ETV Bharat / health

ଲକ୍ଷଣ ଓ ଚିକିତ୍ସାକୁ ଅଣଦେଖା କରୁଛନ୍ତି କି ? ଗୁରୁତର ହୋଇପାରେ ଯକୃତ ସମସ୍ୟା - World Liver Day 2024

author img

By ETV Bharat Odisha Team

Published : Apr 19, 2024, 11:17 AM IST

Updated : Apr 21, 2024, 10:24 AM IST

World Liver Day
World Liver Day

World Liver Day 2024: ଲିଭର ଫେଲ୍‌ ହେବା ଦ୍ବାରା କେତେକ କ୍ଷେତ୍ରରେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ତେଣୁ ଯକୃତ ସମ୍ବନ୍ଧୀୟ ସମସ୍ୟା ଏବଂ ଲକ୍ଷଣକୁ ଅଣଦେଖା ନକରି ଠିକ୍ ସମୟରେ ଚିକିତ୍ସା କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆମ ଶରୀରର ଅପରେଟିଂ ସିଷ୍ଟମର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି ଯକୃତ । ଏପରି ପରିସ୍ଥିତିରେ ଯଦି ସଠିକ ଭାବେ ଯକୃତର ଯତ୍ନ ନ ନିଆଯାଏ କିମ୍ବା ଯତୃତ ସମ୍ବନ୍ଧୀୟ ରୋଗର ସଠିକ ସମୟରେ ଚିକିତ୍ସା କରାନଯାଏ ତେବେ କେତେକ କ୍ଷେତ୍ରରେ ଏହା ଗମ୍ଭୀର ମଧ୍ୟ ହୋଇଥାଏ । ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଯକୃତ ରୋଗ ସହିତ ଜଡିତ ଅନେକ ରୋଗକୁ ସାଇଲେଣ୍ଟ ବର୍ଗରେ ରଖାଯାଇଥାଏ । କାରଣ ଏହାର ଲକ୍ଷଣ ବିଶେଷ ଭାବେ ଦେଖାଯାଏ ନାହିଁ । ଯଦି ପରିସଂଖ୍ୟାନ ଦେଖିବା, ତାହେଲେ ଭାରତରେ ପ୍ରତିବର୍ଷ ପ୍ରାୟ 4 ଲକ୍ଷ ଲୋକ ଯକୃତ ସମ୍ବନ୍ଧୀୟ ରୋଗ ହେତୁ ପ୍ରାଣ ହରାଇଥାନ୍ତି ।

Liver
Liver

ଏନେଇ ଡାକ୍ତରମାନେ କହିଛନ୍ତି, ଜୀବନଶୈଳୀରେ ପରିବର୍ତ୍ତନ, ସୁସ୍ଥ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେବା ଦ୍ବାରା ରୋଗକୁ ଏଡାଯାଇ ପାରିବ । ଯକୃତ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଦିଗରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରୟାସକୁ ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଏପ୍ରିଲ 19 ତାରିଖକୁ ବିଶ୍ବ ଯକୃତ ଦିବସ ଭାବେ ପାଳନ କରାଯାଇଥାଏ ।

healthy liver
healthy liver

ଯକୃତର କାର୍ଯ୍ୟ: ମୁମ୍ବାଇର ଥାନେ ଜେନେରାଲ ଫିଜିସିଆନ ଆଶିଷ କୁମାରଙ୍କ ଅନୁସାରେ, ଜଣେ ବ୍ୟକ୍ତି ଖାଦ୍ୟ ଖାଇବା ଦ୍ବାରା ଏହା ଯକୃତ ଦେଇ ପାକସ୍ଥିଳୀକୁ ଯାଇଥାଏ । ରକ୍ତରୁ ବିଷାକ୍ତ ପଦାର୍ଥ ଫିଲ୍ଟର କରିବା, ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବା ସହିତ ଯକୃତ ଆମ ଶରୀରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିଥାଏ । ଏପରି ପରିସ୍ଥିତିରେ ଯକୃତରେ ସମସ୍ୟା କିମ୍ବା ରୋଗ ହେବା ଦ୍ବାରା ରକ୍ତ ବିଷାକ୍ତ ହେବା ସହିତ, ଖାଦ୍ୟ ହଜମରେ ସମସ୍ୟା ଏବଂ ଝାଡାରେ ସମସ୍ୟା ହୋଇଥାଏ । ବିଶେଷ କରି ମେଟାବୋଲିକ ସମସ୍ୟା ହୋଇଥାଏ । ଯଦି ସଠିକ ସମୟରେ ଯକୃତ ସମ୍ବନ୍ଧୀୟ ସମସ୍ୟାର ଚିକିତ୍ସା ସଠିକ ଭାବେ କରାନଯାଏ ତେବେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଏବଂ ମୃତ୍ୟୁ ହେବାର ଆଶଙ୍କା ରହିଥାଏ ।

Liver health
Liver health

ଏହା ମଧ୍ୟ ପଢନ୍ତୁ: World Liver Day: ଯକୃତ ସ୍ବାସ୍ଥ୍ୟର ଯତ୍ନ ନେବା କେତେ ଜରୁରୀ, ଜାଣନ୍ତୁ

କାରଣ ଏବଂ ଲକ୍ଷଣ: ଯକୃତରେ ଅନେକ ପ୍ରକାର ସମସ୍ୟା ହୋଇଥାଏ । ଭାଇରସ ଜନିତ ସମସ୍ୟା ଯେପରିକି ହେପାଟାଇଟିସ୍ ଏ, ହେପାଟାଇଟିସ୍ ବି, ହେପାଟାଇଟିସ୍ ସି, ହେପାଟାଇଟିସ୍ ଇ, ଅଟୋଇମ୍ୟୁନି ସିଷ୍ଟମ, ଫ୍ୟାଟି ଲିଭର ଭଳି ସମସ୍ୟା ଦେଖାଯାଇଥାଏ । ଲିଭର ସିସୋସିସ, ପିତ୍ତନଳୀରେ କ୍ୟାନ୍ସର, ଲିଭର କ୍ୟାନ୍ସର ହେବାର ସମ୍ଭାବନା ମଧ୍ୟ ରହିଥାଏ । ଖରାପ ଖାଦ୍ୟ ଏବଂ ମଧୁମେହ, ମେଦବହୁଳତା, ଡ୍ରଗ୍ସ ସେବନ, ଅତ୍ୟଧିକ ମଦ୍ୟପାନ ଏହାର କାରଣ ହୋଇପାରେ । ତେବେ କେତେକ କ୍ଷେତ୍ରରେ ଏହା ଜେନେଟିକ ମଧ୍ୟ ହୋଇଥାଏ ।

  • ଜଣ୍ଡିସ୍
  • ପେଟ ଯନ୍ତ୍ରଣା
  • ପରିସ୍ରାରର ରଙ୍ଗରେ ପରିବର୍ତ୍ତନ
  • ଗୋଡରେ ଫୁଲା
  • ଚର୍ମରେ ସମସ୍ୟା
  • ଭୋକ ନଲାଗିବା
  • ବାନ୍ତି ଲାଗିବା
Last Updated :Apr 21, 2024, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.