ଗୋଟିଏ ଧର୍ମ, ସନାତନ ଧର୍ମ: ଯୋଗୀ ଆଦିତ୍ୟନାଥ

By ETV Bharat Odisha Team

Published : Jan 3, 2024, 7:42 PM IST

thumbnail

Uttar Pradesh CM Yogi Adityanath ଲକ୍ଷ୍ମୌ: ପ୍ରତି ଦେଶରେ ରହିଛି ଗୋଟିଏ ଧର୍ମ । ଆମ ଦେଶରେ ମଧ୍ୟ ଗୋଟିଏ ଧର୍ମ । ଯାହାର ନାମ ସନାତନ ଧର୍ମ ।  ସନାତନ ଧର୍ମ ସବୁ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହୋଇ ଆଗକୁ ବଢ଼ି ଚାଲିଛି ।  ଏହା କହିଛନ୍ତି ଉତ୍ତରପ୍ରଦେଶ  ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ।  ମହନ୍ତ ଦିଗବିଜୟ ନାଥଙ୍କ ୫୪ ତମ ଜୟନ୍ତୀ  ଏବଂ ମହନ୍ତ ଅଭୈଦ୍ୟନାଥଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି, ସମାଜର ସଂକୀର୍ଣ୍ଣ ଚିନ୍ତାଧାରା ବିଶିଷ୍ଟ ବ୍ୟକ୍ତିମାନେ, ସନାତନ ଧର୍ମର ବିଶାଳତା ବୁଝିବା ପାଇଁ ସଂଘର୍ଷ କରୁଛନ୍ତି । ସେମାନେ ସନାତନ ଧର୍ମର ମର୍ମ ଏବଂ ବିଶେଷତା ବୁଝିବା କଷ୍ଟକର ।  ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଦିବସ । ସେହିଦିନ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥ, ସନାତନ ଧର୍ମର ବ୍ୟାଖ୍ୟା କରିବା ସହ, ଏହାର ପରିବ୍ୟାପ୍ତୀ ଉପରେ ଗୁରୁତ୍ବାରୋପ କରିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.