ETV Bharat / sukhibhava

କୋରୋନା ପରେ ଚିନ୍ତା ବଢ଼ାଇଲାଣି WEE, ଜାଣନ୍ତୁ ଲକ୍ଷଣ

author img

By ETV Bharat Odisha Team

Published : Jan 3, 2024, 7:43 PM IST

WEE Disease: ଦୁଇ ଦଶନ୍ଧି ପରେ ମୁଣ୍ଡ ଟେକିବ କି ୱେଷ୍ଟର୍ଣ୍ଣ ଇକ୍ୱିନ୍ ଏନସେଫାଲାଇଟିସ୍ ଭାଇରସ। ଜାଣନ୍ତୁ କଣ ଏହି ଓ୍ବି

WEE Disease
WEE Disease

ହାଇଦ୍ରାବାଦ: ବିଶ୍ବର ପିଛା ଛାଡୁନି ଭାଇରସ। କୋରୋନା ପରେ ପରେ ଏବେ ଆଉ ଏକ ଭାଇରସ ସାମ୍ନାକୁ ଆସିଛି। ଯାହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତାକୁ ଦ୍ବିଗୁଣିତ କରିଛି। ଏହା ଏକ ବିରଳ ଭାଇରସ ହୋଇଥିଲେ ହେଁ ଅତ୍ୟନ୍ତ ବିପଦଜ୍ଜନକ ବୋଲି କୁହାଯାଇଛି।

ସୂଚନା ଅନୁସାରେ, ଆର୍ଜେଣ୍ଟିନାର ଅନ୍ତରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବିନିମୟ ନେୟାସନାଲ ଫୋକଲ ପଏଣ୍ଟ (IHR NFP) ଓ୍ବି (ୱେଷ୍ଟର୍ଣ୍ଣ ଇକ୍ୱିନ୍ ଏନସେଫାଲାଇଟିସ୍) ଭାଇରସରେ ଆକ୍ରାନ୍ତ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ସୂଚନା ଦେଇଥିଲା। ତେବେ ଦୁଇ ଦଶନ୍ଧି ପରେ ଏହା ହେଉଛି ପ୍ରଥମ ମାମଲା। ପୂର୍ବରୁ ଏହି ସଂକ୍ରମଣ 1982, 1983 ଏବଂ 1996 ମସିହାରେ ଆର୍ଜେଣ୍ଟିନାରୁ ସାମ୍ନାକୁ ଆସିଥିଲା।

WEE ଭାଇରସ କଣ : ମଶା କାମୁ଼ଡିବା ଯୋଗୁଁ ଏହି ଓ୍ବି ରୋଗ ହୋଇଥାଏ। ଯାହା ଘୋଡ଼ା ସହିତ ମନୁଷ୍ୟକୁ ମଧ୍ୟ ଅଧିକ ପ୍ରଭାବିତ କରିଥାଏ। ସଂକ୍ରମିତ ପକ୍ଷୀଙ୍କଠାରୁ ଏହି ଭାଇରସ ମନୁଷ୍ୟକୁ ବ୍ୟାପିଥାଏ। ସାଧାରଣତଃ ମାଇଗ୍ରେଣ୍ଟ ପକ୍ଷୀଙ୍କ ଠାରୁ ଏହା ବ୍ୟାପିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି।

ଏହା ମଧ୍ୟ ପଢନ୍ତୁ: ହୁ ମୁଖ୍ୟଙ୍କ ଚେତାବନୀ ପରେ ଚିନ୍ତା ବଢାଇଲା Disease X, ପଶୁଙ୍କ ପରେ ମଣିଷକୁ ବ୍ୟାପିବ

ୱେଷ୍ଟର୍ଣ୍ଣ ଇକ୍ୱିନ୍ ଏନସେଫାଲାଇଟିସ ଭାଇରସର ଲକ୍ଷଣ: WHO ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଓ୍ବିରେ ସଂକ୍ରମିତ ହେବା ପରେ ପ୍ରଥମେ ଗତ ନଭେମ୍ବର 19 ତାରିଖରେ ରୋଗୀଙ୍କୁ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ସହିତ ଜ୍ବର ଭଳି ଲକ୍ଷଣ ଦେଖାଯାଇଥିଲା। ଏହା ପରେ ସ୍ଥିତି ସ୍ବାଭାବିକ ନହେବା କାରଣରୁ ତାଙ୍କୁ ଗତ ନଭେମ୍ବର 24 ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରୋଗୀଙ୍କୁ ପ୍ରାୟ 12 ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ରୋଗୀ ଜଣକ ଗତ ଡିସେମ୍ବର 20 ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିବା ନେଇ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: ଚୀନର ରହସ୍ୟମୟ ରୋଗ ନେଇ 'WHO'ର ବଡ଼ ବୟାନ, କୋରୋନା ପରି ଏକ ମାରାତ୍ମକ ରୋଗ...

ଓ୍ବି ଭାଇରସରୁ ବର୍ତ୍ତିବାର ଉପାୟ:

  • ବାହାରକୁ ଯିବା ସମୟରେ ହାତ ଏବଂ ପାପୁଲିକୁ ଘୋଡ଼ାଇ ରଖନ୍ତୁ
  • ଅସୁସ୍ଥ ବ୍ୟକ୍ତିଙ୍କୁ ପରିଷ୍କାର ପରିଚ୍ଛନ୍ନତା ରଖିବା ସହିତ ମଶାଠାରୁ ଦୂରେଇ ରଖିବା ଉଚିତ
  • DEET, IR3535 ଏବଂ Icaridin ପ୍ରଡକ୍ଟଠାରୁ ଦୂରେଇ ରୁହନ୍ତୁ
  • ଘରର କବାଟ ଏବଂ ଝରକା ବନ୍ଦ ରଖନ୍ତୁ
  • ମଶାରୁ ବର୍ତ୍ତିବା ପାଇଁ ଘର ବାହାରେ କୀଟନାଶକ ପ୍ରୟୋଗ କରନ୍ତୁ

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ତଥ୍ୟ ଭିତ୍ତିକ ଖବର ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.