ETV Bharat / entertainment

ଭାଇଜାନଙ୍କ ଘର ବାହାରେ ଗୁଳିମାଡ଼; ଜବତ ହେଲା ଦୁର୍ବୃତ୍ତର ବାଇକ - Salman Khan

author img

By ETV Bharat Odisha Team

Published : Apr 14, 2024, 4:42 PM IST

Updated : Apr 14, 2024, 7:31 PM IST

ଭାଇଜାନଙ୍କ ଘର ବାହାରେ ଗୁଳିମାଡ଼; ଜବତ ହେଲା ଦୁବୃର୍ତ୍ତର ବାଇକ
ଭାଇଜାନଙ୍କ ଘର ବାହାରେ ଗୁଳିମାଡ଼; ଜବତ ହେଲା ଦୁବୃର୍ତ୍ତର ବାଇକ

Opened Fire Outside Salman's House: ଆଜି ଭୋର ସମୟରେ ବଲିଉଡ ଭାଇଜାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ବର୍ତ୍ତମାନ ପୋଲିସ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ବାଇକ ଉଦ୍ଧାର କରିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣା । ବର୍ତ୍ତମାନ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ବାଇକ ଉଦ୍ଧାର କରିଛି ପୋଲିସ । ଯାହାର ଫୋରେନସିକ୍ ତଦନ୍ତ ଚାଲିଛି । ସୂଚନା ଅନୁସାରେ, ଆଜି ଭୋର ସମୟରେ ବାନ୍ଦ୍ରା ଘର ବାହାରେ ୪ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଦୁଇ ଜଣ ବ୍ୟକ୍ତି ଦ୍ରୁତ ଗତିରେ ବାଇକରେ ଆସି ଏହି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଯାହାର ଖବର ପାଇ ମୁମ୍ୱାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଲାଗି ଲରେନ୍ସ ବିଷ୍ଣୋଇର ଭାଇ ନିଜକୁ ଦାୟୀ କରିଥିବା ଜଣାପଡ଼ିଛି ।

ପୋଲିସ ସୂଚନା ଅନୁସାରେ, ସଲମାନଙ୍କ ଘର ବାହାରେ ରବିବାର ହୋଇଥିବା ଗୁଳିମାଡ଼ରେ କେହି ଆହତ ହୋଇନାହାଁନ୍ତି । ମୁମ୍ବାଇ ଡିସିପି ରାଜ ତିଲକ ରୋଶନ କହିଛନ୍ତି, "ଆଜି ପ୍ରାୟ ୫ଟା ସମୟରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ବାନ୍ଦ୍ରାସ୍ଥିତ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିଲେ । ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି । ଗୁଳିମାଡ ଘଟଣାରେ କେହି ଆହତ ହୋଇନାହାଁନ୍ତି । ଏକ ପୋଲିସ ଟିମ୍ ମଧ୍ୟ ସିସିଟିଭି ଫୁଟେଜ୍ ସ୍କାନ କରୁଛନ୍ତି ।" ତେବେ ପୋଲିସ ଆଶା କରୁଛି ଯେ ଆକ୍ରମଣକାରୀଙ୍କୁ ଧରିବାରେ ସିସିଟିଭି ଫୁଟେଜ ବହୁତ ସାହାଯ୍ୟ କରିବ । ସେପଟେ ଏହି ଘଟଣା ପରେ ମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ସଲମାନଙ୍କ ସହ ଫୋନରେ କଥା ହୋଇଥିଲେ । ତେବେ କିଏ ଏବଂ କାହିଁକି ଏପରି କରିଛି ତାହାର ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିଛି ।

ଘର ବଦଳାଇପାରନ୍ତି ସଲମାନ ଖାନ:- ସେପଟେ ଏହି ଘଟଣାକୁ ନେଇ ସଲମାନଙ୍କ ବାପା ସଲିମ ଖାନ ଘର ବଦଳାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । କୁହାଯାଇଛି ଯେ ସଲମାନ ଖାନ ତାଙ୍କ ଜୀବନ ବିଷୟରେ ଚିନ୍ତା କରନ୍ତି ନାହିଁ, କିନ୍ତୁ ତାଙ୍କ ପରିବାର ଉପରେ ଏହାର ପ୍ରଭାବ ଥିବାରୁ ସେ ବିବ୍ରତ ହୋଇଯାଇଛନ୍ତି । ଖାନ ପରିବାରର ଜଣେ ଘନିଷ୍ଠ ବନ୍ଧୁଙ୍କ କହିବା ଅନୁସାରେ ସଲିମ ଖାନ ସମସ୍ତଙ୍କୁ ନିଜ ଘର ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି । ସଲମାନ ସବୁକିଛି ଭାଗ୍ୟକୁ ଛାଡି ଦେଇଛନ୍ତି ଯାହା ଘଟିବ, ତାହା ଘଟିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ବାଇକରେ ଆସିଥିଲେ ଦୁର୍ବୃତ୍ତ

ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବି ସଲମାନଙ୍କୁ ମିଳିଛି ହତ୍ୟା ଧମକ:- ଗତ ନଭେମ୍ବର ମାସରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ଆକ୍ସନ ମୋଡକୁ ଆସିଥିଲା ମୁମ୍ବାଇ ପୋଲିସ । ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ Y ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିଲା । ଲରେନ୍ସ ଏକ ଫେସବୁକ ପୋଷ୍ଟରେ ପରୋକ୍ଷରେ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା । ବାରମ୍ବାର ସଲମାନ ଖାନଙ୍କୁ ହତ୍ୟା ଧମକ ମିଳୁଥିବାରୁ 2023 ଏପ୍ରିଲ ମାସରେ ସେ ଏକ ଦାମୀ ବୁଲେଟ୍-ପ୍ରୁଫ୍ କାର୍ କିଣିଥିଲେ ।

Last Updated :Apr 14, 2024, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.