Suna Besha:ସ୍ବର୍ଣ୍ଣ ଅଳଙ୍କାରରେ ଝଟକୁଛନ୍ତି ରାଷ୍ଟ୍ର ଦେବତା, ଦେଖନ୍ତୁ

By

Published : Jun 29, 2023, 7:20 PM IST

thumbnail

ପୁରୀ: ଶ୍ରୀପୟର, ଚନ୍ଦ୍ରିକା, ହରିଡା ମାଳି, ଶୋଭା କଣ୍ଠି, କିରିଟ ସମେତ ନାନାଦି ସ୍ବର୍ଣ୍ଣ ଓ ଦୁର୍ଲଭ ଅଳଙ୍କାରରେ ଆଭୁଷିତ ହୋଇଛିନ୍ତି କୋଟି ଓଡିଆଙ୍କ ମଉଡମଣୀ । ରଥ ଉପରୁ ସୁନାବେଶରେ ବିଶ୍ବବାସୀଙ୍କୁ ଦର୍ଶନ ଦେଉଛନ୍ତି ବିଶ୍ବନିୟନ୍ତା । ଦାରୁବ୍ରହ୍ମଙ୍କ ସୁନାବେଶ ଦେଖିବାକୁ ଶ୍ରୀକ୍ଷେତ୍ର ପୁରୀରେ ଲାଗିଛି ଭକ୍ତଙ୍କ ଭିଡ । ସେବାୟତ ମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଶ୍ରୀଜୀଉଙ୍କ ନିକଟରେ ଲାଗି ହୋଇଥିବା ଆଭୂଷଣ ରଥ ଉପରକୁ ଆଣି କରିଛନ୍ତି ବେଷ । ବେଶ ପରେ ରାଜାରାଜେଶ୍ବର ବେଶର ଦର୍ଶନ ଦେଉଛନ୍ତି ଜାତିର ଦେବତା ।  ଘଣ୍ଟ ଘଣ୍ଟି କାହାଳୀ ସହ ଜୟ ଜଗନ୍ନାଥ ଧ୍ବିନୀରେ ପ୍ରକମ୍ପତି ହେଉଛି ଶ୍ରୀକ୍ଷେତ୍ର ଗଗନ ପବନ । ଭିଡ ନିୟନ୍ତ୍ରଣ ସହ ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆପଣ ବି ଥରେ ଦେଖନ୍ତୁ ରାଷ୍ଟ୍ର ଦେବତାଙ୍କ ରାଜାରାଜେଶ୍ବର ବେଶ ତଥା ସୁନାବେଶ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.