ETV Bharat / bharat

ଜେଲରେ ଥିବା ନେତାଙ୍କୁ ପ୍ରଚାର ଅନୁମତି ଦେଲେ ଦାଉଦ ଇବ୍ରାହିମ ବି ଦଳ ଗଢିଦେବ: ଦିଲ୍ଲୀ ହାଇକୋର୍ଟ - Arrested Political Leaders Campaign

author img

By ETV Bharat Odisha Team

Published : May 1, 2024, 5:33 PM IST

Arrested Political Leaders Campaign
Arrested Political Leaders Campaign

Arrested Political Leaders Campaign: ନିର୍ବାଚନୀ ପ୍ରଚାର ପାଇଁ ଜେଲରେ ଥିବା ନେତାଙ୍କୁ ଅନୁମତି ଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦିଲ୍ଲୀ କୋର୍ଟ । ଏହାସହ ଦାଉଦ ଇବ୍ରାହିମ ପ୍ରସଙ୍ଗ ଉଠାଇ କ'ଣ ଶୁଣାଣି କରିଛନ୍ତି ଖଣ୍ଡପୀଠ ଜାଣନ୍ତୁ ।

ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାର ପାଇଁ ଜେଲରେ ଥିବା ନେତାଙ୍କୁ ମିଳିବନି ଅନୁମତି । ଏନେଇ ଅନୁମତି ଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦିଲ୍ଲୀ କୋର୍ଟ । ଭର୍ଚୁଆଲ ମୋଡରେ ପ୍ରଚାର ପାଇଁ କୋର୍ଟ ଅନୁମତି ପ୍ରଦାନ କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମନମୋହନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି , ଏପରି ହେଲେ ଦାଉଦ ଇବ୍ରାହିମ ମଧ୍ୟ ଏହିପରି ପ୍ରଚାର ଆରମ୍ଭ କରିବେ । ତେବେ ଆବେଦନକାରୀ ଅମିରଜିତ ଗୁପ୍ତା ହେଉଛନ୍ତି ଜଣେ ଆଇନ ଛାତ୍ର ।

ଆବେଦନକାରୀଙ୍କ ଓକିଲ ଇମରାନ ଅହମ୍ମଦ କହିଛନ୍ତି, "ଗିରଫ ହୋଇଥିବା ନେତାମାନଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକସଭା ନିର୍ବାଚନରେ ପ୍ରଚାର କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶାବଳୀ ଜାରି କରିବା ଉଚିତ । ଯଦି କୌଣସି ନେତା କିମ୍ବା ପ୍ରାର୍ଥୀ ଗିରଫ ହୁଅନ୍ତି ତେବେ ତୁରନ୍ତ ନିର୍ବାଚନ ଆୟୋଗଙ୍କୁ ଏହା ଜଣାଇବାକୁ ଦାବି କରାଯାଇଛି । ଖାଲି ସେତିକି ନୁହେଁ, ନେତାଙ୍କୁ ଗିରଫ କରାଯାଇଥିବା ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ନିର୍ବାଚନ ଆଚରଣ ସଂହିତା ଲାଗୁ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ।"

ଏହି ଆବେଦନରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ସମ୍ବିଧାନର ଧାରା ୧୯(୧) (A) ଅନୁସାରେ, ସମ୍ପୃକ୍ତ ରାଜନେତାଙ୍କ ପକ୍ଷ ଜାଣିବା ପାଇଁ ସାଧାରଣ ଜନତାଙ୍କର ଅଧିକାର ରହିଛି । ଦେଶର ମତଦାତାଙ୍କ ଏ ବିଷୟରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ରାଜନୈତିକ ଦଳର ନେତାମାନେ ମଧ୍ୟ ନିର୍ବାଚନ ସମୟରେ ପ୍ରଚାର କରିବା ଅଧିକାରରୁ ବଞ୍ଚିତ ହେଉଥିବା ନେଇ ଆବେଦନରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ଏ ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରାଯାଇଥିଲା, ହେଲେ କୌଣସି ଉତ୍ତର ମିଳିନାହିଁ । ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ବି ପଢନ୍ତୁ...ପ୍ରଚାର ମଇଦାନରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା, AAP ପାଇଁ ମାଗିଲେ ଭୋଟ୍‌ - Sunita Kejriwal Roadshow

ସୂଚନା ଅନୁସାରେ, ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ବନ୍ଦୀ ଅଛନ୍ତି ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଭଳି ସ୍ଥିତିରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ । ସମର୍ଥନ ପାଇଁ ଜନତା ଜନାର୍ଦ୍ଦନଙ୍କୁ ଅନୁରୋଧ କରିଛନ୍ତି ସୁନୀତା । ଗତ ୨୭ ତାରିଖରେ ସେ ଦିଲ୍ଲୀ ପୂର୍ବ ନିର୍ବାଚନମଣ୍ଡଳୀର କୋଣ୍ଡଲି ଅଞ୍ଚଳରେ ରୋଡ ଶୋ' କରିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.