ETV Bharat / entertainment

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା; ଆମେରିକାରେ ମାସେ ଧରି ଚାଲିଥିଲା ପ୍ଲାନିଂ - Salman Khan House Shooting Case

author img

By ETV Bharat Odisha Team

Published : Apr 15, 2024, 5:34 PM IST

ସଲମାନଙ୍କ ଘର ବାହାରେ ଗୁଳିମାଡ଼; ଆମେରିକାରେ ମାସେ ଧରି ଚାଲିଥିଲା ପ୍ଲାନିଂ
ସଲମାନଙ୍କ ଘର ବାହାରେ ଗୁଳିମାଡ଼; ଆମେରିକାରେ ମାସେ ଧରି ଚାଲିଥିଲା ପ୍ଲାନିଂ

Salman Khan House Firing: ରବିବାର ସକାଳେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଘଟିଥିବା ଏହି ଗୁଳିମାଡ଼ ଘଟଣା ସମସ୍ତଙ୍କୁ ଚକିତ କରିଛି । କ୍ରାଇମବ୍ରାଞ୍ଚ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ଘଟଣାକୁ ଏକ ଖବର ସାମ୍ନାକୁ ଆସିଛି । ଏହି ଘଟଣା ପାଇଁ ଆମେରିକାରେ କରାଯାଇଥିଲା ଯୋଜନା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଏହି ଘଟଣାର ଷଡଯନ୍ତ୍ର ଆମେରିକାରେ ହୋଇଥିଲା । ଏକ ମାସ ଧରି ଏହି ଯୋଜନା ଚାଲିଥିବା ସୂତ୍ରରୁ ଜଣାପଡିଛି । ଏଥିସହ ଘଟଣାରେ ପୋଲିସ ଜଣେ ଦୁବୃର୍ତ୍ତକୁ ଚିହ୍ନଟ କରିଥିବା ଜଣାପଡିଛି । ଚିହ୍ନଟ ହୋଇଥିବା ଅଭିଯୁକ୍ତ ଜଣକ ଗୁରୁଗ୍ରାମର ବୋଲି ଜଣାପଡିଛି ।

ଜଣେ ସୁଟର ଚିହ୍ନଟ- ସୂଚନା ଅନୁସାରେ, ସିସିଟିଭି ଫୁଟେଜରେ ଘଟଣା ସମୟର ଦୃଶ୍ୟ କଏଦ ହୋଇଛି । ସିସିଟିଭି ଫୁଟେଜରେ ଦୁଇ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ଦେଖିବାକୁ ମିଳିଥିଲା । ପୋଲିସ ଜଣେ ସୁଟରକୁ ଚିହ୍ନଟ କରିବାରେ ସଫଳ ହୋଇଛି । ସୁଟର ଜଣକ ଗୁରୁଗ୍ରାମର ବିଶାଲ ଓରଫ କାଲୁ ବୋଲି ଜଣାପଡିଛି । ଯାହାକୁ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଚିହ୍ନଟ କରିଛି । ଯିଏକି ମାର୍ଚ୍ଚରେ ଗୁରୁଗ୍ରାମରେ ଅବସ୍ଥିତ ବ୍ୟବସାୟୀ ସଚିନ ମୁଞ୍ଜାଲଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ । ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ମୁଞ୍ଜଲଙ୍କ ହତ୍ୟା ପାଇଁ ବିଦେଶରେ ରହୁଥିବା ଗ୍ୟାଙ୍ଗଷ୍ଟର ରୋହିତ ଗୋଦରା ଦାୟୀ ବୋଲି କହିଥିଲେ । ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୌଇ, ତାଙ୍କ ଭାଇ ଅନମୋଲ ଏବଂ ଗୋଲ୍ଡି ବରାରଙ୍କ ଜଣେ ଘନିଷ୍ଠ ସହଯୋଗୀ ।

