ETV Bharat / entertainment

ଭାଇଜାନଙ୍କ ସୁରକ୍ଷା ବଢାଇବାକୁ ମୋଦିଙ୍କୁ ନିବେଦନ କଲେ ରାକ୍ଷୀ - Rakhi Appeals To Modi For Salman

author img

By ETV Bharat Odisha Team

Published : Apr 28, 2024, 10:21 AM IST

ଭାଇଜାନଙ୍କ ସପକ୍ଷରେ ପୁଣି ବାହାରିଲେ ରାକ୍ଷୀ, ସିକ୍ୟୁରିଟି ବଢାଇବାକୁ ମୋଦିଙ୍କୁ କଲେ ନିବେଦନ
ଭାଇଜାନଙ୍କ ସପକ୍ଷରେ ପୁଣି ବାହାରିଲେ ରାକ୍ଷୀ, ସିକ୍ୟୁରିଟି ବଢାଇବାକୁ ମୋଦିଙ୍କୁ କଲେ ନିବେଦନ

Rakhi Appeals To Modi For Salman: ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିକାଣ୍ଡ ଘଟଣା । ସଲମାନ ଖାନଙ୍କ ସପକ୍ଷରେ ପୁଣି ବାହାରିଛନ୍ତି ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ପୁଣି ଭାଇଜାନଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ ଡ୍ରାମାକୁଇନ ରାକ୍ଷୀ ସାୱନ୍ତ । ନିକଟରେ ସେ ଏହି ଘଟଣାରେ ଲରେନ୍ସ ବିଷ୍ଣୋଇର ହାତ ଥିବା ନେଇ ତାକୁ ଅଭିନେତାଙ୍କୁ ନ ମାରିବାକୁ ନିବେଦନ କରିଥିଲେ । ଏବେ ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିବେଦନ କରିଛନ୍ତି । ଯେଉଁଥିରେ ସେ ସଲମାନ ଖାନଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

ସୋସିଆଲ ମିଡିଆରେ ରାକ୍ଷୀ ସାୱନ୍ତଙ୍କ ଏକ ସାକ୍ଷାତକାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦେଶରେ ସଲମାନ ଖାନଙ୍କ ଭୂମିକା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ସେ ସୁପରଷ୍ଟାରଙ୍କୁ କୋହିନୂର ହୀରା ସହ ତୁଳନା କରିଛନ୍ତି । ରାକ୍ଷୀ କହିଛନ୍ତି, ''ମୁଁ ସଲମାନ ଭାଇଙ୍କୁ କହିବି ଯେ ସେ କେବେବି ଆସି ବାଲକୋନିରେ ଠିଆ ନ ହୁଅନ୍ତୁ । ବିଶେଷ କରି ଇଦ୍ ଏବଂ ଉତ୍ସବ ଦିନରେ ବାଲକୋନିକୁ ଆସନ୍ତୁ ନାହିଁ ।''

ଅଭିନେତ୍ରୀ ଆହୁରି କହିଛନ୍ତି, ''କୋହିନୂର ହୀରା ଅପେକ୍ଷା ଆମ ଦେଶ ପାଇଁ ସଲମାନ ଖାନ ଅଧିକ ଗୁରୁତ୍ୱପୂର୍ଣ୍ଣ । ସଲମାନ ଖାନଙ୍କୁ ସୁରକ୍ଷା ଦେବା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ଆମର କିମ୍ବଦନ୍ତୀ । ସଲମାନ ଖାନଙ୍କୁ ସମସ୍ତ ଉଚ୍ଚସ୍ତରୀୟ ଶ୍ରେଣୀର Z, Y, X ସୁରକ୍ଷା ଦେବା ପାଇଁ ମୋଦିଜୀଙ୍କୁ ଅନୁରୋଧ କରୁଛି । କଙ୍ଗନା ରାଣାୱତଙ୍କୁ ଏତେ ସୁରକ୍ଷା ଦିଆଯାଇଛି । ତାଙ୍କ ପଛରେ କେହି ନଥିଲେ ସୁଦ୍ଧା ବିନା କାରଣରେ ତାଙ୍କୁ ସୁରକ୍ଷା ଦିଆଯାଇଛି । ତେବେ ସଲମାନ ଖାନ ବଲିଉଡର କିମ୍ବଦନ୍ତୀ ଏବଂ ଗରୀବଙ୍କ ମସିହା । ତେଣୁ ସଲମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇବା ଦରକାର ।''

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ପାଇଁ କାନ୍ଦିଲେ ରାକ୍ଷୀ; ଲରେନ୍ସ ବିଷ୍ଣୌଇକୁ ଅନୁରୋଧ କରି କହିଲେ 'ମୋ ଭାଇକୁ.....

ସୂଚନା ଥାଉକି, ବାନ୍ଦ୍ରାଠାରେ ଥିବା ସୁପରଷ୍ଟାରଙ୍କ ବାସଭବନ ବାହାରେ ଗତ 14 ତାରିଖରେ ଗୁଳିମାଡ଼ ହୋଇଥିଲା । ଏହି ମାମଲାରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ତାର ସାନ ଭାଇ ଅନମୋଲ ବିଷ୍ଣୋଇ ୱାଣ୍ଟେଡ ରହିଛନ୍ତି । ତେବେ ଘଟଣାର ଦୁଇ ଦିନ ପରେ ଏପ୍ରିଲ 16 ତାରିଖରେ କ୍ରାଇମବ୍ରାଞ୍ଚ 2 ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲଙ୍କୁ ଗୁଜୁରାଟର କୁଚ୍ଛ ଜିଲ୍ଲାର ମଧ୍‌ ଗ୍ରାମରୁ ଗିରଫ କରାଯାଇଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଗୁଜୁରାଟର ତାପି ନଦୀରୁ 2ଟି ପିସ୍ତଲ, କିଛି ମାଗାଜିନ ଓ ବୁଲେଟ ଜବତ କରିଥିଲା । ପରେ ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ତଥା ଉତ୍ତରପ୍ରଦେଶ ଗାଜିଆବାଦ ଅଞ୍ଚଳର 20 ବର୍ଷୀୟ ଯୁବକ ରୋହିତ ତ୍ୟାଗିକୁ ଗିରଫ କରିଥିଲା । ଏପ୍ରିଲ ୨୫ରେ ପୁଣି ପଞ୍ଜାବରୁ ଆଉ 2 ଅଭିଯୁକ୍ତ ସୁଭାଷ ଚନ୍ଦର (37) ଓ ଅନୁଜ ଥାପନ (32)ଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.