହ ମିଶି ଏହି ବ୍ରିଟିଶ କମ୍ପାନୀ କୋଭିସିଲ୍ଡ ପ୍ରସ୍ତୁତ କରିଥିଲା । ଭାରତରେ ୧୭୪ କୋଟି ୯୪ ଲକ୍ଷ ୧୭ ହଜାର ୯୭୮ କୋଭିସିଲ୍ଡ ଡୋଜ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.