ସୁଟରଙ୍କ ବାଇକ ଜବତ:- ପୋଲିସ ଦୁର୍ବୃତ୍ତ ବ୍ୟବହାର କରିଥିବା ବାଇକ ଜବତ କରିଥିଲା । ଅଭିନେତାଙ୍କ ଘରୁ ପ୍ରାୟ 1 କିଲୋମିଟର ଦୂରରେ ଏକ ମୋଟରସାଇକେଲ ଜବତ କରିଛି । ସଲମାନଙ୍କ ଘରେ ପହଞ୍ଚିବା ପାଇଁ ବିଶାଲ ଏବଂ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତି ରାୟଗଡା ଜିଲ୍ଲାରୁ ଏକ ବ୍ୟବହୃତ ବାଇକ କିଣିଥିଲେ । ସେମାନେ ସେହି ସାଇକେଲରେ ପାନଭେଲରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ । ତେବେ ଏହି ବାଇକ୍ ବିକ୍ରିକୁ ନେଇ ପୋଲିସ ପଚରାଉଚରା କରୁଛି ।

ସଲମାନଙ୍କ ଘର ବାହାରେ ଗୁଳିମାଡ଼ କରିିଥିବା ଜଣେ ଦୁବୃର୍ତ୍ତ ଚିହ୍ନଟ
ସଲମାନଙ୍କ ଘର ବାହାରେ ଗୁଳିମାଡ଼ କରିିଥିବା ଜଣେ ଦୁବୃର୍ତ୍ତ ଚିହ୍ନଟ

ଆମେରିକାରେ ହୋଇଥିଲା ଯୋଜନା:- ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ର ଯୋଜନା ଆମେରିକାରେ ହୋଇଥିଲା । ଭର୍ଚ୍ଚୁଆଲ୍ ନମ୍ବରରୁ ସୁଟରମାନେ ଅର୍ଡର ଗ୍ରହଣ କରିଥିଲେ । ରୋହିତ ଗୋଦରା ନାମକ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ସୁଟରମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ରର ବ୍ୟବସ୍ଥା କରାଯାଇଥିଲା । ଯାହାର ନାଁ ଗୋଲଡି ବରାରଙ୍କ ସହ ସୁଟିଂ ପରେ ସଲମାନଙ୍କୁ ଦିଆଯାଇଥିବା ଧମକରେ ସାମିଲ ରହିଛି । ସଲମାନ ଖାନଙ୍କ ଘର ବାହାରେ ଫାୟାରିଂ କରିବାର ଯୋଜନା ପ୍ରାୟ ଏକ ମାସ ଧରି କରାଯାଉଥିବା ଅନୁସନ୍ଧାନକାରୀ ସଂସ୍ଥା ଏହା ସନ୍ଦେହ କରୁଛି ।

ଲରେଷ୍ଣ ବିଷ୍ଣୌଇଙ୍କ ଭାଇ ନିଜକୁ କଲା ଦାୟୀ:- ରବିବାର ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟର କିଛି ଘଣ୍ଟା ପରେ ଲରେଷ୍ଣ ବିଷ୍ଣୌଇଙ୍କ ଭାଇ ଅନମୋଲ ବିଷ୍ଣୌଇ ଏକ ଅନଲାଇନ୍ ପୋଷ୍ଟ ମାଧ୍ୟମରେ ଏହି ଘଟଣାର ଦାୟୀ ବୋଲି କହିଥିଲେ ଏବଂ ବଲିଉଡ ଅଭିନେତାଙ୍କୁ ଏହା ଏକ ଟ୍ରେଲର ବୋଲି ଚେତାବନୀ ଦେଇଛି ବୋଲି କହିଛନ୍ତି । ଗତ ବର୍ଷ ମାର୍ଚ୍ଚରେ ଖାନଙ୍କୁ ଧମକ ଦେଇ ଅଭିନେତା କାର୍ଯ୍ୟାଳୟକୁ ଏକ ଇ-ମେଲ ପଠାଯାଇଥିଲା, ଏହାପରେ ମୁମ୍ବାଇ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲଡି ବରାରଙ୍କ ବିରୁଦ୍ଧରେ ଧାରା 120-ବି (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ମାମଲା ଦାୟର କରିଥିଲା। ବିଭାଗଗୁଡିକ ଅଧୀନରେ ଏକ ମାମଲା ପଞ୍ଜିକୃତ ହୋଇଥିଲା । ଯାହା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ବର୍ତ୍ତମାନ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଖୁବଶୀଘ୍ର ଘଟଣାର ଖୁଲାସା ହେବ ବୋଲି କହିଛି ପୋଲିସ ।

