ETV Bharat / business

୧୯ ଟଙ୍କା କମିଲା କମର୍ସିିଆଲ ଗ୍ୟାସ ଦର - Commercial LPG price cut

author img

By ETV Bharat Odisha Team

Published : May 1, 2024, 10:25 AM IST

୧୯ ଟଙ୍କା କମିଲା କମର୍ସିିଆଲ ଗ୍ୟାସ ଦର
୧୯ ଟଙ୍କା କମିଲା କମର୍ସିିଆଲ ଗ୍ୟାସ ଦର

Commercial LPG Price Cut: ଶସ୍ତା ହେଲା ରନ୍ଧନ ଗ୍ୟାସ । ମାସ ଆରମ୍ଭରୁ ୧୯ ଟଙ୍କା ହ୍ରାସ ପାଇଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର । ଜାଣନ୍ତୁ କେଉଁ ସହରରେ କେତେ...

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । କମିଲା ରନ୍ଧନ ଗ୍ୟାସ ଦର । ଦେଶରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ଆଜି (ବୁଧବାର) କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ ହ୍ରାସ ପାଇଛି । ତୈଳ ବିପଣନ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୯ ଟଙ୍କା କମ୍ କରିଛନ୍ତି । ସାରା ଦେଶରେ ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏଥର ମଧ୍ୟ କୌଣସି ପ୍ରକାର ସଂଶୋଧନ ହୋଇନାହିଁ । ଆଜି କର୍ମସିଆଲ ସିଲିଣ୍ଡର ୧୯ ଟଙ୍କା ଶସ୍ତା ହେବା ପରେ ରାଜଧାନୀ ଦିଲ୍ଲୀର ଏବେ ଏହି ଦର ୧୭୪୫.୫୦ ଟଙ୍କା ହୋଇଯାଇଛି ।

ଗତ ମାସରେ ଅର୍ଥାତ୍ ଏପ୍ରିଲ ପହିଲାରେ ମଧ୍ୟ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡର ଦାମ ୩୦ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା । ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆ ଅଏଲ ୱେବସାଇଟ ମୁତାବକ, ଆଜି ପୁଣିଥରେ ଏହି ଗ୍ୟାସ ଦର ୧୯ ଟଙ୍କା ଶସ୍ତା ହେବା ପରେ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ୧୭୪୫.୫୦ ଟଙ୍କା, ମୁମ୍ବାଇରେ ୧୭୧୭.୫୦ ଟଙ୍କାରୁ ହ୍ରାସ ପାଇ ୧୬୯୮.୫୦ ଟଙ୍କା ହୋଇଯାଇଛି । ସେହିପରି ଚେନ୍ନାଇ ଏବଂ କୋଲକାତାରେ ଏହାର ଦାମ ଯଥାକ୍ରମେ ୧୯୧୧ ଟଙ୍କା ଏବଂ ୧୮୫୯ ଟଙ୍କା ରହିଛି । ଯାହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି ।

ଏହା ମଧ୍ୟ ପଢନ୍ତୁ: ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ରାଜ୍ୟରେ କେତେ ରହିଛି ଦାମ - Gold Price IN Odisha

ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା' ଷ୍ଟଲ, ହୋଟେଲ ଓ ଅନ୍ୟ ଭୋଜନାଳୟଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜର ଖାଦ୍ୟପଦାର୍ଥ ମୂଲ୍ୟ ବଢାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ ଶସ୍ତା ହେବା ଗ୍ରାହକମାନଙ୍କୁ ଆଶ୍ବସ୍ତି ଦେଇଛି । ଅନ୍ୟପଟେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମରେ କୌଣସି ସଂଶୋଧନ ହୋଇନଥିବାରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ସମେତ ଅନ୍ୟ ଛୋଟ ବଡ ସହରରେ ଏହି ଦାମ ସମାନ ରହିଛି ।

ଘରୋଇ ସିଲିଣ୍ଡର ଦର ଦିଲ୍ଲୀରେ ୮୦୩ ଟଙ୍କା, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି । ଗତ ମାର୍ଚ୍ଚ ୮ରେ କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡରର ଦାମ ୧୦୦ ଟଙ୍କା କମାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.