ETV Bharat / bharat

ବିହାରରେ ଜୀବନ ହାରିଲେ ଋଣଗ୍ରସ୍ତ ଡାକ୍ତର ! - DOCTOR SUICIDE

author img

By ETV Bharat Odisha Team

Published : May 1, 2024, 12:32 PM IST

ବିହାରରେ ଜୀବନ ହାରିଲେ ଋଣଗ୍ରସ୍ତ ଡାକ୍ତର !
ବିହାରରେ ଜୀବନ ହାରିଲେ ଋଣଗ୍ରସ୍ତ ଡାକ୍ତର !

DOCTOR SUICIDE : ବିହାରରେ ଆର୍ଥିକ ସମସ୍ୟାରୁ ଜଣେ ଡାକ୍ତର ଜୀବନ ହାରିଥିବା ଅଭିଯୋଗ । ସନ୍ଦେହଜନକ ଅବସ୍ଥାରେ ଭଡାଘରୁ ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ପାଟନା: ବିହାରର ମୁଜାଫୁରରେ ଜଣେ ଡାକ୍ତର ଜୀବନ ହାରିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ଭଡାଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ସେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ମୁଖ୍ୟ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ଆର୍ଥିକ ସଙ୍କଟ କାରଣରୁ ଲକ୍ଷାଧିକ ଟଙ୍କାର ଋଣ ମଧ୍ୟ କରିଥିଲେ । ସେହି କାରଣରୁ ସେ ଗତ କିଛି ଦିନ ହେବ ଚିନ୍ତାଗ୍ରସ୍ତ ମଧ୍ୟ ଥିଲେ । ତେଣୁ ସେ ଜୀବନ ହାରିଥାଇ ପାରନ୍ତି ବୋଲି ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ବିକ ଅବସ୍ଥାରୁ ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଜୀବନ ହାରିବା ସମ୍ପର୍କରେ କିଛି ସ୍ପଷ୍ଟ କରିନି । ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଜଣାପଡିବା ନେଇ ପୋଲିସ ସୂଚନା ଦେଇଛି ।

ବିହାରରେ ଜୀବନ ହାରିଲେ ଋଣଗ୍ରସ୍ତ ଡାକ୍ତର
ବିହାରରେ ଜୀବନ ହାରିଲେ ଋଣଗ୍ରସ୍ତ ଡାକ୍ତର

ମିଳିଥିବା ସୂଚନା ଅନୁସାରେ, ଏହି ଡାକ୍ତର ହେଉଛନ୍ତି 36 ବର୍ଷୀୟ ମୋହିତ ଗିଲ ଓ ସେ ଉତ୍ତର ପ୍ରଦେଶ ମିରଟର ବାସିନ୍ଦା । ସେ କିଛି ବର୍ଷ ପୂର୍ବରୁ ସପରିବାର ବିହାରର ମୁଜାଫରପୁର କୋତବାଲୀ ଅଞ୍ଚଳକୁ ଆସିଥିଲେ । ନିଜ ଦୁଇ ପୁଅ ଓ ଝିଅ ଓ ପତ୍ନୀଙ୍କ ସହ ଏକ ଭଡା ଘରେ ରହୁଥିଲେ । ସ୍ଥାନୀୟ ଆୟୁଷ୍ମାନ ନାମକ ଏକ ଘରୋଇ ହସ୍ପିଟାଲରେ ମୁଖ୍ୟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ସେ କିଛି ଆର୍ଥିକ ସମସ୍ୟା କାରଣରୁ ଲକ୍ଷାଧିକ ଟଙ୍କାର ଋଣ ମଧ୍ୟ କରିଥିବା ପରିବାର ଓ ସମ୍ପର୍କୀୟଙ୍କ ନିକଟରୁ ସୂଚନା ମିଳିଛି । ପରେ ସେ ପରିବାର ଠାରୁ ଅଲଗା ହୋଇ ଭିନ୍ନ ଏକ ଭଡାଘରେ ପୃଥକ ଭାବେ ମଧ୍ୟ ରହିବାକୁ ଲାଗିଲେ । ଆଜି ସକାଳୁ ତାଙ୍କ ମୃତଦେହ ସେ ରହୁଥିବା ଭଡା ଘରୁ ସନ୍ଦେହଜନକ ଅବସ୍ଥାରେ ଠାବ ହୋଇଥିଲା ।

ବିହାରରେ ଜୀବନ ହାରିଲେ ଋଣଗ୍ରସ୍ତ ଡାକ୍ତର !
ବିହାରରେ ଜୀବନ ହାରିଲେ ଋଣଗ୍ରସ୍ତ ଡାକ୍ତର !

ଏହା ମଧ୍ୟ ପଢନ୍ତ :- ‘ଧର୍ମ ଆଧାରରେ ମୁସଲମାନଙ୍କୁ କୌଣସି ସଂରକ୍ଷଣ ମିଳିବନି’ - Reservation to Muslims

ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସମସ୍ତ ଦିଗରୁ ତଦନ୍ତ ଆରମ୍ଭ କରିଛି । ପରିବାର ଓ ସମ୍ପର୍କୀୟଙ୍କୁ ଜେରା କରିବା ସେ କାର୍ଯ୍ୟ କରୁଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ପୋଲିସ ଆଲୋଚନା କରୁଛି । ସେ କେଉଁ ପ୍ରକାର ସମସ୍ୟାରେ ଥିଲେ ଓ ପୂର୍ବରୁ ତାଙ୍କର ମାନସିକ ସ୍ଥିତି କିପରି ଥିଲା ତାହା ତାଙ୍କ ହସ୍ପିଟାଲର ସହକର୍ମୀଙ୍କଠାରୁ ପୋଲିସ ଜାଣିବାକୁ ଚେଷ୍ଟା କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କରେ ତଥ୍ୟ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.