ETV Bharat / bharat

ଆରଜେଡି ଛାଡ଼ି କଂଗ୍ରେସରେ କରୁଣା ସାଗର - Karuna Sagar Joins Congress

author img

By ETV Bharat Odisha Team

Published : May 1, 2024, 10:59 PM IST

Karuna Sagar Joins Congress
Karuna Sagar Joins Congress

Karuna Sagar Joins Congress: ଆରଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର କରୁଣା ସାଗର କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ତାମିଲନାଡୁ ଡିଜିପି ଭାବେ କାର୍ଯ୍ୟ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲାଲୁ ଯାଦବଙ୍କୁ ବଡ଼ ଝଟକା । ଦଳ ବଦଳ ଜାରି ରହିଥିବାବେଳେ ହାତ ଧରିଲେ ଆରଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର କରୁଣା ସାଗର । ଫଳରେ ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ଝଟକା । କରୁଣା ସାଗରଙ୍କ କଂଗ୍ରେସରେ ଯୋଗଦାନ ଫଳରେ ଦଳ ଆହୁରି ସଶକ୍ତ ହେବ ବୋଲି କୁହାଯାଉଛି । ସେପଟେ କଂଗ୍ରେସ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଡକ୍ଟର କରୁଣା ସାଗର । ସେ କହିଛନ୍ତି, "ମୋ ବାପା ଜଣେ ଗାନ୍ଧୀବାଦୀ ନେତା ଥିଲେ ଏବଂ ସରକାରୀ ଚାକିରିରେ ଥିଲେ । ତାଙ୍କ ଚିନ୍ତାଧାରାର ପ୍ରଭାବ ମୋ ଉପରେ ସର୍ବଦା ରହିଆସିଛି । ମୁଁ ମଧ୍ୟ ପୋଲିସ ଭାବେ କାର୍ଯ୍ୟ କରିଛି । ଆଜି କଂଗ୍ରେସ ପାର୍ଟିରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ ।" ଏହାସହ ସେ ଦଳର ସର୍ବୋଚ୍ଚ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହାସହ ସେ କହିଛନ୍ତି, ରାଜନୀତିରେ ଏଭଳି ନିଷ୍ପତ୍ତି ନେବାକୁ ହୋଇଥାଏ । କଂଗ୍ରେସ ଦଳର ରାଜନୀତି ଆମ ଦୃଷ୍ଟୀକୋଣ ଅନୁଯାୟୀ ସମାନ । ସେଥିପାଇଁ ମୁଁ କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ, କରୁଣା ସାଗର ଚଳିତ ଲୋକସଭା ନିର୍ବାଚନରେ ଜାହାନବାଦ ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ରହିଥିଲେ । ହେଲେ ସେ ନିରାଶ ହୋଇଛନ୍ତି । ଜାହାନବାଦ ଆସନରୁ ଆରଜେଡିର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ଯାଦବଙ୍କୁ ଟିକଟ ମିଳିଛି । ଯେଉଁଥିରେ ଅସନ୍ତୋଷ ହୋଇ ରାଷ୍ଟ୍ରୀୟ ଜନତା ଦଳ ଛାଡି କରୁଣା ସାଗର କଂଗ୍ରେସରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...ବିଜେପିରେ ମିଶିଲେ ରୂପାଲି ଗାଙ୍ଗୁଲି, ଲଢିବେ ୨୦୨୪ ନିର୍ବାଚନ ! - RUPALI GANGULY JOINS BJP

କହିରଖୁଛୁ ଯେ, ତାମିଲନାଡୁର ପୂର୍ବତନ ଡିଜିପି ହେଉଛନ୍ତି କରୁଣା ପ୍ରସାଦ । ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ଶିକ୍ଷାଗ୍ରହଣ କରିଛନ୍ତି । କଂଗ୍ରେସରେ ଯୋଗ ଦେବା ପରେ କରୁଣା ସାଗର କହିଛନ୍ତି, "ମୋର ସର୍ବଦା ପ୍ରଗତିଶୀଳ ବିଚାରଧାରା ରହିଛି । ପେରିଆର ଭୂମିରେ ମୁଁ ଚାକିରି କରିଥିଲି । ଯେଉଁଠି ସାମାଜିକ ନ୍ୟାୟକୁ ଗୁରୁତ୍ବ ଦିଆଯାଏ । ବର୍ତ୍ତମାନ ଦେଶରେ ସମ୍ବିଧାନ ବିପଦରେ ରହିଛି । ମୋ ଭଳି ଅନେକ ପ୍ରଶାସନିକ ଅଧିକାରୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସେମାନଙ୍କ ପାଇଁ କଂଗ୍ରେସ ଦଳ ଯେଉଁ ଲଢେଇ ଲଢୁଛି, ମୁଁ ସେହି ଲଢେଇରେ ନିଜକୁ ସାମିଲ କରିବା ଲକ୍ଷ୍ୟ ନେଇ ଦଳରେ ଯୋଗ ଦେଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.