ETV Bharat / business

କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ - Kotak Mahindra Bank

author img

By ETV Bharat Odisha Team

Published : Apr 24, 2024, 7:01 PM IST

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ

RBI Action Against Kotak Mahindra Bank: ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କକୁ ଝଟକା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଆଜି (ବୁଧବାର) କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବ୍ୟାଙ୍କକୁ ଅନଲାଇନ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଚ୍ୟାନେଲ ମାଧ୍ୟମରେ ନୂତନ ଗ୍ରାହକ ଯୋଡିବା ଉପରେ ପ୍ରତିବନ୍ଧକ ଲଗାଇଛି ଆରବିଆଇ । ଏହାସହ କୋଟାକ୍ ବ୍ୟାଙ୍କର ନୂଆ କ୍ରେଡିଟ୍ କାର୍ଡ ପ୍ରଦାନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ସେପଟେ ଆରବିଆଇ କହିଛି ଯେ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପୁରୁଣା ଗ୍ରାହକ ଏବଂ ପୁରୁଣା କ୍ରେଡିଟ କାର୍ଡଧାରୀଙ୍କୁ ପୂର୍ବପରି ସମସ୍ତ ସେବା ଯୋଗାଇ ଦିଆଯିବ ।

ଆରବିଆଇ କାହିଁକି କାର୍ଯ୍ୟନୁଷ୍ଠାନ ନେଲା:

ଏକ ପ୍ରେସ ବିଜ୍ଞପ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାରଣ 2022 ଓ 2023 ବର୍ଷ ପାଇଁ ଆରବିଆଇର ଆଇଟି ପରୀକ୍ଷା ସମୟରେ ବ୍ୟାଙ୍କରେ ଥିବା ବିଭିନ୍ନ ତ୍ରୁଟି ସମ୍ପର୍କରେ ଚିନ୍ତା ପ୍ରକଟ କରାଯାଇଥିଲା । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି ।

ଆରବିଆଇ ଏହା ମଧ୍ୟ କହିଛି ଯେ, ଆଇଟି ବିପଦ ପରିଚାଳନା ଢାଞ୍ଚାର ଅଭାବ ହେତୁ ବ୍ୟାଙ୍କର ମୂଳ ବ୍ୟାଙ୍କିଂ ସିଷ୍ଟମ ଏବଂ ଏହାର ଅନଲାଇନ୍ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଚ୍ୟାନେଲ ଗୁଡିକରେ ଗତ ଦୁଇ ବର୍ଷ ମଧ୍ୟରେ ଅନେକ ଅଘଟଣ ଘଟିଛି । ଯେଉଁ କାରଣରୁ ବ୍ୟାଙ୍କ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆରବିଆଇ ଅନୁଯାୟୀ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏହାର ଆଇଟି ଭେଣ୍ଡର ରିସ୍କ ମ୍ୟାନେଜମେଣ୍ଟ, ଆଇଟି ଇନଭେଣ୍ଟୋରୀ ମ୍ୟାନେଜମେଣ୍ଟ, ୟୁଜର ଆକ୍ସେସ ପରିଚାଳନା, ଡାଟା ସୁରକ୍ଷା ଏବଂ ଡାଟା ଲିକ୍ ରୋକିବା ରଣନୀତି ଦିଗରେ ଗୁରୁତର ଅଭାବ ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...90 ବର୍ଷରେ ରିଜର୍ଭ ବ୍ୟାଙ୍କ, କ’ଣ ରହିଛି ବର୍ତ୍ତମାନର ଆହ୍ବାନ - New Challenges For RBI

ରିଜର୍ଭ ବ୍ୟାଙ୍କ କହିଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ବ୍ୟାଙ୍କ ଏହାର କମ୍ପ୍ୟୁଟର ଉପକରଣ, ସଫ୍ଟୱେୟାର ଅପଡେଟ୍ କିମ୍ବା ଏହାର ସିଷ୍ଟମ ଏଣ୍ଟ୍ରି ସହ ଜଡିତ ଅନେକ ସମସ୍ୟାର ସମାଧାନ କରିନାହିଁ । ଏହାସହ ଡାଟା ସୁରକ୍ଷା ପରିଚାଳନା କରିନାହିଁ । ଏଭଳି ପରିସ୍ଥିତିରେ ନିୟମ ଉଲ୍ଲଘଂନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରିକି 15 ଏପ୍ରିଲ 2024ରେ ବ୍ୟାଙ୍କର ସେବା ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହା ସହିତ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ଏକ୍ସଟ୍ରନାଲ ଅଡିଟ ପରେ ବ୍ୟାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.