ସୁଟର ଚୟନ ପାଇଁ ରୋହିତ ଗୋଦରାଙ୍କୁ ଦାୟିତ୍ୱ ଦେଇଥିଲା ଅନମୋଲ ବିଷ୍ଣୌଇ:- ମିଳିଥିବା ସୂଚନା ଅନୁଯାୟୀ ଅନମୋଲ ବିଷ୍ଣୌଇ ଏଜେନ୍ସି ସୁଟର ଚୟନ ଦାୟିତ୍ୱ ରୋହିତ ଗୋଦରାଙ୍କୁ ଦେଇଥିଲା । ରୋହିତ ଗୋଦାରାଙ୍କର ଅନେକଗୁଡ଼ିଏ ପେସାଦାର ସୁଟର ଅଛନ୍ତି ଯେଉଁମାନେ ଅନେକ ରାଜ୍ୟରେ ରହିଛନ୍ତି । ସୂତ୍ରରୁ ଜଣାପଡିଛି ଯେ ଯଦି ଏହି ସମୟରେ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗରେ ସବୁଠାରୁ ଶକ୍ତିଶାଳୀ ନେଟୱାର୍କ କାହାର ଥାଏ, ତେବେ ଆମେରିକାରେ ରହିଥିବା ରୋହିତ ଗୋଦରାଙ୍କ ଅଟେ । ନିକଟରେ ସେ ରାଜସ୍ଥାନରେ ରାଜୁ ଠେଠ ହତ୍ୟା ମାମଲା ଏବଂ ପରେ ସୁଖଦେବ ସିଂ ଗୋଗାମେଡି ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡରେ ସୁଟର ରୋହିତ ଗୋଦରାଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିଲା । ଆବଶ୍ୟକତା ଏବଂ ସମୟ ଅନୁଯାୟୀ ସୁଟରମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଅସ୍ତ୍ର ପାଆନ୍ତି ।

ମାମଲା କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର:- ଏହି ସୁଟରମାନଙ୍କୁ ଧରିବା ପାଇଁ ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଏବଂ ପଞ୍ଜାବର ପାଞ୍ଚଟି ରାଜ୍ୟରୁ ପୋଲିସ ଏକ ମିଳିତ ଅପରେସନ୍ ଆରମ୍ଭ କରିଛି । ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ବ୍ୟତୀତ ଜାତୀୟ ଯାଞ୍ଚ ଏଜେନ୍ସି ଏବଂ ମହାରାଷ୍ଟ୍ର ଏଟିଏସ ମଧ୍ୟ ବିସ୍ତୃତ ମାମଲା ବିବରଣୀ ମାଗିଛନ୍ତି । ଏହି ମାମଲା ସ୍ଥାନୀୟ ପୋଲିସରୁ କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ

ସଲମାନଙ୍କ ପିତା ସଲିମ ଖାନଙ୍କ ପ୍ରତିକ୍ରିୟା:- ଗୁଳିମାଡ଼ ପରେ ସୁପରଷ୍ଟାରଙ୍କ ଭାଇ ଅରବାଜ ଖାନ ଏବଂ ସୋହିଲ ଖାନ ଅଭିନେତା ମୁମ୍ବାଇ ଫ୍ଲାଟରେ ପହଞ୍ଚି ପରିବାରକୁ ଭେଟିଥିଲେ । ସେପଟେ ଘଟଣା ପରେ ସଲମାନଙ୍କ ବାପା ସଲିମ ଖାନ ପ୍ରତିକ୍ରିୟା ଦେଇଛନ୍ତି । ସଲିମ ଗଣମାଧ୍ୟମକୁ କହିଛନ୍ତି ଯେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସେ କହିଛନ୍ତି, "ସେମାନଙ୍କୁ କେବଳ ପବ୍ଲସିଟି ଦରକାର ।" ତେବେ ସଲମାନ ଖାନ ଏହି ଘଟଣା ନେଇ ପ୍ରତିକ୍ରିୟା ଆସିପାରନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.