ETV Bharat / entertainment

ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ - Firing Outside Salman Khans House

author img

By ETV Bharat Odisha Team

Published : Apr 15, 2024, 10:33 AM IST

Firing Outside Salman Khan's House: ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ସାମ୍ନାକୁ ଆସିଲା ଘଟଣାର ସିସିଟିଭି ଫୁଟେଜ । ଦୁଇ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ବେଳେ ଜଣେ ଗୁରୁଗ୍ରାମର ହୋଇଥିବା ପୋଲିସ ଅନୁମାନ କରିଛି । ସେପଟେ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ହାତକୁ ଗଲା ସଲମାନଙ୍କ ଘର ବାହାରେ ଫାୟାରିଂ ମାମଲା, ଜଣେ ଦୁବୃର୍ତ୍ତ ଗୁରୁଗ୍ରାମର ହୋଇଥିବା ସନ୍ଦେହ
କ୍ରାଇମବ୍ରାଞ୍ଚ ହାତକୁ ଗଲା ସଲମାନଙ୍କ ଘର ବାହାରେ ଫାୟାରିଂ ମାମଲା, ଜଣେ ଦୁବୃର୍ତ୍ତ ଗୁରୁଗ୍ରାମର ହୋଇଥିବା ସନ୍ଦେହ

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ଗତକାଲି ଭୋର ସକାଳେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସବୁଆଡ଼େ ହଇଚଇ ସୃଷ୍ଟି ହୋଇଛି । କିଏ ଏବଂ କାହିଁକି ଏଭଳି କରିଛି ସେନେଇ ତଦନ୍ତ ଜୋରଦାର କରିଛି ମୁମ୍ୱାଇ ପୋଲିସ । ଏହାରି ମଧ୍ୟରେ ବର୍ତ୍ତମାନ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ଘଟଣା ସମୟର ଦୃଶ୍ୟ କଏଦ ହୋଇଛି । ସିସିଟିଭି ଫୁଟେଜରେ ଦୁଇ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ଦେଖିବାକୁ ମିଳିଥିବା ବେଳେ ଏଥିରୁ ଜଣେ ଦୁର୍ବୃତ୍ତ ଗୁରୁଗ୍ରାମର ହୋଇଥିବା ପୋଲିସ ଅନୁମାନ କରିଛି ଦିଲ୍ଲୀ ପୋଲିସ । ସେପଟେ ମୁମ୍ବାଇ ପୋଲିସ ଏହି ଗୁଳିମାଡ଼ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି ।

ପୋଲିସ କହିଛି ଯେ ସେମାନେ ଅଭିନେତାଙ୍କ ଘରୁ ପ୍ରାୟ ଏକ କିଲୋମିଟର ଦୂରରେ ଏକ ମୋଟରସାଇକେଲ ଜବତ କରିଛନ୍ତି ଏବଂ ଏହି ବାଇକକୁ ଆକ୍ରମଣକାରୀ ବ୍ୟବହୃତ କରିଥିବା ସନ୍ଦେହ କରାଯାଉଛି । ବାନ୍ଦ୍ରା ପୋଲିସର ଜଣେ ଅଧିକାରୀଙ୍କ ଅନୁଯାୟୀ, ଆର୍ମସ୍ ଆକ୍ଟ ଏବଂ ଆଇପିସି ଧାରା 307 (ହତ୍ୟା ଉଦ୍ୟମ) ଅନୁଯାୟୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ଅଧିକାରୀ କହିଛନ୍ତି ଯେ ସକାଳ ପ୍ରାୟ ୫ଟା ସମୟରେ ଦୁଇଜଣ ବ୍ୟକ୍ତି ବାନ୍ଦ୍ରା ଅଞ୍ଚଳରେ ଅବସ୍ଥିତ ସଲମାନଙ୍କ ଘର 'ଗାଲାକ୍ସି ଆପାର୍ଟମେଣ୍ଟ' ବାହାରେ ଚାରି ରାଉଣ୍ଡ ଗୁଳିମାଡ଼ କରି ପଳାଇଯାଇଥିଲେ ।

ଦିଲ୍ଲୀ ପୋଲିସର ଏକ ସରକାରୀ ସୂତ୍ରରୁ ଜଣାପଡିଛି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଗୁରୁଗ୍ରାମର, ଯିଏ ହରିୟାଣାରେ ହତ୍ୟା ଓ ଡକାୟତି ଘଟଣାରେ ସମ୍ପୃକ୍ତ । ମାର୍ଚ୍ଚରେ ଗୁରୁଗ୍ରାମ ଭିତ୍ତିକ ବ୍ୟବସାୟୀ ସଚିନ ମୁଞ୍ଜାଲଙ୍କ ହତ୍ୟା ମାମଲାରେ ସେ ଜଡ଼ିତ ଥିବା ବେଳେ ତାଙ୍କୁ ଖୋଜିଥିଲା ପୋଲିସ । ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ମୁଞ୍ଜଲଙ୍କ ହତ୍ୟା ପାଇଁ ବିଦେଶରେ ରହୁଥିବା ଗ୍ୟାଙ୍ଗଷ୍ଟର ରୋହିତ ଗୋଦରା ଦାୟୀ ବୋଲି କହିଥିଲେ । ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୌଇ, ତାଙ୍କ ଭାଇ ଅନମୋଲ ଏବଂ ଗୋଲ୍ଡି ବରାରଙ୍କ ଜଣେ ଘନିଷ୍ଠ ସହଯୋଗୀ ।

ଏହା ମଧ୍ୟ ପଢନ୍ତୁ: ଭାଇଜାନଙ୍କ ଘର ବାହାରେ ଗୁଳିମାଡ଼; ଜବତ ହେଲା ଦୁର୍ବୃତ୍ତର ବାଇକ

ଅନ୍ୟପଟେ ରବିବାର ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟର କିଛି ଘଣ୍ଟା ପରେ ଅନମୋଲ ବିଷ୍ଣୌଇ ଏକ ଅନଲାଇନ୍ ପୋଷ୍ଟ ମାଧ୍ୟମରେ ଏହି ଘଟଣାର ଦାୟୀ ବୋଲି କହିଥିଲେ ଏବଂ ବଲିଉଡ ଅଭିନେତାଙ୍କୁ ଏହା ଏକ ଟ୍ରେଲର ବୋଲି ଚେତାବନୀ ଦେଇଛି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଗତ ବର୍ଷ ମାର୍ଚ୍ଚରେ ଖାନଙ୍କୁ ଧମକ ଦେଇ ଅଭିନେତା କାର୍ଯ୍ୟାଳୟକୁ ଏକ ଇ-ମେଲ ପଠାଯାଇଥିଲା, ଏହା ପରେ ମୁମ୍ବାଇ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁ, ଗୋଲଡି ବରାରଙ୍କ ବିରୁଦ୍ଧରେ ଧାରା 120-ବି (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ମାମଲା ଦାୟର କରିଥିଲା। ବିଭାଗଗୁଡିକ ଅଧୀନରେ ଏକ ମାମଲା ପଞ୍ଜିକୃତ ହୋଇଥିଲା । ଯାହା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ବର୍ତ୍ତମାନ ଏହି ମାମଲା କ୍ରାଇବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଖୁବଶୀଘ୍ର ଘଟଣାର ଖୁଲାସା ହେବ ବୋଲି କହିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.